ସାରସକଣା ରୁ ଦିପୁ ମହାପାତ୍ର- ଦୁନିଆ କଣ ଜାଣିବା ଆଗରୁ ଆଖି ବୁଜିଦେଲା କୋମଳମତୀ ଶିଶୁଟି। ଆଉ ଦୁନିଆକୁ ଦେଇଗଲା ଅଭୁଲା ବାର୍ତ୍ତା। ଗୋଟିଏ ପଟେ ଅଗଷ୍ଟ ୨୩ ତାରିଖ ସାରା ଭାରତ ବର୍ଷ ଚନ୍ଦ୍ରଯାନର ସଫଳତା ପାଇଁ ଖୁସି ମନାଉଥିବା ବେଳେ ସାରସକଣା ବ୍ଲକ ସ୍ଥିତ ଝାରପୋଖରିଆ ଅଞ୍ଚଳରେ ଖେଳିଯାଇଥିଲା ଦୁଃଖଦ ବାତାବରଣ | ଦଣ୍ଡପାଟ ପରିବାରରେ ଶୋକାକୁଳ ପରିବେଶ କୁନି ପରି ଟିର ବିୟୋଗ ରେ | ହେଲେ ଦଣ୍ଡପାଟ ପରିବାରର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମାଜକୁ ଦେଇଦେଲା ମହତ ବାର୍ତ୍ତା | ଝିଅ ସିନା ଚାଲିଗଲା, ଆଉ କାହାର ଆଖି ହୋଇ ଦୁନିଆ ଦେଖିବା ତାଙ୍କ ଝିଅର ଆଖି |
ଝାରପୋଖରୀଆ ସ୍ଥିତ କଲ୍ୟାଣୀ ନଗର ନିବାସୀ ଦେବଦତ୍ତ ଦଣ୍ଡପାଟଙ୍କ ଝିଅ ତଥା ଓଡିଶା ବ୍ରିଗେଡ଼ ସୈନିକ ସ୍କୁଲ ନର୍ସରୀ ଶ୍ରେଣୀର କୁନି ଛାତ୍ରୀ ରଞ୍ଜନା ଦଣ୍ଡପାଟର ଅକାଳ ବିୟୋଗକୁ ସହଜେ ଗ୍ରହଣ କରି ପାରିନାହାନ୍ତି ଅଞ୍ଚଳବାସୀ। ସମସ୍ତଙ୍କୁ ଛାଡି ଭଗବାନଙ୍କ ପାଦ ପଦ୍ମରେ ଲୀନ ହୋଇଛନ୍ତି ରଞ୍ଜନା। ରଞ୍ଜନାଙ୍କ ଦେହ ଅସୁସ୍ଥ ରହିଥିବା ବେଳେ ତାଙ୍କୁ ବାରିପଦା ମେଡିକାଲ ନିଆଯାଇଥିଲା, ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହେଲେ କୁନି ଝିଅଟି ଦୁନିଆ ଛାଡିବା ପୂର୍ବରୁ ଏପରି ମହତ କାର୍ଯ୍ୟ କରିଯାଇଛି ଯାହାକୁ ଭୁଲିବା ସମ୍ଭବ ନୁହେଁ। ଶିଶୁଟି ଦେହତ୍ୟାଗ କରିବା ମାତ୍ରେ ତାଙ୍କ ବାପା ମାଙ୍କ ସହମତି ରେ କୁନି ଝିଅ ରଞ୍ଜନା ନିଜର ଦୁଇ ଆଖିଦାନ କରି ଅମର ହୋଇଯାଇଛନ୍ତି। ତାଙ୍କ ଆଖିରେ ହୁଏତ ଗୋଟିଏ କି ଦୁଇଟି ଜୀବନ ଦୁନିଆକୁ ଦେଖିପାରିବେ। ସାରସକଣା ବ୍ଲକରେ ଆଜିଯାଏଁ କେହି ଶିଶୁ ଏପରି ଅଂଗଦାନ କରିଥିବା ସୂଚନା ନାହିଁ। ସମଗ୍ର ସମାଜ ପାଇଁ ସେ ଏକ ଉଦାହରଣ ହୋଇଗଲା। ସତରେ ମୃତ୍ୟୁ ତ ନିଷ୍ଠୁର ସତ୍ୟ | କିନ୍ତୁ ଏଭଳି କାର୍ଯ୍ୟ ବହୁତ କମ୍ ଲୋକ ଙ୍କ ଦ୍ଵାରା ହୋଇଥାଏ |
Sign in
Sign in
Recover your password.
A password will be e-mailed to you.