ଭୁବନେଶ୍ୱର , ସେପ୍ଟେମ୍ବର ୦୮ : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶୁକ୍ରବାର ଦୁଇ ଦିନିଆ ଅଲ୍ ଓଡ଼ିଶା ସ୍କୁଲ୍ ଚେସ୍ ଚାମ୍ପିଅନ୍ସିପର ଶୁଭାରମ୍ଭ ହୋଇଥିବା ବେଳେ ଏହି ପ୍ରତିଯୋଗିତାରେ ୨୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଉଛନ୍ତି ।
ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ (ଏଓସିଏ) ଦ୍ୱାରା ଆୟୋଜିତ ତଥା ସୋଆର ସହଯୋଗରେ ଏହି ଚାମ୍ପିଅନ୍ସିପ୍ ଆରମ୍ଭ ହୋଇଥିବା ବେଳେ ଏହାର ପୁରସ୍କାର ରାଶି ୧ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି । ଏହି ଟୁର୍ଣ୍ଣାମେଂଟରେ ସାରା ରାଜ୍ୟରୁ ୫ ବର୍ଷରୁ ୧୫ ବର୍ଷର ପିଲାମାନେ ଭାଗ ନେଇଛନ୍ତି ।
ପ୍ରତିଯୋଗିତାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚେସ୍ ଖେଳରେ ଭାରତରେ ନୂଆ ନୂଆ ପ୍ରତିଭା ସାମ୍ନାକୁ ଆସୁଥିବା ଦର୍ଶାଇ ରାଜ୍ୟରେ ଏହି କ୍ରୀଡ଼ାକୁ ଲୋକପ୍ରିୟ କରାଇବା ଏହି ଚାମ୍ପିଅନ୍ସିପ୍ର ମୂଳ ଉଦ୍ଦେଶ୍ୟ ବୋଲି କହିଛନ୍ତି ।
କାର୍ଯ୍ୟକ୍ରମରେ ଏଓସିଏର ଇଂଟରନ୍ୟାସ୍ନାଲ୍ ଆରବିଟର ଶ୍ରୀ ସୁରେଶ ଚନ୍ଦ୍ର ସାହୁ, ସଚିବ ଶ୍ରୀ ଦେବବ୍ରତ ଭଟ୍ଟ ଓ କୋଷାଧ୍ୟକ୍ଷ ଶ୍ରୀ ଶଙ୍କର ମିଶ୍ରଙ୍କ ସମେତ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ବକ୍ତବ୍ୟ ରଖିଥିଲେ ।
ପ୍ରଫେସର ଦାସ କହିଥିଲେ ଯେ କ୍ରୀଡ଼ା ହେଉଛି ଏଭଳି ଏକ ମାଧ୍ୟମ ଯାହା ଦ୍ୱାରା ମଣିଷର ଜୀବନରେ ଶୃଙ୍ଖଳା ଆସିଥାଏ । ଚେସ୍ କ୍ରୀଡ଼ାକୁ ଅନ୍ୟ ଖେଳ ଠାରୁ ଅଲଗା ବୋଲି କହିବା ସହ ଏହା ମସ୍ତିଷ୍କକୁ ଚଂଚଳ କରିଥାଏ ବୋଲି ସେ କହିଥିଲେ ।
ଏହି ଅବସରରେ ସୋଆର ସ୍ପୋର୍ଟ୍ସ ଅଫିସର ଶ୍ରୀମତି ସୁନୀତା ବର୍ମା ମଧ୍ୟ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.