ରାଉରକେଲା(ବସନ୍ତ କୁମାର ଜେନା):- ସହରର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ସୁବର୍ଣ୍ଣରେଖା ଓ ଫକୀରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଆନୁକୁଲ୍ୟରେ ଗୁରୁଦିବସ ପାଳନ ସଭାପତି ମନୋରଞ୍ଜନ ଦାସ ଙ୍କ ପୌରହିତ୍ବତରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଉପସ୍ଥିତ ସଦସ୍ୟ ସଦସ୍ୟା ଓ କର୍ମକର୍ତ୍ତାମାନେ ସର୍ବପଲ୍ଲୀ ରାଧା କ୍ରିଷ୍ଣନ ଓ ଫକୀରମୋହନଙ୍କ ତୈଳ ଚିତ୍ରରେ ପୁଷ୍ପ ଅର୍ଘ୍ୟ ଅର୍ପଣ କରିଥିଲେ। ସଭାପତି ନିଜ ବକ୍ତବ୍ୟରେ ଆଜିର ଦିନର ତାତ୍ପର୍ଯ୍ୟ ଓ ଗୁରୁ ପରମ୍ପରା ଉପରେ ଆଲୋକପାତ କରିଥିଲେ। ସାଧାରଣ ସମ୍ପାଦକ ନିତ୍ୟାନନ୍ଦ ବେହେରା ବୈଠକ ସଞ୍ଚାଳନ ସହ ସ୍ବାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଉପଦେଷ୍ଟା ଅନୀଲ କୁମାର ଦାଶ, ବରିଷ୍ଠ ସଦସ୍ୟ ତଥା ସଂସ୍କୃତି ପ୍ରେମୀ ରାମନାରାୟଣ ଦାସ ମହାପାତ୍ର ଅଭିଭାଷଣ ରଖିଥିଲେ। ଆକ୍ଯୁପ୍ରେସର ଚିକିତ୍ସିକା ତଥା ଯୋଗ ଶିକ୍ଷିକା କନକଲତା ଜେନାଙ୍କୁ ଅନୁଷ୍ଠାନ ତରଫରୁ ପୁଷ୍ପ ଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା।
ଦ୍ବିତୀୟ ପର୍ଯ୍ୟାୟରେ ଆଗାମୀ ବାର୍ଷିକ ଉତ୍ସବ ଦିନ ପରିବେଷିତ ହେବାକୁ ଥିବା ନାଟକ “ଶେଷ ଠିକଣା”ର ପାଣ୍ଡୁଲିପି ପୂଜନ ଓ ଉନ୍ମୋଚନ ହୋଇଥିଲା। ନାଟକର ରଚୟିତା ମହେନ୍ଦ୍ର ମହାଳିକ ଥିବାବେଳେ ସଂଗୀତ ନିର୍ଦ୍ଦେଶନାରେ ଗୁରୁ ଗୈାରାଙ୍ଗ ମଲ୍ଲିକ ଅଛନ୍ତି। ନାଟକର ବିଷୟବସ୍ତୁ ଉପରେ ନିର୍ଦ୍ଦେଶକ ଶ୍ରୀ ମହାଳିକ ସମ୍ୟକ ସୂଚନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀ ମଲ୍ଲିକ ନାଟକଟିର ଆଦୃତି ଲାଭ ପାଇଁ ସମସ୍ତ ଚେଷ୍ଟା କରିବେ ବୋଲି କହିଥିଲେ।
ଆଜିର ଏହି ବୈଠକର ସଫଳତା ପାଇଁ ଉପସଭାପତି ବନବିହାରୀ ରଣା ଓ ଅଜିତ ମହାପାତ୍ର ଉପଦେଷ୍ଟା ମଣ୍ଡଳୀର ପରମେଶ୍ବର ମହାରଣା , ସାଙ୍ଗଠନିକ ସମ୍ପାଦକ କମଳାକାନ୍ତ ପ୍ରଧାନ, ସାଂସ୍କୃତିକ ସମ୍ପାଦକ ରାଜୀବ ପାତ୍ର,ବାଲୁ କିଶୋର ପାତ୍ର, ପ୍ରଫୁଲ୍ଲ କୁମାର ସାହୁ, କରୁଣାକର ସାହୁ, ବିଜୟ ପ୍ରଧାନ, ସୁବ୍ରତ କୁମାର ଜେନା, ହରିପଦ ମହାନ୍ତି, ସମୀର ମଣ୍ଡଳ, ଶ୍ରୀକାନ୍ତ ଦାସ , ରାଧାକୃଷ୍ଣ ଦଳପତି, ସସ୍ମିତା ମଣ୍ଡଳ,ଛବିରାଣୀ ପ୍ରଧାନ,ଦେବଯାନୀ ଘୋଷ, ଭାଗ୍ୟଲକ୍ଷ୍ମୀ ପାତ୍ର,ସୁଷମା ସାହୁ, ରଶ୍ମିରେଖା ବାରିକ, ପୂଜାରିଣୀ ଗିରି, ବନଜା ଦାସ, ପ୍ରମୁଖ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.