ଭୁବନେଶ୍ୱର, ୩୦/୦୮: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଏଗ୍ରିକଲ୍ଚରାଲ ସାଇନସେସ୍ (ଆଇଏଏସ୍)ର ଶେଷ ବର୍ଷ ସ୍ନାତକ ଛାତ୍ରମାନଙ୍କ ଦ୍ୱାରା “ଗୋ ଖାଦ୍ୟ ରୂପରେ ଆଜୋଲା ଓ ନାପିଅର୍ ଘାସର ଚାଷ” ଏକ ତାଲିମ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ବାଡିରେ ଛୋଟ ଗର୍ତର୍ କରି ଆଜୋଲାର ଚାଷ କିପରି କରାଯାଇପାରେ ଓ ନାପିଅର୍ ଘାସ ଦୁଧିଆଳୀ ଗାଈମାନଙ୍କ ପାଇଁ କେତେ ଉପଯୋଗୀ ଏହି ବିଷୟରେ ମଧ୍ୟ ଛାତ୍ରମାନେ ଉପସ୍ଥିତ ଲୋକମାନଙ୍କୁ ଅବଗତ କରାଇବା ସହ ଏଥିରେ ଯୋଗ ଦେଇଥିବା ମହିଳାମାନଙ୍କୁ ମଧ୍ୟ ନାପିଅର୍ ଘାସର କାଠି ପ୍ରଦାନ କରିଥିଲେ ।
ତତ୍ୱାବଧାରକ ସହକାରୀ ପ୍ରଫେସର ଡକ୍ଟର ରାମକୃଷ୍ଣ ବସ୍ତିଆ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବାବେଳେ କୃଷି ମହାବିଦ୍ୟାଳୟର ପୂର୍ବତନ ଡିନ୍ ତଥା ପରାମର୍ଶଦାତା ପ୍ରଫେସର (ଡକ୍ଟର) ବିଜୟ କୁମାର ସାହୁ ବିଶେଷ ଅତିଥି ଭାବେ ଯୋଗ ଦେଇ ଆଜୋଲାକୁ ଗୋ ଖାଦ୍ୟ ଭାବେ କିପରି ବ୍ୟବହାର କରାଯାଇ ପାରିବ ସେ ବିଷୟରେ ବୁଝାଇଥିଲେ ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗ୍ରାମର ପ୍ରାୟ ୩୫ରୁ ଉଦ୍ଧ୍ୱର୍ ଚାଷୀମାନେ ଭାଗ ନେଇଥିଲେ ।
ଏହି କାର୍ଯ୍ୟକ୍ରମରେ କୃଷି ବିଭାଗର ଛାତ୍ର ସିଦ୍ଧି ମୋହନ ପଟ୍ଟନାୟକ, ଅର୍ଧେନ୍ଦୁ ଶେଖର ପଣ୍ଡା, ଅଭିଷେକ ପ୍ରିୟଦର୍ଶୀ, ଉଦୟ ଶଙ୍କର ଦାଶ, ଶୁଭୋଜିତ୍ ଦାସ, ମୋନାଲ ପଣ୍ଡା, ସୁପ୍ରତୀକ୍ ସ୍ୱାଇଁ, ଅଭିଷେକ ସେଠୀ, ବିବେକାନନ୍ଦ ମଲ୍ଲିକ୍, ସୌମ୍ୟରଂଜନ ସୁବୁଦ୍ଧି, ଆୟୁଷ୍ମାନ୍ ପଣ୍ଡା, ଅମି୍ରତ୍ କୁମାର ସାହୁ, ସୁଦୀପ୍ତ କୁମାର ମୋହାନକୁଡ, ଦିପାଂଶୁ ପରିଡା, ସୋହନ କୁମାର ରାଉତରାୟ, ସ୍ୱାୟାଂଶୁ କୁମାର ଭୂୟାଁ, ଅଭିଷେକ ଦତ, ଅତି୍ର ସାମନ୍ତ, ଆକାଶ ଘୋରାଇ ପ୍ରମୁଖ ଛାତ୍ରଛାତ୍ରୀମାନେ ସାମିଲ ହୋଇ ଚାଷୀମାନଙ୍କୁ ପ୍ରଶିକ୍ଷଣ ଓ ପରାମର୍ଶ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.