ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରେ ବିକାଶ ପାଗଳା,  ଖଟିଆରେ ବୋହା ହେଲେ ରୋଗୀଣା ମହିଳା

0

ବାରିପଦା(ଶାସକ ପ୍ରଶାସକ)  ଭାରତ ସ୍ୱାଧୀନ ହେବାକୁ ୭୧ ବର୍ଷ ବିତିଯାଇଥିଲେ ମଧ୍ୟ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମରେ ଏବେ ମଧ୍ୟ ବିକାଶ ପାଗଳ ହୋଇଯାଇଛି । ନାହିଁ ରାସ୍ତା କିମ୍ବା ନଦୀ ପାର ହେବା ନିମନ୍ତେ ନାହିଁ ପୋଲ ଅଥବା କୌଣସି ବିକଳ୍ପ । ଫଳରେ ରୋଗୀକୁ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ଖଟିଆରେ ବୋହି ନଦୀ ପାର ହେବାକୁ ପଡ଼ୁଛି । ମୁଖ୍ୟମନ୍ତ୍ରୀ ନବୀନଙ୍କ ମୋ ଗାଁ ମୋ ବିକାଶ କାର୍ଯ୍ୟକ୍ରମର ସଫଳତାର ଏହା ଏକ ନଗ୍ନ ଉଦାହଣ ମାତ୍ର । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ପ୍ରାୟ ୫/୬ ଦିନ ପୂର୍ବେ  ବାଙ୍ଗିରିପୋଷି ବ୍ଲକ  ଅନ୍ତର୍ଗତ  ଚାଉଳଘେରି ଗ୍ରାମର  ବାବୁଲି ସିଂଙ୍କ ସ୍ତ୍ରୀଙ୍କୁ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ପରିବାରର ସଦସ୍ୟମାନେ ଖଟିଆରେ ବୋହି ବିପଦ ସଂଙ୍କୁଳ ଅବସ୍ଥାରେ ବୁଢ଼ାବଳଙ୍ଗ ନଦୀ ପାର କରି ବାଙ୍ଗିରିପୋଷି ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଁଞ୍ଚାଇବା ଘଟଣା ସେହି ସମୟରେ ଗଣମାଧ୍ୟମରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଥିଲା । ଆଜି ପୁଣି ଥରେ ତାର ପୁନଃଆବୃତ୍ତି ଘଟିଛି । ସେହି ବାଙ୍ଗିରିପୋଷି ବ୍ଲକର ପାହାଡ଼ସାହି ଗ୍ରାମରକାଳୁ ସିଂଙ୍କ ସ୍ତ୍ରୀ ଝୁନି ସିଂଙ୍କୁ ସମାନ ଅବସ୍ଥାରେ ନଦୀ ପାର କରାଯାଇଥିଲା । ରୋଗୀକୁ ନେବା ନିମନ୍ତେ ଆମ୍ବୁଲାନ୍ସ ଆସି ନଦୀର ଅପରପାଶ୍ୱର୍ରେ ଅପେକ୍ଷା କରିବାକୁ ପଡ଼ିଥିଲା । ରଗୀ ନଦୀ ପାର ହେବା ପରେ ଆମ୍ବୁଲାନ୍ସ ନେଇ ବାଙ୍ଗିରିପୋଷି ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଁଞ୍ଚାଇଥିଲା । ପ୍ରକାଶ ଥାଉକି, ଏହି ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରେ ସୁଦାମ ମାର୍ଣ୍ଡି ବିଜଦର ବିଧାୟକ ରହିଛନ୍ତି । ଅତୀତରେ ଶ୍ରୀମାର୍ଣ୍ଡି ଝାମୁମୋର ରାଜ୍ୟ ସଭାପତି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ତଥା ବିଜଦ ସରକାର ମୟୂରଭଞ୍ଜ ଜିଲ୍ଲାକୁ କ୍ରମାଗତ ଭାବେ ଅବହେଳା ପ୍ରଦର୍ଶନ କରୁଥିବାର ଅଭିଯୋଗ ଆଣି ତୁମ୍ବିତୋଫାନ ସୃଷ୍ଟି କରାଇ ଆସୁଥିଲେ । ସରକାରରେ ରହିଲେ ଜନତାଙ୍କ ସେବା କରିବା ସହଜ ହେବ ବୋଲି ସଫେଇ ଦେଇ ବିଜଦରେ ସାମିଲ ହୋଇଥିଲେ; ମାତ୍ର ଏହା ମଧ୍ୟରେ ୫ ବର୍ଷ ପୂରଣ ହେବାକୁ ଆଉ ଅଳ୍ପ କେତେ ମାସ ବାକି ରହିଥିଲେ ମଧ୍ୟ ମୟୂରଭଞ୍ଜ ଜିଲ୍ଲାର ବିକାଶ କରିବା ଦୂରର କଥା ତାଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ବିକାଶ ପାଗଳ ହୋଇ ଏଣେତେଣେ ଘୁରି ବୁଲୁଥିବା ବିଷୟକୁ ନେଇ ଜନସାଧାରଣରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି ।

Leave A Reply

Your email address will not be published.