ମାହାଙ୍ଗା ମହିଳା ମହାବିଦ୍ୟାଳୟ ପ୍ଲଲିସାହିର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ର ଶୁଭ ଉଦଘାଟନ କଲେ ବିଧାୟକ ପ୍ରତାପ ଜେନା

0

 

https://youtu.be/ZXKAJjZj7c0

କଲେଜର ଅଧ୍ୟାପକ ଅଧ୍ୟାପିକା ଏବଂ ବହୁ ଛାତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନାଙ୍କୁ କୃତଜ୍ଞତା ଜ୍ଞାପନ ଜଣାଇଲେ l 

(ମାହାଙ୍ଗା-ଶାସକ ପ୍ରଶାସକ): ଶିକ୍ଷା ହେଉକି ସ୍ୱାସ୍ଥ୍ୟ, ପୂଜ୍ୟ ପୂଜାର ସମ୍ମାନ ହେଉକି ମାହାଙ୍ଗା ଐତିହ୍ୟ ର ବିକାଶ, ଗମନାଗମନ ହେଉକି ପାନୀୟଜଳ ବିକାଶ, ସାମାଜିକ ସୁରକ୍ଷା ଯୋଜନା ହେଉକି ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ହେଉ ଆଦି ବିଭିନ୍ନ କ୍ଷେତ୍ରରେ ଉନ୍ନୟନମୂଳକ କାର୍ଯ୍ୟ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଶାସନ ରେ ଅନୁପ୍ରାଣିତ ପୂର୍ବତନ ମନ୍ତ୍ରୀ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ପାଇଁ ସଫଳ ରୂପାୟନ ହୋଇପାରିଛି l ଯାହାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ମାହାଙ୍ଗା ମହିଳା ମହାବିଦ୍ୟାଳୟ ପ୍ଲଲିସାହି ରେ l

ବିଧାୟକ ପ୍ରତାପ ଜେନା ଙ୍କ ଉଦ୍ୟମ କ୍ରମେ ଶୈକ୍ଷିକ ଓ ଶିକ୍ଷାନୁଷ୍ଠାନର ଉନ୍ନୟନମୂଳକ କାର୍ଯ୍ୟ କ୍ଷେତ୍ରରେ ଆଉ ଏକ ବିକାଶର ଫର୍ଦ୍ଦ ଯୋଡି ହୋଇଛି ପ୍ଲଲିସାହି ମହାବିଦ୍ୟାଳୟ ରେ l ଏହା ନେଇ ଏକ ଉଦଘାଟନ ଉତ୍ସବ ଶୁକ୍ରବାର ଅପରାହ୍ନ ସମୟରେ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l   ମହାବିଦ୍ୟାଳୟ ର ଅଧକ୍ଷ ପ୍ରତାପ ଚନ୍ଦ୍ର ଷଢଙ୍ଗୀ ଙ୍କ ଅଧକ୍ଷତା ରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ରାଜ୍ୟ ସରକାରଙ୍କ ଅନୁଦାନ ଛାତ୍ରୀ ମାନଙ୍କ ପାଇଁ ଛାତ୍ରୀବାସର ଶୁଭ ଉଦଘାଟନ, ଶୈକ୍ଷିକ ବିକାଶ ପାଇଁ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ଭିତ୍ତିଭୂମି ବିକାଶ ଅନୁଦାନ ରାଶିରେ ଶ୍ରେଣୀ ଗୃହର ଶୁଭ ଉଦଘାଟନ, ରାଜ୍ୟ ସରକାରଙ୍କ ଫନି ସହାୟତା ରାଶିରେ ଶ୍ରେଣୀ ପ୍ରକୋଷ୍ଠ ର ଉଦଘାଟନ, ଅଧ୍ୟାପକ ଅଧ୍ୟାପିକା ମାନଙ୍କ ପାଇଁ କର୍ମଚାରୀ ପ୍ରକୋଷ୍ଠ, ସାଇକେଲ ଷ୍ଟାଣ୍ଡ ଆଦି ଉନ୍ନୟନମୂଳକ କାର୍ଯ୍ୟ ର ଉଦଘାଟନ କରିଥିଲେ l ଏହି ଅବସରରେ ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସରକାର ସବୁବେଳେ ଶୈକ୍ଷିକ ଏବଂ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ଐତିହାସିକ ପଦକ୍ଷେପ ଗ୍ରହଣ କରିଆସିଛନ୍ତି, ପ୍ରତ୍ୟେକ ବର୍ଷ ସମସ୍ତ ଛାତ୍ରୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବିଦ୍ୟାବୃତ୍ତି (Mukhymantri Scholarship) ସହାୟତା ରାଶି ପ୍ରଦାନ କରିବା ସହ କୃତୀ ଛାତ୍ରୀ ମାନଙ୍କ ପାଠପଢା ପାଇଁ ଲ୍ୟାପଟପ, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଗରିବ ଶ୍ରେଣୀର ପିଲାମାନଙ୍କୁ ଶୈକ୍ଷିକ ସହାୟତା ରାଶି ଆଦି ବହୁ ସୁବିଧା ଯୋଗାଇ ଆସୁଛନ୍ତି, ଏହି ମହାବିଦ୍ୟାଳୟ ର ସମସ୍ତ ଛାତ୍ରୀ ଙ୍କ ପାଠପଢାରେ ବିକାଶ ଏବଂ ଶିକ୍ଷାନୁଷ୍ଠାନ ର ବିକାଶ ହେଉଛି ଆମର ପ୍ରଥମ ଲକ୍ଷ୍ୟ, ଏପରକି ଏହି ପ୍ଲଲିସାହି ମହାବିଦ୍ୟାଳୟ ରେ ଛାତ୍ରୀ ଙ୍କ ପାଠପଢା ରେ ସୁବିଧା ପାଇଁ ବହୁ ଉନ୍ନତିମୂଳକ କାର୍ଯ୍ୟକ୍ରମ କରାଯାଇଛି ଏବଂ ଯାହାକିଛି ବାକି ରହିଛି ତାହାକୁ ଖୁବ ଶୀଘ୍ର କରାଯିବ ବୋଲି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ l

ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟି ସଭାପତି ବିବେକାନନ୍ଦ ମିଶ୍ର, ବ୍ଲକ ବିଡ଼ିଓ ଅମୀୟ କୁମାର ପଣ୍ଡା, ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ଶିକ୍ଷାବିତ ଡ଼ଃ. ବଳରାମ ସେଠୀ, ଅଧ୍ୟାପିକା ସ୍ଵର୍ଣପ୍ରଭା ସାହୁ,ମମତା ନାୟକ, ଅଧ୍ୟାପକ ଭାଗ୍ୟଧର ଘଡ଼ାଇ, ଶରତ ଚନ୍ଦ୍ର ବେହେରାଙ୍କ ସମେତ ପରିଚାଳନା କମିଟି ସଦସ୍ୟ, ଅଧ୍ୟାପକ ଅଧ୍ୟାପିକା ଯୋଗଦାନ କରିଥିଲେ l ମହାବିଦ୍ୟାଳୟ ର ଉନ୍ନତି ପାଇଁ ପରିଚାଳନା କମିଟି, ଅଧ୍ୟାପକ ଅଧ୍ୟାପିକା, ଅଭିଭାବକ ଏବଂ ବହୁ ଛାତ୍ରୀ ଯୋଗଦାନ କରି ବିଧାୟକ ଶ୍ରୀ ଜେନା ଙ୍କୁ ଭବ୍ୟ ସ୍ୱାଗତ ଜଣାଇବା ସହ ମହାବିଦ୍ୟାଳୟ ର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଧାୟକ ପ୍ରତାପ ଜେନାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l

Leave A Reply

Your email address will not be published.