ଭଞ୍ଜନଗର ପ୍ରଶାସନର ମାନବୀୟ ତତ୍ପରତା, ସ୍ବପ୍ନାକୁ ଘରପଟ୍ଟା ପରେ ପରେ ୩୦ହଜାର ଟଙ୍କାର ସହାୟତା।

0

ଉଦୟନାଥ ପଣ୍ଡା (ଭଞ୍ଜନଗର):  ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିବା ୫ଟି ସଚିବ ଭିକେ ପାଣ୍ଡିଆନ ,ଗତ ୨୬ ତାରିଖ ଶନିବାର ଦିନ ଭଞ୍ଜନଗରରେ ଆୟୋଜିତ ଅଭିଯୋଗ ଶୁଣାଣୀରେ ଯୋଗଦେଇଥିଲେ। ଏହି ଅଭିଯୋଗ ଶୁଣାଣୀରେ ଭଞ୍ଜନଗର ଠାରେ ପ୍ରାୟ ୪୨୦ରୁ ଉର୍ଦ୍ଧ ଅଭିଯୋଗ ପତ୍ର ଦାଖଲ ହୋଇଥିବା ବେଳେ, ଚିକିତ୍ସା ଓ ଅସହାୟ ନିମନ୍ତେ ଆର୍ଥିକ ସହାୟତା ପାଇଁ ଆବେଦନ କରିଥିବା ଭଞ୍ଜନଗର ବ୍ଳକ୍ ବାଉଁଶଲୁଣ୍ଡି ପଞ୍ଚାୟତର ଚାକୁଣ୍ଡାପଲ୍ଲୀ ଗ୍ରାମର ଏ ସ୍ବପ୍ନା ଓ ତାଙ୍କ ବାପା ଏ ମାର୍କଣ୍ଡ ଏବଂ ଜିଲୁଣ୍ଡି ଗ୍ରାମର ଶିବରାମ ଜେନାଙ୍କୁ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଜ୍ୟୋତି ଶଙ୍କର ରାୟ, ବିଡ଼ିଓ ଶ୍ରୀ ଶଶୀଭୂଷଣ ମହାପାତ୍ର,ତହସିଲଦାର ଶ୍ରୀ ଅଚ୍ୟୁତାନନ୍ଦ ଜାନୀ ପ୍ରମୁଖ ଉଭୟ ଆବେଦନକାରୀଙ୍କୁ ସେମାନଙ୍କ ଘର ନିକଟକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ ୩୦ ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ପୂର୍ବରୁ ଉପଜିଲ୍ଲାପାଳ ବଡକୋଦଣ୍ଡା ରାସ୍ତାରେ ଏ ସ୍ବପ୍ନାକୁ ଏକ ୪ ଡେସିମିଲ୍ ଜାଗା ପ୍ରଦାନ କରିଥିଲେ। ଜିଲୁଣ୍ଡି ଗ୍ରାମର ଶିବରାମ ଜେନା ଏକ ସଡ଼କ ଦୁର୍ଘଟଣାରେ ନିଜର ଗୋଡ ହରାଇ ଥିବା ବେଳେ ତାଙ୍କର ଚିକିତ୍ସାରେ ଅର୍ଥ ବାଧକ ସାଜିଥିବା ଉକ୍ତ ଅଭିଯୋଗ ଶୁଣାଣୀରେ ଜଣାଇଥିଲେ। ତାଙ୍କୁ ମଧ୍ୟ ବିଡ଼ିଓ ଶ୍ରୀ ମହାପାତ୍ରଙ୍କ ଉପସ୍ଥିତିରେ ୩୦ ହଜାର ଟଙ୍କା ଚେକ୍ ପ୍ରଦାନ କରାଯାଇଛି।

Leave A Reply

Your email address will not be published.