ବେଲଗୁଣ୍ଠା/ଶିବରାମ ଚୌଧୁରୀ: ଗତ କିଛି ଦିନ ହେବ ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ ନାୟକଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରି ଆଜି ପାଇଲିପଡ଼ା ପଞ୍ଚାୟତ ବିଜେଡ଼ି ପକ୍ଷରୁ ପାଇଲିପଡ଼ା ନିକଟସ୍ଥ ଉସ୍ତପଲ୍ଲୀ ସ୍ଥିତ ମୁକ୍ତେଶ୍ୱର ସ୍ୱାମୀ ଶିବ ମନ୍ଦିରରେ 11111 ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରାଯାଇଛି I ଗତ ରବିବାର ଠାରୁ ପାଞ୍ଚ ଦିନ ଧରି ଚାଲିଥିବା ଏହି ଯଜ୍ଞର ଆଜି ପୂର୍ଣ୍ଣାହୂତି ଦିଆଯାଇଛି I ଏହି ଯଜ୍ଞର ପ୍ରଥମ ଦିନରେ ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଏବଂ ସହଧର୍ମିଣୀ ତଥା ପୂର୍ବତନ ସମିତିସଭ୍ୟା ସବିତା ନାୟକ ଯୋଗ ଦେଇଥିବା ବେଳେ ଆଜି ଅନ୍ତିମ ଦିବସରେ ମଧ୍ୟ ଉଭୟ ନାୟକ ଦମ୍ପତ୍ତି ଯୋଗଦେଇ କର୍ତ୍ତା ଭାବେ ହୋମରେ ବସିଥିଲେ I ଏହି ଅବସରରେ ଆଜି ଶ୍ରୀ ନାୟକଙ୍କ ଆଶୁ ଆରୋଗ୍ୟ କାମନା କରି 11111 ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରି ଯଜ୍ଞର ପୂର୍ଣ୍ଣାହୁତି ଦିଆଯାଇଥିଲା I କାର୍ଯ୍ୟକ୍ରମରେ ପଣ୍ଡିତ ମୋତିଲାଲ ଦାସ, ପଣ୍ଡିତ ବୁଙ୍ଗୁରା ତ୍ରିପାଠି, ବିଶ୍ଵନାଥ ତ୍ରିପାଠି, ଭୁବନେଶ୍ଵର ତ୍ରିପାଠି, ବସନ୍ତ ହୋତା, ଶଙ୍କର ଦାସ, ପିଷ୍ଟପ୍ ରଥ ପ୍ରମୁଖ ଯଜ୍ଞ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାଇଲିପଡ଼ା ସରପଞ୍ଚ ଜୟରାମ ନାୟକ,ସାଂସଦ ପ୍ରତିନିଧି ସନ୍ତୋଷ କୁମାର ସ୍ୱାଇଁ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ରଙ୍କନିଧି ସାହୁ,ଯୁବନେତା ରଞ୍ଜିତ କୁମାର ରାଉତ,ବ୍ଳକ୍ ବିଜେଡ଼ି ସଭାପତି ତଥା ସରପଞ୍ଚ ରାମେଶ୍ଵର ପାତ୍ର,ସରପଞ୍ଚ ଦୁର୍ଗାମାଧବ ନାୟକ,ସମିତିସଭ୍ୟ ସୁଧାଂଶୁ ଶେଖର ପୋଲାଇ, ସୀମାଞ୍ଚଳ ବିଷୋୟୀ, ବିଭୂପାଦ ଜେନା, 47 ନମ୍ବର୍ ଜୋନ୍ ବିଜେଡ଼ି ସଭାପତି ପ୍ରଦ୍ୟୁମ୍ନ ପାତ୍ର, 48 ନମ୍ବର୍ ଜୋନ୍ ଜିଲ୍ଲାପରିଷଦ ପ୍ରାର୍ଥୀ ପଞ୍ଚାନନ ନାୟକ,ପାଣି ପଂଚାୟତ ସଭାପତି ଉମା ନାୟକ, ଶିକ୍ଷାବିତ୍ ରାମକୃଷ୍ଣ ପାତ୍ର, ଇନ୍ଦ୍ରଜିତ୍ ପରିଡ଼ା, ପ୍ରମୋଦ କୁମାର ପାତ୍ରଙ୍କ ସମେତ ବହୁ ସରପଞ୍ଚ ସମିତିସଭ୍ଯ ଉପସ୍ଥିତ ରହି ବ୍ଳକ୍ ଅଧ୍ୟକ୍ଷ ଶ୍ରୀ ନାୟକଙ୍କ ଶୀଘ୍ର ଆରୋଗ୍ୟ ଓ ସୁସ୍ଥ ଜୀବନ କାମନା କରିଥିଲେ I
Sign in
Sign in
Recover your password.
A password will be e-mailed to you.