ସାରସକଣା :: ମୟୂରଭଂଜ ଜିଲ୍ଲା ଝଡ଼ପୋଖରିଆ ଥାନା ଅନ୍ତର୍ଗତ ସାରସକଣା ବଜାର ଠାରେ ଗତ ତା ୮/୯/୨୩ ରିଖ ଶୁକ୍ରବାର ରାତି ପ୍ରାୟ ୧୧ ଘଟିକା ସମୟରେ ଅଞ୍ଚଳର କିଛି ଯୁବକ ମାନେ ଏକ OD11 Z 7078 ନମ୍ବର ଥିବା ଅଟୋ କୁ ଅଟକାଇ ସନ୍ଦେହରେ ପଚାରା ଉଚାରା କରିଥିଲେ। ସେହି ସମୟରେ ଅଟୋ ରେ ଗୋମାଂସ ଥିବାର ଜାଣିପାରିଥିଲା । ଗୋମାଂସ ଥିବାର ଜାଣିପାରି ଉକ୍ତ ଲୋକେ ୨ ଜଣ ଫେରାର ହୋଇଯାଇ ଥିବାବେଳେ ୪ଜଣ ଲୋକ କୁ ଅଟକାଇବା ସହିତ ଉକ୍ତ ଟେମ୍ପୋ କୁ ଅଟକ ରଖି ସ୍ଥାନୀୟ ଝଡାପୋଖରିଆ ଥାନା କୁ ଖବର ଦେଇଥିଲେ। ଖବର ପାଇ ସଙ୍ଗେ ସଙ୍ଗେ ଝାଡପୋଖରିଆ ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହିତ ଅଭିଯୁକ୍ତ ୪ଜଣଙ୍କୁ ସେଠାରୁ ଡାକ୍ତରଖାନାକୁ ନେଇଯାଇଥିଲେ ଏବଂ ପରେ ଥାନାକୁ ଆଣିଥିଲେ। ସୂଚନା ଅନୁଯାୟୀ ୪ଜଣ ଅଭିଯୁକ୍ତ ହେଲେ ବାରିପଦା ସହରର ପ୍ରଦୀପ ମୁଖି (୩୨ ବର୍ଷ), ସନଚଟରା ର ଟିରୁ ମୁଖୀ (୪୫ବର୍ଷ)ଏକଡଳୀ ର କାଦଲ ମୁଖୀ( ୬୨ବର୍ଷ)ଓ ଅନ୍ତଃ ରାଜ୍ୟ ଵହରାଗୋଡା ର ଦୁଃଖୁ ବେହେରା( ୪୧ବର୍ଷ) ବୋଲି ଜଣା ପଡି ଥିବାବେଳେ ଏମାନଙ୍କ ନାଆଁ ରେ ପୂର୍ବରୁ ଥାନାରେ ଅନେକ କେସ ରହିଥିବାର ଜଣାପଡିଛି । ତେବେ ଆଜି କେସ ନମ୍ୱର୍ ୨୨୩/୨୦୨୩ ରେ ଏକ ମାମଲା ରୁଜୁ କରି ୪ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ତଦନ୍ତକାରୀ ଅଫିସର ବିନୋଦ କୁମାର ବେହେରା ପ୍ରକାଶ କରିଛନ୍ତି। ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ
Sign in
Sign in
Recover your password.
A password will be e-mailed to you.
Next Post