ଜଗତସିଂହପୁର,ତା-୦୭.୦୯.୨୦୨୩/ସୁମନ୍ତ କୁମାର ଦାସ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହଠାରେ ଚତୁର୍ଥ ଅନ୍ତର୍ଜାତୀୟ ନୀଳ ଆକାଶ ନିମନ୍ତେ ସ୍ତନ୍ଥ ବାୟୁ ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ୨୦୨୦ ମସିହାଠାରୁ ପ୍ରତି ବର୍ଷ ଏହି ଦିବସ ସେପ୍ଟେମ୍ବର ? ତାରିଖରେ ପାଳିତ ହୋଇଆସୁଅଛି । ଉକ୍ତ ସଭାରେ ଜିଲ୍ଲା ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ ସମସ୍ତଙ୍କୁ ସ୍ବାଗତ କରିଥିଲେ ଓ ଅଭିଭାଷଣରେ ଏହି କାର୍ଯ୍ୟକ୍ରମର ଉଦ୍ଧେଶ୍ୟ ବିଷୟରେ ଅବଗତ କରାଇଥିଲେ ଯେ ସୁସ୍ଥ ବାୟୁ ହିଁ ସୁସ୍ଥ ଜୀବନ ନିମନ୍ତେ ଏକାନ୍ତ ଅପରିହାଯ୍ୟ ।ତେଣୁ ଆମର ଜୀବନଯାପନ ପ୍ରଣାଳୀକୁ ବଦଳେଇବାକୁ ପଡିବ । ଅଳ୍ପ ଦୂର ଯାତ୍ରା ପାଇଁ ମଟର ଯାନ ବ୍ୟବହାର ନ କରି ପାଦରେ ଚାଲି କିମ୍ଭା ସାଇକେଲ ବ୍ୟବହାର କରିବା ଉଚିତ ସଚେତନତା ସୃଷ୍ଟି କରିବା । ଗଛ ଲଗେଇବା ଅଭ୍ୟାସ କରିବା ଓ ଜଙ୍ଗଲ ସୁରକ୍ଷା କରିବା । ଧୂଆଁ ହୀନ ଶକ୍ତିର ବ୍ୟବହାର କରିବା ଓ ସୁସ୍ଥ ବାୟୁମଣ୍ଡଳ ସୃଷ୍ଟି କରିବା | ଯାହାଦ୍ବାରା ଆମେ ଅନେକ ଗୁଡିଏ ରୋଗ ଯଥା ବାୟୁ ପ୍ରଦୂଷଣ ଆମ ଫୁସଫୁସକୁ ସଂକ୍ରମଣ କରେ ଏବଂ ଏହାଦ୍ବାରା ଷ୍ଟ୍ରୋକ, କ୍ରନିକ ଶ୍ଵାସନଳୀ ସଂକ୍ରମିତ ରୋଗ ଫୁସଫୁସ କର୍କଟ, ହୁତଘାତ ଜନିତ ରୋଗ ହୋଇଥାଏ ଓ ଅନେକ ମୂର୍ତ୍ତିକୁ ମଧ୍ୟ ରୋକିପାରିବା । ଏ ବର୍ଷର ବାର୍ତ୍ତା : “ଏକାଠି ହୋଇ ସୁସ୍ଥ ବାୟୁମଣ୍ଡଳ ତିଆରି କରିବା “ମେଡିକାଲ ଅଫିସର ଅଣସଂକ୍ରମକ ରୋଗ ଡାକ୍ତର ଆଶିଷ ନାୟକ ଏକ ପାୱାର ପଏଣ୍ଟ ପ୍ରେଜେଣ୍ଟସନ ଦେଖେଇ ବୁଝାଇଥିଲେ ଯେ ଘରଭିତରେ କେଉଁସବୁ କାରଣରୁ ବାୟୁ ଦୂଷିତ ହୁଏ ଏବଂ ବାହାର ପରିବେଶରେ କେଉଁ କାରଣରୁ ହୁଏ ଓ ଆମେ ଏହାକୁ ରୋକିବା ନିମନ୍ତେ କଣ ସବୁ କରିବା ଉଚିତ । ବାୟୁ ପ୍ରଦୂଷିତ ହେଲେ କ୍ଲାଏମେଣ୍ଟ କେମିତି ବଦଳୁଛି, ଉଷ୍ମତା ବଢୁଛି, ଗର୍ଭବତୀ ମାଆ ଓ ପିଲା ଉପରେ ପକାଉଥିବା ପ୍ରଭାବ ଯଥା : ପିଲାମାନଙ୍କୁ ନିମୋନିଆ , ଫୁସଫୁସ କର୍କଟ, ଇତ୍ୟାଦି ବିଷୟରେ ବିସ୍ତୃତ ବିବରଣୀ ରଖୁଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣୀ ନମିତା ରାଉତ ମଧ୍ୟ ବକ୍ତବ୍ୟ ରଖୁଥିଲେ ଯେ ଆମେ ସମସ୍ତଙ୍କୁ ସଚେତନ କରିବା ଗଛ ଲଗେଇବା ଓ ତାର ଯତ୍ନ ନେବା ଯାହାଦ୍ବାରା ସୁସ୍ଥ ବାୟୁମଣ୍ଡଳ ଓ ଆକାଶ ରଙ୍ଗକୁ ନୀଳ ହିଁ ରଖୁବା । ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରିଣୀ ରାଜଶ୍ରୀ ସାହୁ ନିଜ ମତ ରଖିଲେ ଆମ ପରିବେଶକୁ ବୃକ୍ଷ ଦ୍ବାରା ନୀଳ ରଖିପାରିଲେ ସୁସ୍ଥ ଅମ୍ଳଜାନ ମିଳିବ ଯାହା ମାନବ ସମାଜର କଲ୍ୟାଣ ହେଇପାରିବ । ଜିଲ୍ଲା ସ୍ତରରୁ ତେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ସଭା ପରିଚାଳନା କରିଥିଲେ । ଜିଲ୍ଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ମହିମା କଲେଜ ଓ ନାରାୟଣୀ ସ୍କୁଲ ଅଫ ନସିଂର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ କୁଇଜ ପ୍ରତିଯୋଗିତା କରାଯାଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା । ଉକ୍ତ ସଭାରେ ଜିଲ୍ଲା ସ୍ତରରୁ ଜିଲ୍ଲାପ୍ରୋଗ୍ରାମ ମ୍ୟାନେଜର ଚକ୍ରଧର ଜେନା, ଆସିଷ୍ଟାଣ୍ଟ ମ୍ୟାନେଜର ଅନିତା ଦାଶ, ପ୍ରଶାନ୍ତ ମହାପାତ୍ରଙ୍କ ସମେତ ମହିମା ଓ ନାରାୟଣୀ ସ୍କୁଲ ଅଫ ନସିଂର ପ୍ରିନସିପାଲ ଏବଂ ଛାତ୍ରଛାତ୍ରୀ, ଆଶାକର୍ମୀ, ସ୍ବାସ୍ଥ୍ୟକର୍ମୀ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.