ପାଇକମାଲ ରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ l

0

 ବିଜେପି କୁ ଲାଗିଲା ଶକ୍ତ ଝଟକା :୬୦ ଜଣ ସକ୍ରିୟ କାର୍ଯ୍ୟକର୍ତ୍ତା ଦଳ ଛାଡି ବିଜେଡି ରେ ମିଶିଲେ l

ପଦ୍ମପୁର :- ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଇକମାଲ ବିଜେଡି କାର୍ଯ୍ୟାଳୟ ଠାରେ ବିଜେଡ଼ିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ବିଧାୟିକା ବର୍ଷା ସିଂ ବରିହା ଙ୍କ ନେତୃତ୍ଵରେ ବିଜେପି ର ଗଡ଼ କୁହାଯାଉଥିବା ଛିନ୍ଦେଇଦେଲା, ଝାରବନ୍ଧ ଓ ବରତୁଣ୍ଡା ପଞ୍ଚାୟତ ର ୬୦ ଜଣ ସକ୍ରିୟ କାର୍ଯ୍ୟକର୍ତ୍ତା ନିଜ ଦଳ ବିଜେପି ଛାଡ଼ି ବିଜେଡି ରେ ସାମିଲ ହୋଇଛନ୍ତି, ଯାହା ଫଳରେ ବିଜେପି କୁ ଲାଗିଛି ଶକ୍ତ ଧକ୍କା l ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି ତଥା ତାଙ୍କ ସୈନିକ ବିଧାୟିକା ବର୍ଷା ସିଂ ବରିହା କାର୍ଯ୍ୟଶୈଳୀ ଓ ଜନସମ୍ପର୍କ ରେ ଅନୁପ୍ରାଣିତ ହୋଇ ନିଜ ଦଳ ଛାଡ଼ି ବିଜେଡି ରେ ଯୋଗ ଦେଇ ଥିବା ସେମାନେ କହିଛନ୍ତି l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେଡି ସଭାପତି ଡଃ ପ୍ରଭାସ ସିଂ, କାର୍ଯ୍ୟକାରୀ ସଭାପତି ଜାପାନ ମହାପାତ୍ର, ପାଇକମାଲ ବ୍ଲକ ବିଜେଡି ସଭାପତି ରାଜେନ୍ଦ୍ର ରାଉତ, ବିଧାୟିକା ବରିଷ୍ଠ ନେତା ହୃଦାନନ୍ଦ ବାରିକ, ବ୍ଳକ୍ ଉପାଧ୍ୟକ୍ଷ ସଂଜୀବ ବରିହା, ବ୍ଳକ ଯୁବ ବିଜେଡ଼ି ସଭାପତି ଗୌତମ ସିଂ, ଉପସଭାପତି ଭୋଜରାଜ ଭୋଇ ଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ l

Leave A Reply

Your email address will not be published.