ମହିଳା ସ୍ନାତକ ମହାବିଦ୍ୟାଳୟରେ ଭୋଟର ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟରେ ଗଜପତି ଜିଲ୍ଲାର ପ୍ରଥମ ମହିଳା ଭୋଟର୍ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଆଲୋକ କୁମାର ପ୍ରଧାନ ଉପସ୍ଥିତ ରହି ୧୮ ବର୍ଷ ହେବାକୁ ଥିବା ଛାତ୍ରୀ ମାନଙ୍କୁ ନୂତନ ଭୋଟର ପରିଚୟ ପତ୍ର ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବା ସହିତ କିପରି ପଞ୍ଜୀକରଣ କରିପାରିବେ ସେ ସଂପର୍କରେ ସୂଚନା ପ୍ରଦାନ କରିଥିଲେ ଏବଂ ତତ୍ ସହିତ ଭୋଟର୍ ତାଲିକାରେ ଥିବା ତଥ୍ୟର ସଂଶୋଧନ ମଧ୍ୟ ଭୋଟର୍ ହେଲ୍ପ ଲାଇନ୍ ଆପ୍ ମାଧ୍ୟମରେ କିପରି ହୋଇପାରିବ ସେ ସଂପର୍କରେ ମଧ୍ୟ ଛାତ୍ରୀ ମାନଙ୍କୁ ବିଶଦ ଭାବରେ ବୁଝାଇଥିଲେ।
ଚଳିତ ମାସ ୧ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହୋଇଥିବା “ମୁ ବି ମିତା” କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ଙ୍କ ସହ ଯୋଗଦେଇଥିବା ଛାତ୍ରୀ ପ୍ରତିନିଧି ସୁଶ୍ରୀ ବିନ୍ଦୁଶ୍ରୀ ଓ ସୁଶ୍ରୀ ମିନାକ୍ଷୀ ଏ ସଂପର୍କରେ ସହଯୋଗ କରିବେ ବୋଲି ମତାମତ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଆସିଷ୍ଟାଣ୍ଟ କଲେକଟର ଶ୍ରୀଯୁକ୍ତ ରାଜେନ୍ଦ୍ର ଭୂୟାଁ ଉପସ୍ଥିତ ରହି ଭୋଟର୍ ପଞ୍ଜୀକରଣ ସଂକ୍ରାନ୍ତୀୟ ସନ୍ଦେହକୁ ଦୂର କରି ସରଳ ଭାଷାରେ ଛାତ୍ରୀଙ୍କୁ ଅବଗତ କରାଇଥିଲେ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼.ରୀନା ସାହୁ ଗଣତନ୍ତ୍ର କୁ ସୁଦୃଢ କରିବା ନିମନ୍ତେ ଛାତ୍ରୀ ମାନଙ୍କ ଭୂମିକା ସଂପର୍କରେ ଅବଗତ କରାଇ ଆଗାମୀ ଦିନରେ କାର୍ଯ୍ୟକ୍ରମଗୁଡିକ ସୁଚାରୁରୂପେ କିପରି ପରିଚାଳିତ ହୋଇପାରିବ ସେ ସଂପର୍କରେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।
ଆଜିର ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗ ତଥା ଜିଲ୍ଲାପାଳ କାର୍ଯ୍ୟାଳୟର କର୍ମକର୍ତ୍ତା ମାନଙ୍କର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.