ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-09/09, -ଆଜି ବେଲଗୁଣ୍ଠା ବ୍ଳକ୍ ବାଙ୍କଲିଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟକରୁଥିବା ଶିକ୍ଷକ ସନ୍ତୋଷ କୁମାର ପ୍ରଧାନ(52) ଆକସ୍ମିକ ମୃତ୍ୟୁ ବରଣ କରିବା ଯୋଗୁଁ ବେଲଗୁଣ୍ଠା ଅଞ୍ଚଳରେ ଶୋକର ଛୟା ଖେଳିଯାଇଛି I ସୂଚନା ପ୍ରକାରେ ଆଜି ଶିକ୍ଷକ ସନ୍ତୋଷ କୁମାର ପ୍ରଧାନ ବିଦ୍ୟାଳୟରୁ ବଡ଼ ବୋର୍ସିଂ ସ୍ଥିତ ନିଜ ଘରକୁ ଫେରି ଖାଇସାରି ଖବର କାଗଜ ପଢୁଥିବା ସମୟରେ ହଠାତ୍ ଅସୁସ୍ଥ ଅନୁଭବ କରିବା ସହ ଟଳି ପଡିଥିଲେ I ସଙ୍ଗେ ସଙ୍ଗେ ପରିବାର ଲୋକେ ତାଙ୍କୁ ଭଞ୍ଜନଗର ମେଡ଼ିକାଲ୍ ରେ ଭର୍ତ୍ତି କରିଥିଲେ I କିନ୍ତୁ ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ I ସନ୍ତୋଷଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସ୍ତ୍ରୀ ବେବୀ ବେହେରା,ସାନ ଝିଅ ସାଇ ଶ୍ରୀୟା, ସାନଭାଇ ସୁଶାନ୍ତ ଉପସ୍ଥିତ ଥିଲେ I ସନ୍ତୋଷ ଜଣେ ସ୍ନେହୀ ଏବଂ ମେଳାପି ଶିକ୍ଷକ ହୋଇଥିବା ବେଳେ ତାଙ୍କର ଅଚାନକ ମୃତ୍ୟୁ ଖବର ଶୁଣି ବେଲଗୁଣ୍ଠା ଶିକ୍ଷକ ମହଲ ସ୍ତବ୍ଧ ହୋଇଯାଇଥିଲା I ତାଙ୍କ ମୃତ୍ୟୁ ଖବର ଶୁଣି ବେଲଗୁଣ୍ଠା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବସନ୍ତ ଜେନା, ସମ୍ପାଦକ ବାଳକୃଷ୍ଣ ସାବତ, ସମୀର ଜେନା, ଛାୟାକାନ୍ତ ମହାପାତ୍ର, ଗୋପାଳ ତ୍ରୀପାଠୀ, ସୁଶାନ୍ତ ଦଳବେହେରାଙ୍କ ସମେତ ବହୁ ଶିକ୍ଷକ ମେଡିକାଲ୍ କୁ ଯାଇ ତାଙ୍କର ଅନ୍ତିମ ଦର୍ଶନ କରିଥିବା ବେଳେ ବେଲଗୁଣ୍ଠା ବ୍ଳକ୍ ରା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଭୀର ଶୋକ ବ୍ୟକ୍ତ କରିବା ସହ ତାଙ୍କର ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି I ପ୍ରକାଶ ଥାଉକି ସନ୍ତୋଷଙ୍କ ସ୍ତ୍ରୀ ବେବୀ ମଧ୍ଯ ଜଣେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁ୍ଥିବା ବେଳେ ତାଙ୍କର ବଡ଼ ଝିଅ ଜାନମ୍ ଭୁବନେଶ୍ୱରରେ ଏବଂ ସାନ ଝିଅ ସାଇ ଶ୍ରୀୟା ଗାଆଁରେ ପାଠ ପଢୁଛନ୍ତି I
Sign in
Sign in
Recover your password.
A password will be e-mailed to you.
Prev Post
Next Post