ସାରସକଣା/ଦିପୁ ମହାପାତ୍ର :: ଶାସକ ପ୍ରଶାସକ ମୟୁରଭଂଜ ଜିଲ୍ଲା ଝାଡ଼ପୋଖରିଆ ଥାନା ଅନ୍ତର୍ଗତ ୧୮ ଏବଂ ୪୯ ନମ୍ବର ଜାତୀୟରାଜପଥର ଅନ୍ତଃରାଜ୍ୟ ମିଶ୍ରଣ ସ୍ଥଳୀ ଝାଡ଼ପୋଖରିଆ ଓଭରବ୍ରିଜ ଠାରେ ଏକ ଅସହାୟ ବୃଦ୍ଧାଙ୍କ ମୃତ୍ୟୁ ହୋଇଯାଇଛି। ସୂଚନା ମୁତାବକ ବିଗତ କିଛି ମାସ ହେଲା ଖରା, ବର୍ଷା,ଶୀତ କାକର ରେ ରହି ଓଭରବ୍ରିଜ ତଳ ପାଲଟି ଥିଲା ବୃଦ୍ଧାଙ୍କର ବାସଗୃହ । କିଏ କେତେବେଳେ ଖାଇବାକୁ ଦେଉଥିଲା ତ କେତେବେଳେ ନାହିଁ । ବୃଦ୍ଧା ଜଣକ ହେଉଛନ୍ତି ବୀରବର ଦଣ୍ଡପାଟ୍ ବୟସ ୮୦ ବର୍ଷ , ପିତା : ସ୍ବର୍ଗତ ଚାମଟୁ ଦଣ୍ଡପାଟ୍ ଗ୍ରାମ : ଝାଡ଼ପୋଖରିଆ ଏବଂ ସେ ଜଣେ ଉଚ୍ଚ ଶିକ୍ଷିତ ଓ ଅବିବାହିତ ଥିଲେ। ସ୍ଥାନୀୟ ଲୋକଙ୍କ ଦ୍ୱାରା ବୃଦ୍ଧାଙ୍କର ମୃତ୍ୟୁ ଖବର ପାଇ ଝାଡପୋଖରିଆ ପୋଲିସ ଥାନା କେଶ୍ ନମ୍ୱର୍ ୪୨/୨୩ ରେ ଏକ ମାମଲା ରୁଜୁ କରି ଶଵ ବ୍ୟବଛେଦ ନିମନ୍ତେ ପି .ଆର. ଏମ .ଡାକ୍ତରଖାନା ବାରିପଦା କୁ ପଠାଇବାର ଅନୁମତି ପ୍ରଦାନ କରିଥିଲେ । ତେବେ ବୃଦ୍ଧାଙ୍କର ଆତ୍ମୀୟ କେହି ନଥିବାରୁ ସମ୍ପର୍କୀୟ ପୁତୁରା ଓ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ମାନଙ୍କ ଦ୍ଵାରା ପାଣ୍ଠି ସଂଗ୍ରହ କରି ବାରିପଦା ଡାକ୍ତରଖାନାକୁ ନେବା ପାଇଁ ଗାଡିଭଡ଼ା କରିବା ସହିତ ଶବର ଶେଷକୃତ୍ୟ ସଂପନ୍ନ କରିଥିଲେ |
Sign in
Sign in
Recover your password.
A password will be e-mailed to you.