ଏସଡିପିଓଙ୍କ ତଦନ୍ତ ଆରମ୍ଭ, ପଛରେ ବସିଥିବା ପିଲାକୁ ଅଟକ ରଖି ପଚରା ଉଚରା ଜାରୀ
ଶେରଗଡ଼ : ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଳକ ଅନ୍ତର୍ଗତ ବାରସିଙ୍ଗି ପୋଲ ଉପରେ ଗତକାଲି ଅପରାହ୍ନ ସାଢେ ୪ଟା ବେଳେ ବିଭତ୍ସ ହତ୍ଯା କାଣ୍ଡ ଘଟିଛି। ହତ୍ଯା କାଣ୍ଡ ଶିକାର ହୋଇଥିବା ଯୁବକ ଜଣଙ୍କ ହେଲେ କୁମାର ପାଣି ଗ୍ରାମର ମଧୁସୂଦନ ବିଷୋୟୀ ବୟସ ୪୫ବର୍ଷ। ମଧୁସୂଦନ ନିଜ ବାଇକ ନଂ ଓଡିଶୁନସାତ କେ ୨୩୯୮ ଯୋଗୋ ବାଇକ ର ପଛପଟେ ତାଙ୍କ ଗ୍ରାମର କ୍ରୁଷ୍ଣ ନାୟକକୁ ପଛପଟେ ବସାଇ ନିଜ ଗ୍ରାମ କୁମାର ପାଣି କୁ ଫେରୁଥିବା ବେଳେ ବାରସିଙ୍ଗି ପୋଲ ଉପରେ ହଠାତ୍ ତାଙ୍କୁ ଅଟକାଇ ନିର୍ଧୁମ ପିଟିବା ସହ ଧାରୁଆ ଅସ୍ତ୍ର ରେ ମୁଣ୍ଡ ରେ ଆକ୍ରମଣ କରିବା ସହ ଅଚେତ ଅବସ୍ଥା ରେ ନନ୍ଦିନୀ ନଦୀକୁ ଫିଙ୍ଗି ଦେଇଥିବା ସୂଚନା ରହିଛି ।ଖବର ପାଇ ଶେରଗଡ ଥାନାର ଏସଆଇ ସତ୍ଯଜିତ ବେଣିଆ ସଦଳବଳେ ମଧୁର ଶବକୁ ନନ୍ଦିନୀ ନଦୀ ରୁ ଉଦ୍ଧାର କରି ଶେରଗଡ ଡାକ୍ତର ଖାନାରେ ସ୍ଥାନାନ୍ତରିତ କରିଥିଲେ ସେଠାରେ ଡାକ୍ତର ମଧୁ କୁ ମୃତ ଘୋଷଣା କରିଥିଲେ l ଶବ ବ୍ଯବଛେଦ ପରେ ଗ୍ରାମରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି । ମ୍ରୁତ ମଧୁ ପଛରେ ବସିଥିବା କୃଷ୍ଣ ନାୟକକୁ ଗ୍ରାମ ରୁ ଡକାଇ ଆଣି ଥାନାରେ ଅଟକ ରଖିଛି ପୋଲିସ । ଘଟଣା ସ୍ଥଳକୁ ପାଟପୁର ଥାନା ଅଧିକାରୀ ସବ୍ଯସାଚୀ ମଲ୍ଲ, ଆସିକା ଏସଡିପିଓ ଉମାଶଙ୍କର ସିଂ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପୋଲ ଉପରେ ପଡିଥିବା ରକ୍ତ ନମୁନା ସଂଗ୍ରହ, ପାଖରେ ଥିବା ଓ ପାରିପାର୍ଶ୍ୱିକ ସ୍ଥିତି ତଦନ୍ତ ଚଳାଇବା ସହ ଦୁଇ ଜଣକୁ ଅଟକ ରଖିଛି, ଓ ଅନ୍ୟ ମାନେ ଫେରାର ଥିବା ସୂଚନା ମିଳିଛି ।