କେନ୍ଦ୍ରାପଡା:/ପ୍ରଫୁଲ କୁମାର ମଲ୍ଲ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ଅଧିନ କପାଳେଶ୍ବର ପଂଚାୟତର ଲୋକମାନଙ୍କ ନାନାବିଧ ସମସ୍ୟା, ଅପାରଗ ରାଜ୍ୟ ସରକାରର ଦୁର୍ନୀତି ଓ ଭ୍ରଷ୍ଟାଚାର ପ୍ରତିବାଦରେ ଏକ ଆନ୍ଦୋଳନ ପଂଚାୟତର ପୂର୍ବତନ ସରପଞ୍ଚ ତଥା ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଅଭିମନ୍ୟୁ ଗୋଛାୟତଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହି ଆନ୍ଦୋଳନରେ ଜିଲ୍ଲା ସାଧାରଣ ସମ୍ପାଦକ ତଥା ନିର୍ବାଚନ ମଣ୍ଡଳ ପ୍ରଭାରୀ ଶଶାଙ୍କ ଶେଖର ସେଠୀ, ଓବିସି ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ଜ୍ଞାନରଞ୍ଜନ ପ୍ରଧାନ, ମଣ୍ଡଳ ସାଧାରଣ ସମ୍ପାଦକ ବଳରାମ ବେହେରା,ପଂଚାୟତ ପ୍ରମୁଖ ପୁରୁଷୋତ୍ତମ ଦାଶ, ସହ ପ୍ରମୁଖ ହରେକୃଷ୍ଣ ରାୟ, ବୁଥ ସଭାପତି ପ୍ରଦୀପ ନାୟକ, ସନ୍ତୋଷ ଲେଙ୍କା ରବୀନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ବିଜେଡି ସରକାରଙ୍କ ପଂଚାୟତରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ସ୍ବେଚ୍ଛାଚାରିତା, ମନୋମୁଖୀ କାର୍ଯ୍ୟକଳାପ, ଦଳୀୟ ମନୋବୃତ୍ତିରେ ଯୋଗ୍ୟ ହିତାଧିକାରୀଙ୍କୁ ପାତରଅନ୍ତର କରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ନରେଗା ଯୋଜନା, ବାର୍ଦ୍ଧକ୍ୟ /ବିଧବା ଭତ୍ତା, ରାସନ କାର୍ଡରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ଆନ୍ଦୋଳନକୁ ଶିବ ଚରଣ ସାହୁ, ରଞ୍ଜନ କୁମାର ସ୍ୱାଇଁ, ସତ୍ୟବାନ ନାୟକ, ରମାକାନ୍ତ ମହାପାତ୍ର, ରଶ୍ମିରଂଜନ ସିଂ, ସୁଧୀର ମଳିକ, ମନୋଜ ରାୟ,ପ୍ରତିମା ପାତ୍ର, ସରସ୍ୱତୀ ଘଡେଇ, ଝୁନି କବାଟ,ଅଭୟ ପାତ୍ର, ରାଜକିଶୋର ପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.