ଛାତ୍ର ଛାତ୍ରୀ ଶିକ୍ଷାଦାନରେ ନାନା ସମସ୍ୟା ଉପୁଜୁଥିଲା : ସେକ୍ ଫରାଜ ଉଦ୍ଧିନ୍ ଙ୍କ ଜମିଦାନ ପରେ ସମସ୍ୟା ସମାଧାନ ହେବାକୁ ଯାଉଛି

0

ଗ୍ରାମବାସୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଜମିଦାତାଙ୍କୁ ସମ୍ବର୍ଦ୍ଧନା

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ଜିଗ୍ନୀପୁର ପଂଚାୟତ ବାହାବଳପୁର ଗ୍ରାମରେ ଥିବା ସରକାରୀ ଉର୍ଦ୍ଧୁ ପ୍ରାଥମିକ ବିଦ୍ୟାଳୟରେ ଗୃହ ଅଭାବ ହେତୁ ଛାତ୍ର ଛାତ୍ରୀମାନେ ଶିକ୍ଷାଗ୍ରହଣ ନିମନ୍ତେ ନାନା ସମସ୍ୟାର ସମ୍ମୁଖିନ ହେଉଥିଲେ । ଛାତ୍ର ଛାତ୍ରୀଙ୍କ ସମସ୍ୟାକୁ ଲକ୍ଷ୍ୟ କରି ସେହି ଗ୍ରାମର ଦାତବ୍ୟ ବ୍ୟକ୍ତି ସେକ୍ ଫରାଜ ଉଦ୍ଧିନ୍ (କୁନା ଭାଇ) ମୋ ସ୍କୁଲ ଯୋଜନା ଏବଂ ତାଙ୍କ ପରିବାରର ସହମତିରେ ସ୍ୱଇଚ୍ଛାରେ ଏକ ଜମି ଦାନ କରିଛନ୍ତି । ଏହି ବିଦ୍ୟାଳୟର ନୂତନ ଗୃହ ନିର୍ମାଣ କରିବା ପାଇଁ ଜମି ନଥିବାରୁ ସମ୍ପୃକ୍ତ ବ୍ୟକ୍ତି ଜମି ଦାନ କରିବା ପରେ ଏଠାରେ ଏକ ଗୃହ ନିର୍ମାଣ ପାଇଁ ସରକାରୀ ସହାୟତା ଯୋଗାଇ ଦିଆଯିବାର ବ୍ୟବସ୍ଥା ମଧ୍ୟ ହୋଇଛି । ଏଭଳି ବଦାନ୍ୟ କାର୍ଯ୍ୟ ପାଇଁ ସମ୍ପୃକ୍ତ ଜମିଦାତାଙ୍କ ଉପରେ ସମସ୍ତ ଗ୍ରାମବାସୀ ,ମୁରବୀ , ବିଦ୍ୟାଳୟ ପରିଚାଳନା କମିଟି ଓ ପ୍ରଶାସନିକ ସ୍ତରରେ ବେଶ ଉତ୍ସାହିତ ହୋଇଛନ୍ତି । ଏହି ଅବସରରେ ସୋମବାର ପୂର୍ବାହ୍ନରେ ବିଦ୍ୟାଳୟ ପରିସରରେ ସମ୍ପୃକ୍ତ ଜମିଦାତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ପ୍ରଧାନଶିକ୍ଷୟିତ୍ରୀ ରବେୟା ସରୱରଙ୍କ ପୌରହିତ୍ୟରେ ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ଦିବ୍ୟଜ୍ୟୋତି ସ୍ମୃତିରଂଜନ ଦେଓ, ମୁଖ୍ୟବକ୍ତା ଭାବେ ମଣ୍ଡଳ ଶିକ୍ଷାଧିକାରୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା, ସମ୍ମାନୀତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ସରପଂଚଙ୍କ ପ୍ରତିନିଧି ଜ୍ଞାନରଂଜନ ରାଉତ, ସାମ୍ବାଦିକ ସୁରେନ୍ଦ୍ରନାଥ ରାଉତ, ଗାଁ ମୁରବୀ ସେକ୍ ଅଲ୍ଲୀ ମୁଦ୍ଧିନ୍ ,ସେକ୍ ଆବାସ ଉଦ୍ଧିନ୍ ,ସେକ୍ ନୁର ଉଦ୍ଧିନ୍ ,ଅବଦୁଲ ରାକିବ୍, ସ୍କୁଲ ପରିଚାଳନା କମିଟି ସଭାପତି କସର ଖାଁ , ବିଜେଡ଼ି ଜିଲ୍ଲା ସଂଖ୍ୟାଲଘୁ ଉପସଭାପତି ଜାକିର ଖାଁ , ସଂଖ୍ୟାଲଘୁ ପଂଚାୟତ ସଭାପତି ଅବଦୁଲ ଅମ୍ରାନ୍ ଖାଁ, ନାଏବ ସରପଂଚ କୁଦୁସ ଖାଁ, ଜାହାଙ୍ଗୀର ଖାଁ,ସେକ୍ ଆବିଦ୍ , ସେକ ସମସୁଦ୍ଧିନ୍, ଶିକ୍ଷୟିତ୍ରୀ ନୁମିରା ବିବି, ହେମଲତା ନାୟକ ପ୍ରମୁଖ ଯୋଗ ଦେଇଥିଲେ

Leave A Reply

Your email address will not be published.