-
ହକି ବିଶ୍ୱକପ୍ ଆୟୋଜନ ରାଜ୍ୟ ପାଇଁ ଗୌରବ ଆଣିଥିଲା
-
ବିଜେପିର ପ୍ରତିକ୍ରିୟା କିନ୍ତୁ ନୈରାଶ୍ୟଜନକ ଥିଲା
-
ଓଡିଶାର ସଫଳତାରେ ଖୁସି ହେବାକୁ ବିଜେଡିର ପରାମର୍ଶ
ଭୁବନେଶ୍ୱର, ୧୦/୦୯/୨୦୨୩:ଯେତେବେଳେ ଓଡ଼ିଶା ହକି ବିଶ୍ୱକପ ଆୟୋଜନ କଲା, ସେତେବେଳେ ସାଢେ ୪ କୋଟି ଓଡ଼ିଶାବାସୀଙ୍କ ସମେତ ୧୪୦ କୋଟି ଭାରତୀୟ ଖୁସି ଓ ଗର୍ବ ଅନୁଭବ କରିଥିଲେ । କିନ୍ତୁ ଓଡ଼ିଶାବିଜେପିର ପ୍ରତିକ୍ରିୟା ଏପରି ଥିଲା ଯେମିତିକି ଏକ ବଡ ଧରଣର ଦୁଃଖଦ ଓ ଖରାପ ଘଟଣା ଘଟିଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡ଼ ଲେନିନ ମହାନ୍ତି ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡ ମହାନ୍ତି କହିଛନ୍ତି ଯେ ରାଜ୍ୟ ଓ ଦେଶ ପାଇଁ କୌଣସି ଭଲ ଘଟଣା ଘଟିଲେ କେତେ ଖୁସି ଲାଗେ ତାହା ବିଜୁ ଜନତା ଦଳକୁ ଓଡ଼ିଶା ବିଜେପି ନ ଶିଖାଉ । ରାଷ୍ଟ୍ର ନିର୍ମାଣ ଓ ରାଜ୍ୟ ନିର୍ମାଣ ପାଇଁ ହେଉଥିବା କଲ୍ୟାଣମୂଳକ କାର୍ଯ୍ୟରେ ସବୁବେଳେ ଅଧିକ ଖୁସି ବ୍ୟକ୍ତ କରିଥାନ୍ତି ବିଜୁ ଜନତା ଦଳର କର୍ମୀ । ଓଡ଼ିଶାରେ ଯେତେବେଳେ କିଛି ଭଲ କାମ ହେଉଛି ସେତେବେଳେ ରାଜ୍ୟ ବିଜେପିର କର୍ମୀ ଓ ନେତା ଦୁଃଖିତ ନହୋଇ ଖୁସିହୁଅନ୍ତୁ ବୋଲି ଆମେ ଅନୁରୋଧ କରୁଥିବା ଡ ମହାନ୍ତି କହିଛନ୍ତି ।