ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଙ୍କ ନିର୍ଦେଶ କ୍ରମେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ବ୍ଲକ ଏବଂ ପଞ୍ଚାୟତ କମିଟି ଘୋଷଣା :

0
  • https://youtu.be/9Kmyk9d5Jd0
  • ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ଭାବେ ଜ୍ଞାନରଞ୍ଜନ ରାଉତ ଏବଂ ଛାତ୍ର ଜନତା ଦଳ ସଭାପତି ଭାବେ ପ୍ରିୟବ୍ରତ ସାହୁ ମନୋନୀତ

  • ଜନସାଧାରଣ ଙ୍କ ପାଇଁ ସେବାମୂଳକ କାର୍ଯ୍ୟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଧାୟକ ପ୍ରତାପ ଜେନା ଙ୍କ ହାତମୁଠାକୁ ଟାଣ କରିବା ପାଇଁ ଶପଥ l 

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ )-ମିଶନ 2024 ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ତଥା ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଙ୍କ ନିର୍ଦେଶ କ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ 27 ଗୋଟି ପଞ୍ଚାୟତରୁ ବ୍ଲକ ଏବଂ ପଞ୍ଚାୟତ କମିଟି ର କର୍ମକର୍ତ୍ତା ଭାବେ 200 ରୁ ଉର୍ଧ୍ଵ ନୂତନ ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତା ଙ୍କ ନାମ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଘୋଷଣା ହୋଇଯାଇଛି l ଏହି ଅବସରରେ ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ଭାବେ ଯୁବ ସମାଜସେବୀ ଜ୍ଞାନରଞ୍ଜନ ରାଉତ ଏବଂ ଛାତ୍ର ଜନତା ଦଳ ସଭାପତି ଭାବେ ପ୍ରିୟବ୍ରତ ସାହୁ ଙ୍କୁ ମନୋନୀତ କରାଯାଇଛି l  ସେହିପରି ଭାବେ ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଏକ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ବିଜୁ ଯୁବ ଛାତ୍ର ଜନତା ଦଳ ସଭାପତି ଜ୍ଞାନରଞ୍ଜନ ରାଉତ ଙ୍କ ସଭାପତିତ୍ୱ ରେ ଅତିଥି ଭାବେ ବରିଷ୍ଟ ବିଜେଡି ନେତା ଦେବେନ୍ଦ୍ର କୁମାର ସାହୁ, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପ୍ରାକ୍ତନ ଅଧକ୍ଷ ଗିରିଶରଞ୍ଜନ ମହାପାତ୍ର, ଜୋନ ସଭାପତି ଜ୍ୟୋତିପ୍ରକାଶ ସ୍ୱାଇଁ, ଜିଲ୍ଲା ପରିଷଦ ଭୂପତିଭୁଷଣ ଷଣ୍ଡ, ବ୍ଲକ ଅଧକ୍ଷା ଙ୍କ ପ୍ରତିନିଧି ମନୋଜ ସେଠୀ, ଜୋନ ସଭାପତି ଜୟଦେବ ରାଉତ , ଅନିଲ ଭୂୟାଁ, ଛାତ୍ର ଜନତା ଦଳ ସଭାପତି ପ୍ରିୟବ୍ରତ ସାହୁ ଙ୍କ ସମେତ ବହୁ ବିଶିଷ୍ଟ ବିଜେଡି କର୍ମକର୍ତ୍ତା ବୃନ୍ଦ ଯୋଗଦାନ କରି ବ୍ଲକ ପଞ୍ଚାୟତ ସ୍ତରୀୟ ନୂତନ ବିଜୁ ଯୁବ ଓ ଛାତ୍ର ଜନତା ଦଳ କର୍ମୀମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ l ଏହି ଅବସରରେ ବରିଷ୍ଟ ବିଜେଡି ନେତା ଆଗାମୀ ନିର୍ବାଚନ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବୋପରି ବିଧାୟକ ପ୍ରତାପ ଜେନା ଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ସମସ୍ତ କର୍ମୀମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ l ଆଗାମୀ ଦିନରେ ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକାର ସେବା ମୂଳକ କାର୍ଯ୍ୟ କରି ବିଜୁ ଜନତା ଦଳ କୁ ତୃଣମୂଳ ସ୍ତରରୁ ମଝବୁତ କରିବେ ବୋଲି ବିଜୁ ଯୁବ ଓ ଛାତ୍ର ଜନତା ଦଳ କର୍ମୀମାନେ ସପଥ ଗ୍ରହଣ କରିଥିଲେ l ଏହି ଅବସରରେ ନୂତନ ପଦପଦବୀ ପାଇଥିବା ସମସ୍ତ ବିଜୁ ଯୁବ ଓ ଛାତ୍ର ଜନତା ଦଳ କର୍ମୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l

Leave A Reply

Your email address will not be published.