କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ -ଟିକିରି ପୋଲିସ କୁ ମିଳିଛି ବଡ ସଫଳତା | ଚୋରି ସାମଗ୍ରୀକୁ ଉଦ୍ଧାର କରିବା ସହ ଚୋରି ସାମଗ୍ରୀକୁ କିଣିଥିବା ଅଭିଯୋଗ ରେ ୨ଜଣ କୁ ଗିରଫ କରିଛି ଟିକିରି ପୋଲିସ । ଗିରଫ ହୋଇଥିବା ୨ ଜଣ କ ମଧ୍ୟରୁ ଲାପଟପ କିଣିଥିବା ଆନ୍ଦୁଗୁଡା ଗ୍ରାମର ସନ୍ତୋଷ ସାହୁ ଓ ଆଇଫୋନ କିଣିଥିବା ମୁଣ୍ଡାଗାଁ ଗ୍ରାମର ହେମନ୍ତ ପ୍ରଧାନୀ।ସେମାନଙ୍କ ଠାରୁ ଗୋଟିଏ ଲାପଟପ ଓ ଆଇଫୋନ ଜବତକରି ଟିକିରି ଥାନାରେ କେଶ ନଂ ୧୨୪/୨୩ ୟୁଏସ୪୫୭/୩୮୦ ଆଇ ପି ସି ଧାରାରେ କେଶ ରୁଜୁ କୋରି କୋର୍ଟ ଚାଲାଣ କରାଯାଇଥିବା ତଦନ୍ତ ଦାୟିତ୍ବ ରେ ଥିବା ଏସ ଆଇ ମନୋଜ ଜେନା କହିଛନ୍ତି । ସୂଚନା ଅନୁଯାଇ ରେଳ ବିଭାଗ ରେ କାମ କରୁଥିବା ରୋସନ କୁମାର ପ୍ରସାଦ ରେଳ ବିଭାଗର ସରକାରୀ ବାସଭବନରୁ କୌଣସି କାର୍ଯ୍ୟରେ ଗତ ଅଗଷ୍ଟ ୨୨ତାରିଖରେ ରାୟଗଡା ଯାଇଥିଲେ। ସେ ୨୭ ତାରିଖରେ ଘର କୁ ଫେରି ଦେଖିଲା ବେଳକୁ ଘର ତାଲା ଭାଙ୍ଗି ଘରରୁ ଲାପଟପ ,ଆଇଫୋନ ମୋବାଇଲ ସହ ଘରର ଅନ୍ୟ ଆସବାବ ପତ୍ର ଚୋରି ହୋଇଥିବା ଟିକିରି ଥାନାରେ ଅଭିଯୋଗ କରିଥିଲେ ।ଟିକିରି ଆଇଆଇସି ବିଶ୍ଵବନ୍ଦିନୀ ବାଗ ତଦନ୍ତ କରି ଅସିମ ନାଏକ ଓରଫ ରାଜ କୁ ଖୋଜିବା ସମୟରେ ଫେରାର ହୋଇଯାଇଛି।ଟିକିରି ଆଇଆଇସି ବିଶ୍ଵବନ୍ଦିନୀ ବାଗ ଥାନାରେ ଯୋଗଦେବା ଦିନରୁ ଅପରାଧିଙ୍କ ନିଦ ହଜିଯାଇଛି।ତାଙ୍କ ପ୍ରଚେଷ୍ଟା ରେ ଗାଡିରେ ନାଲିବତି ଓ ସାଇରନ ଲଗାଇ ପାଟ୍ରୋଲିଂ ଜରଦାର ଜାରି ରହିଛି ।
Sign in
Sign in
Recover your password.
A password will be e-mailed to you.