ସୁନ୍ଦରଗଡ /କିଞ୍ଜିରକେଲ(ବସନ୍ତ କୁମାର ଜେନା):- କିଞ୍ଜିରକେଲ ସ୍ଥିତ ଗିରିଗୋବର୍ଦ୍ଧନ ପର୍ବତରେ ଜିଲ୍ଲାସ୍ତରୀୟ ଝରିଆ ଗଉଡ ସମାଜର ସଭାପତି ସୁରେଶ ଚନ୍ଦ୍ର ବାଘଙ୍କ ନେତୃତ୍ୱରେ ପ୍ରଥମେ ଗିରିଗୋବର୍ଦ୍ଧନ ପର୍ବତରେ ଶ୍ରୀକୃଷ୍ଣ ଙ୍କୁ ପୂଜା କରାଯାଇଥିଲା ! ପରେ ସମାଜ ତରଫରୁ ବନ ମହୋତ୍ସବ ଅନୁଷ୍ଠିତ ହୋଇଥିଲା ! ଏଥିରେ କିଞିରକେଲା ଗୌନ୍ତିଆ ଶ୍ରୀ ଅଶୋକ ନାଏକ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ରୂପେ ବ୍ରଜ କିଶୋର ସାହୁ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ ! ଏହି ଅବସରରେ ସମାଜର ଜିଲ୍ଲା ଉପଦେଷ୍ଟା ଶ୍ରୀ ଗଜେନ୍ଦ୍ର ଭଏଁସାଲ, କିଞ୍ଜିରକେଲା ସାମାଜିକ ପଞ୍ଚୟତସ୍ତରୀୟ ସଭାପତି ଶ୍ରୀ ସହଦେବ ରାୟ, ଉପସଭାପତି ଶ୍ରୀ ଲାଲୁ ଲାରିଆ, ବେହେରାଡିହି ସାମାଜିକ ସଭାପତି ଶ୍ରୀ ମଧୁସୂଦନ କଉଡି, ସେକ୍ରେଟାରୀ ଦଶ୍ରୁ କଉଡି, ଦେଓଭୁବନପୁର ସାମାଜିକ ପଞ୍ଚୟତସ୍ତରୀୟ ସଭାପତି ଶ୍ରୀ କୃଷ୍ଣଚନ୍ଦ୍ର ଚିତା, ବଡ଼ଗାଁ ସଭ୍ୟ ଶ୍ରୀ ସୁବାସ ଡିଲା, ବିରକାଲଡ଼ିହି ସଭାପତି ଶ୍ରୀ ସତ୍ୟାନନ୍ଦ ବାଘ ଓ ସମାଜର ବହୁ କର୍ମକର୍ତ୍ତା ଯୋଗଦେଇଥିଲେ ! କିଞିରକେଲା ବନ ବିଭାଗର ଫରେଷ୍ଟର ସାନିକା ଟପ୍ପୋ ମଧ୍ୟ ଯୋଗଦାନ କରିଥିଲେ !
Sign in
Sign in
Recover your password.
A password will be e-mailed to you.
Next Post