ଚିଲିକାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର!!

0

ଚିଲିକା/ଖୋର୍ଦ୍ଧା:-(ସେକ୍ କୌସର) ଆଜି ସକାଳେ ଚିଲିକାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ନାଭାଲ ଫାଣ୍ଡି ପୋଲିସ। ଖବର ମୁତାବକ ଗତକାଲି ରାତିରେ ବଡ଼କୁଳ ଗ୍ରାମର ବାସୁଦେବ ନାୟକ (୪୦) ଶୌଚ ପାଇଁ ପାନ୍ଥନିବାସ ଜେଟି ନିକଟକୁ ଯାଇଥିବା ବେଳେ ଚିଲିକା ପାଣିରେ କୌଣସି କାରଣ ବଶତଃ ପଡି ଯାଇଥିଲେ। ରାତି ସାରା ପରିବାର ଲୋକେ ଖୋଜାଖୋଜି କରିଥିଲେ ସୁଦ୍ଧା ବାସୁଦେବଙ୍କର କୌଣସି ସନ୍ଧାନ ମିଳିନଥିଲା। ସକାଳେ ସ୍ଥାନୀୟ ଲୋକମାନେ ପାଣିରେ ଏକ ଯୁବକଙ୍କ ଶବ ଭାସୁଥିବା ଦେଖି ନାଭାଲ ଫାଣ୍ଡିକୁ ଖବର ଦେଇଥିଲେ।
ଖବରପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚି ମୃତ ଯୁବକକୁ ଉଦ୍ଧାର କରିଛି। ବାଲୁଗାଁ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯିବା ନେଇ ନାଭାଲ ଫାଣ୍ଡି ଅଧିକାରୀ ଦିଲୀପ କୁମାର ସାହୁ କହିଛନ୍ତି।

Leave A Reply

Your email address will not be published.