ଗୁରୁ ଶିଷ୍ୟ ପରମ୍ପରାର ମହାନତା ଦେଖାଇଲେ ୧୯୯୮ବ୍ୟାଚର ଛାତ୍ର

0

ଓଡ଼ଗାଁ,୭।୯(ଶ୍ରୀକାନ୍ତ କୁମାର ମିଶ୍ର): ଆଧୁନିକତାର ପ୍ରଭାବରେ ଦିନକୁ ଦିନ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ନୈତିକ ସ୍ଖଳନ ବୃଦ୍ଧି ପାଉଥିବା ବେଳେ ଓଡ଼ଗାଁ ଅଞ୍ଚଳରେ ତାହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଶିକ୍ଷକ ମାନଙ୍କୁ ଭଲପାଉଥିବା ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକୃଷ୍ଣ ନିଜର ଜନ୍ମ ଦିନକୁ ଶିକ୍ଷକ ଦିବସ ଭାବେ ଉତ୍ସର୍ଗ କରିଥିବା ବେଳେ ସେହି ଦିନଠାରୁ ପାରମ୍ପରିକ ଭାବେ ସେପ୍ଟେମ୍ବର ମାସ ୫ ତାରିଖକୁ ସର୍ବଭାରତୀୟ ସ୍ତରରେ ଗୁରୁଦିବସ ଭାବେ ପାଳନ କରାଯାଉଛି । ହେଲେ ସାମ୍ପ୍ରତିକ ସମୟରେ କେବଳ ପରମ୍ପରା ଆଧାରରେ ଗୁରୁଦିବସ ପାଳତ ହେଉଥିବା ବେଳେ ବିଭିନ୍ନ ସଭା ସମିତିରେ କେବଳ ଏକଲବ୍ୟ, ଉପମନ୍ୟୁ, ସନ୍ଦିପନି, ଆରୁଣିଙ୍କ ଭଳି ମହାନ ଶିଷ୍ୟ ମାନଙ୍କର ଉଦାହରଣ ଦିଆଯାଇଥାଏ । ସାଧାରଣରେ ଏଭଳି କ୍ଷେତ୍ରରେ ଓଡ଼ଗାଁ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାପୀଠର ୧୯୯୮ ମସିହା ମାଟ୍ରିକ ବ୍ୟାଚ୍ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଏକ ନିଆରା ଢଙ୍ଗରେ ଗୁରୁଭକ୍ତିର ମହାନତା ଦେଖିବାକୁ ମିଳିଛି । ଆବଶ୍ୟକତାକୁ ବିଚାର କରି ଛାତ୍ରମାନେ ମିଳିତ ହୋଇ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ଅଧ୍ୟାପକ ପ୍ରସନ୍ନ କୁମାର ଦାଶଙ୍କୁ ସସମ୍ମାନେ ଉତ୍ତରୀୟ ପ୍ରଦାନ କରିବା ସହିତ ଏକ ନୂତ୍ତନ ଟିଭିଏସ ସ୍ପୋର୍ଟସ ବାଇକ ଦକ୍ଷୀଣା ସ୍ବରୁପ ପ୍ରଦାନ କରି ଆଶିଷ ଗ୍ରହଣ କରିଥିଲେ । ବର୍ତ୍ତମାନ ସମୟରେ ଛାତ୍ରମାନଙ୍କ ଏଭଳି ଭଲପାଇବା ନେଇ ଆଶ୍ଚର୍ଯ୍ୟ ହୋଇପଡିଥିବା ବେଳେ ଜଣେ ଶିକ୍ଷକ ଭାବେ ନିଜକୁ ଗର୍ବ ସେ ଅନୁଭବ ହେଉଥିବା କହିଛନ୍ତି ।

Leave A Reply

Your email address will not be published.