ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ବନ ବିଭାଗ ତରଫରୁ ବିଭିନ୍ନ ବନାଞ୍ଚଳରେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଶ୍ରୀ ଏସ୍ .ଆନନ୍ଦଙ୍କ ନିର୍ଦେଶ କ୍ରମେ ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ମୋହନା , ଚନ୍ଦ୍ରଗିରି , ରାମଗିରି , ରା. ଉଦୟଗିରି , ମହେନ୍ଦ୍ର , ଦେବଗିରି ତଥା କାଶୀନଗର ବନାଞ୍ଚଳରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାଆ ମାନଙ୍କୁ ଛଅ ମାସିଆ ଚାରା ଉତ୍ପାଦନ କରିବା ସହିତ Vermi Compost କିପରି ପ୍ରସ୍ତୁତ କରାଯିବ ତାହା ଉପରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା।
ଏହାର ମୁଖ୍ୟ ଉଦ୍ଦେଶ୍ୟ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାଆ ମାନଙ୍କୁ କିପରି ଅଧିକ ରୁ ଅଧିକ ସ୍ବାବଲମ୍ବୀ ହୋଇପାରିବେ ଏବଂ ଅଧିକ କାର୍ଯ୍ୟକ୍ଷମ ଓ କ୍ରିୟାଶୀଳ ହୋଇପାରିବେ ତାହା ଉପରେ ଗୁରୁତ୍ଵ ପ୍ରଦାନ କରାଯାଇଛି। ଉକ୍ତ ପ୍ରଶିକ୍ଷଣ ଶିବିର ଗୁଡିକ ପାରଳାଖେମୁଣ୍ଡି ବନଖଣ୍ଡର ସହକାରୀ ବନ ସଂରକ୍ଷକ ଶ୍ରୀ ଅଶୋକ କୁମାର ବେହେରା ଏବଂ ଶ୍ରୀ ଅରୁଣ କୁମାର ସାହୁ ସମ୍ପୂର୍ଣ ଭାବେ ରେଞ୍ଜ ଅଧିକାରୀ ମାନଙ୍କୁ ସହଯୋଗ କରି ମାର୍ଗ ଦର୍ଶନ କରିଥିଲେ ଏବଂ ପରାମର୍ଶ ପ୍ରଦାନ କରିଥିଲେ ଏପରିକି ପ୍ରତ୍ୟେକ ରେଞ୍ଜର ରେଞ୍ଜ ଅଧିକାରୀ , ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ମାନେ ଉପସ୍ଥିତ ରହି ନିଷ୍ଠାର ସହିତ କର୍ମ କ୍ଷେତ୍ରରେ ଅଧିକ ସହଯୋଗ କରିବା ପାଇଁ ମତ ଦେଇଥିଲେ।
ଚଳିତ ବର୍ଷ ୪,୪୪,୦୦୦( ଚାରି ଲକ୍ଷ ଚଉରାଳସି ହଜାର) ଚାରା ଉତ୍ପାଦନବ ଏସ୍ ଏଚ ଜି ମାଆ ମାନଙ୍କ ଦ୍ବାରା କରିବା ପାଇଁ ନିଷ୍ପତି ନିଆଯାଇଛି ଏବଂ ବିଭିନ୍ନ ଏସ୍ ଏଚ ଜି ଙ୍କୁ ମନୋନୀତ କରି ଚଳିତ ବର୍ଷ ସେପ୍ଟେମ୍ବର ମାସ ଶେଷ ସପ୍ତାହରୁ ନର୍ସରୀ ଆରମ୍ଭ କରାଯିବ ଯେଉଁଥିରେ ସ୍ଥାନୀୟ ଲୋକଙ୍କ ଚାହିଦା ଅନୁସାରେ ଚାରା ଉତ୍ପାଦନ କରି ମାଗଣା ରେ ଚାରା ବଣ୍ଟନ କରାଯିବ।
Sign in
Sign in
Recover your password.
A password will be e-mailed to you.