ଭେଳିକି ସାଜିଛି ବିଜେପିର ପ୍ରେମ, ସୀମା ଆତିକ୍ରମ କରୁଛ ଦାମଙ୍କ ବାଚାଳାମୀ
ଚାଷୀର ଫସଲ ଉଜୁଡି ଯାଉଛି, ସଂସାର ଉଚ୍ଛନ୍ନ ହୋଇଯାଉଛି…ହେଲେ ରାଜନୈତିକ ଦଳ ଏହାକୁ ନେଇ ଚଳାଇଛନ୍ତି ରାଜନୀତି । ରାଜନୀତିର ଯୁପକାଠରେ ଫସିଯାଇଛି ଚାଷୀ ବାପୁଡ଼ା । ତାକୁ ମୋହରା ସଜାଇ ନେତା ଚାଲ ଚଳାଉଛନ୍ତି ରାଜନୈତିକ ପଶାପାଲିରେ ।
ଭୁବନେଶ୍ୱରରୁ ପ୍ରଭାକର ଜେନା : ରାଜ୍ୟରେ ଚାଷୀ ଆତ୍ମହତ୍ୟା ଭଳି ଦୁର୍ଭାଗ୍ୟଜନକ ଘଟଣା ଘଟୁଥିବା ବେଳେ ଏହାକୁ ନେଇ ଚାଲିଛି ଜୋରଦାର ରାଜନୀତି । ବିଭିନ୍ନ ଦଳର ଚାଲିଛି କୁମ୍ଭୀର କାନ୍ଦଣା । ସମସ୍ତେ କାନ୍ଦୁଛନ୍ତି, ହେଲେ କାହାର ଆଖିରୁ ଟୋପାଏ ଲୁହ ବାହାରୁନି । ଏତେ ଜୋର ରେ ଚାଷୀ ପାଇଁ କାନ୍ଦ ଓ ବୟାନ ବାଜୀ ଚାଲିଛି ଯେ , ଚାଷୀଚାଷୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା, ଅବହେଳା ଓ ପ୍ରତାରଣା କାରଣରୁ ଚାଷିକୁଳ ସନ୍ତୁଳି ହେଊଥିବା ବେଳେ ବିଭିନ୍ନ ଦଳର ନେତାଙ୍କ ମଧ୍ୟରେ ଚାଲିଛି ବୟାନବାଜୀ । ଆଉ ଘନଘନଗସ୍ତ କରି ଚାଷୀଙ୍କ ପ୍ରତି ଅହେତୁୂକ ପ୍ରେମ ଦେଖାଉଛନ୍ତି । ଚାଷୀର କବର ଆଉ ତାହାର ଉଜୁଡାଫସଲର ପାହାଡ ଉପରେ ବସି ନେତା କରୁଛନ୍ତି ରାଜନୀତି । ଏତେ ପ୍ରେମ ଊଉଛୂୁଛି ଯେ ମନ୍ତ୍ରୀ ବି ଚାଲି ଆସୁଛନ୍ତି ଦିଳ୍ଲୀରୁ ବରଗଢ । ଅବଶ୍ୟ ବରଗଡ ଆସିବା ପଚରେ କାରଣ ଯେ ବିଜେପୁର ଏକଥା କାହାକୁ ଅଛପା ନାହିଁ । ହେଲେ ନେତାଏ ଏମିତି କାନ୍ଦୁଛନ୍ତି ଚାଷିପାଇଁ ଯେ ସତେ ଯେମିତି ଜନମ କଲା ଭାଇ, ଚାଷୀଙ୍କ ମଙ୍ଗଳ କରିବା ଚିନ୍ତା ଛଡା ଆଉ କିଛି କାମ ତାଙ୍କର ନାହିଁ ଯେମିତି !ବିଜେପି ବିଜେଡି ଭିତରେ ଚାଷୀ ମୃତୁ୍ୟକୁ ନେଇ ଟଣା ଓଟରା ଚାଲିଥିବା ବେଳେ ପିସିସି ସଭାପତି ଓ ଅନ୍ୟ ନେତୃବୃନ୍ଦ ବରଗଡ ଗସ୍ତ କରି ମୃତ ଚାଷୀଙ୍କ ପରିବାରକୁ ସାକ୍ଷାତ କରିବା ସହ ଚାଷୀଙ୍କ ଦୁର୍ଦ୍ଧଶା ପାଇଁ ଉଭୟ କେନ୍ଦ୍ର ଔ ରାଜ୍ୟ ଦାୟୀ ବୋଲ ଅଭିଯୋଗ କରିଛନ୍ତି । ହେଲେ ଚାଷୀଙକ ପାଇଁ ବିଜେପିର ପ୍ରେମ ଓ ବିଜେଡିର ପାଲଟା ବୟାନ ଏବେ ରାଜ୍ୟ ରାଜନୀତିରେ ଅସ୍ୱାସ୍ଥ୍ୟକର ପରିବେଶ ସୃÂି କରିଛି ।
ବିଜେପି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଆସି ଚାଷୀଙ୍କ ପିଟି ଥାପୁଡେଇ ସବୁ ପାଇଁ ରାଜ୍ୟ ସରକାର ଦାୟୀ ବୋଲି କହିଦେଇ ଚାଲିଗଲେଣି । ଆଉ ସେମାନଙ୍କ ଆଚରଣ ଓ ଉଚ୍ଚାରଣରେ କେବଳ ଚାଷୀଙ୍କ ପାଇଁ ଦରଦ ଅଛି ବୋଲି ଦେଖାଇଯାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଓ ବିଜେପି ନେତାଏ !
ହେଲେ ବିଜେପିର ଚାଷୀଙ୍କ ପ୍ରତି କେତେ ପ୍ରେମ, କେତେ ସମ୍ମାନ ଆଉ ଚାଷୀଙ୍କ ପାଇଁ କେତ ଚିନ୍ତା ତାହାର ଜଳଜଳ ପ୍ରମାଣ ରହିଛି । ଖୋଦ ଯେଉଁ କେନ୍ଦ୍ର ସରକାରଙ୍କ କୃଷିମନ୍ତ୍ରୀ ରାଧାମୋହନ ସିଂହ କହିପାରନ୍ତି ‘ପ୍ରେମରେ ବିଫଳତା ଅବା ଅକ୍ଷମତା ଚାଷୀ ଆତ୍ମହତ୍ୟାର କାରଣ’, ଯେଉଁଦଳର ରାଜ୍ୟ ସ୍ୱରାଷ୍ଟ୍ର ମନ୍ତ୍ରୀ (ମଧ୍ୟପ୍ରଦେଶ) ଭୁପେନ୍ଦ୍ର ସିଂହ କହିପାରନ୍ତି ‘ଚାଷୀ ଆତ୍ମହତ୍ୟାର କାରଣ ଭୂତ’, ଯେଉଁଠି ମନ୍ତ୍ରୀ କୁସୁମ ମେହଦଲେ କହନ୍ତି ‘ ଭେଣ୍ଡିଆ ପୁଅ ମଲେ ବାପା ଆତ୍ମହତ୍ୟା କରୁନି, ଫସଲ ନଷ୍ଟହେଲେ ଆତ୍ମହତ୍ୟ କରିବ କେମିତି’, ଯେଉଁ ଦଳର ଏମପି (ମହାରାଷ୍ଟ୍ର ) ସଞ୍ଜୟ ଧୋତ୍ରେ କୁହନ୍ତି ‘ଚାଷ ଯଦି ନକରିପାରୁଛନ୍ତି, ଚାଷୀ ମରିଯାନ୍ତୁ’, ଯେଉଁ ଦଳର ଏମପି (ମହାରାଷ୍ଟ୍ର) ଗୋପାଳ ସେଟ୍ଟୀ କୁହନ୍ତି ‘ଚାଷୀ ମରିବା ଗୋଟାଏ ଫ୍ୟାସନ ହୋଇଗଲାଣି’, ଯେଉଁ ଦଳର ସରକାର (ମଧ୍ୟପ୍ରଦେଶ) ଚାଷୀଙ୍କୁ ଗୋଡାଇଗୋଡାଇ ମରଣାନ୍ତକ ଆକ୍ରମଣ ଆଉ ଗୁଳି ଚଳାଇପାରନ୍ତି, ସେ ଦଳର ଚାଷୀଙ୍କ ପ୍ରତି କେତେ ସମ୍ମାନ ତାହା ଜଣାପଡିଯାଉଛି ।
ଆଉ ସବୁଠାରୁ ବଢକଥା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇବାର ପ୍ରତିଶ୍ରୁୁତି ଦେଇ ପ୍ରତାରଣା କରିଥିବା କେନ୍ଦ୍ର ସରକାର ଏବେ ଶିଳ୍ପପତିଙ୍କୁ ଲକ୍ଷାଧିକ କୋଟି ଟଙ୍କାର ଋଣ ଛାଡ କରିପାରୁଛନ୍ତି, ହେଲେ ଚାଷୀଙ୍କ ଉପରୁ ଋଣ ଛାଡ କରିପାରୁନାହାନ୍ତି , ଯେଉଁଠି ୨୦୧୪ ପୁର୍ବରୁ ଧାନର ସର୍ପନିମ୍ନ ସହାୟକ ମୂଲ୍ୟ ଫସଲ ଉପôାଦନ ମୁୂଲ୍ୟର ଦେଢଗୂଣା କରିବା ପାଇଁ ପ୍ର୍ତିଶ୍ରୁତି ଦେଇ କ୍ଷମତାକୁ ଆସିବପା ପରେ ‘ଚାଷୀଙ୍କୁ ଫସଲର ଦେଢଗୁଣା ମୂଲ୍ୟ ଦିଆଯାଇପାରିବ ନାହିଁ’ ବୋଲି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିପାରୁଛନ୍ତି ଓ ଚାଷୀ ଆତ୍ମହତ୍ୟାର କାରଣର ‘ପ୍ରେମରେ ବିଫଳତା ବା ଅକ୍ଷମତା’ ବୋଲି କହିପାରନ୍ତି ସେ ରକାର ବା ସେହି ଦଳର ଚାଷୀ ପ୍ରେମ କି ପ୍ରକାର ତାହା ଜଣାପଡିଯାଉଛି ।
ହେଲେ ରାଜ୍ୟରେ ଶାସନ କରୁଥିବା ବିଜେଡି ସରକାର ବି କିଛି କମ୍ ନୁହନ୍ତି । ଦୀର୍ଘ ୧୭ବର୍ଷର ଶାସନ ଭିତରେ ( ୯ବର୍ଷ ବିଜେପି ବି ଭାଗୁଆଳୀ ସରକାରରେ ଥିଲା ) ରାଜ୍ୟରେ ଚାଷୀଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇଥିବା ବେଳେ ରାଜ୍ୟରେ ଚାଷୀ ଆତ୍ମହତ୍ୟା ଉଦ୍ବେଗଜନକ ପରିସ୍ଥିତି ସୃଷ୍ଟିତ କରିଛି । ସରକାର କରିଛନ୍ତି ବୋଲି ଯେତେ ଭୂରୁଡୁ ମାରିଲେ ବି ଏହା ସତ୍ୟ ଯେ ରାଜ୍ୟ ସରକାରଙ୍କ ପାଇଁ ଚାଷ କେବେ ବି ପ୍ରାଥମିକତା ନଥିଲା । ଏବେ କିଛିଦିନ ହେବ ସିରିୟସ ହେବା ଭଳି ଅନୂଭବ ହୋଇଛି । ଅତନ୍ତପକ୍ଷେ ଅଚଳ ହୋଇ ପଡିଥିବା ତଥଶ ଦୁର୍ନୀତିର ପାନ୍ଥଶାଳା ପାଲଟିଥିବା ଜଳ ସମ୍ପଦ ବିଭାଗ ଏବେ କିଛିମାସ ଧରି କ୍ରିୟାଶୀଳ ହେବା ପରି ମନେ ହେଉଛି ଆଉ ବିଭିନ୍ନ ପ୍ରକଳ୍ପ କାମ ଯୁଦ୍ଧକାଳୀନ ଭିତିରେ ଚାଲିଛି । କେନ୍ଦ୍ର ସରକାରଙ୍କ ଜଳସମ୍ପଦ ମନ୍ତ୍ରଣାଳୟ ମଧ୍ୟ ଗତବର୍ଷ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ କାର୍ଯ୍ୟରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।
ତେଣୁ ରାଜ୍ୟ ସରକାର ନିଜ କୁକର୍ମ ପାଇଁ ଦୁଃଖ ପ୍ରକାଶ ବା କ୍ଷମା ଯାଚନା କରିବା ପରିବର୍ତେ ସରକାରଙ୍କ କୃଷୀମନ୍ତ୍ରୀ ଦାମୋଦର ରାଉତଙ୍କ ଦାୟିତ୍ୱହୀନ ମନ୍ତବ୍ୟ ବା ଭଡୁଆମୀ ନିଶ୍ଚିତ ଭାବେ ଚାଷୀକୁଳ ପ୍ରତି ଚରମ ଅପମାନ । ତାଙ୍କ ମନ୍ତବ୍ୟ ଶୁଣିଲେ ଲାଗୁନି ସେ ରାଜ୍ୟର କୃଷିମନ୍ତ୍ରି ବୋଲି । ଆଗରୁ ତ ସେ ଯାହା କହିଥିଲେ, ହେଲେ ଆତମହତ୍ୟା କରିଥିବା ଚାଷୀଙ୍କ ଘରକୁ କେନ୍ଦ୍ର ମନ୍ତ୍ରୀଙ୍କ ଗସ୍ତଉପରେ ପ୍ରତିକ୍ରିୟା ଦେଇ ସେ ଯାହା କହିଛନ୍ତି ତାହା କେବଳ ଜଣେ ଭଡୁଆ ହି କହିପାରିବ । ନିଃସନଦେହ ବିଜେପୁର ନିର୍ବାଚନ ମୁଣ୍ଡ ଉପରେ ଥିବା ଯୋଗୁ ଚାଷୀ ପ୍ରସଙ୍ଗରେ ବିଜେପି ରାଜନୀତି କରୁଛି ଓ ଏକ ଯାତ୍ରା ଚାଲିଛି ରୀତିମତ, ହେଲେ ତାକୁ ରାଜନୈତିକ ଢଙ୍ଗରେ ଜବାବ ଦେଇପାରେ ବିଜେଡି । ହେଲେ ଚାଷିକୁଳକୁ ଉପହାସ କରିବାର ଅଧି୍କାର ଦାମ ବାବୁଙ୍କୁ ବା ବିଜେଡିକୁ ଦେଲା କିଏ ?
ବେପରୁଆ ବୟାନ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ରାଜ୍ୟ କୃଷିମନ୍ତ୍ରୀ ଦାମୋଦର ଶ୍ରୀ ରାଉତ ପୁଣି ଥରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ବରଗଡ଼ର କଳାପାଣି ଗ୍ରାମରେ ମୃତ ଚାଷୀ ବୃନ୍ଦାବନ ସାହୁଙ୍କୁ ସେ ବିଜେପି ଦଳର ଲୋକ ବୋଲି କହିଛନ୍ତି । ମୃତ ଚାଷୀଙ୍କ ପରିବାରବର୍ଗଙ୍କୁ ଭେଟି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଆଶ୍ୱାସନା ଦେଇଥିବାବେଳେ ଏହାକୁ ରାଜ୍ୟ କୃଷିମନ୍ତ୍ରୀ ଶ୍ରୀ ରାଉତ ଏହି କଟାକ୍ଷଭରା ମନ୍ତବ୍ୟ ଦେଇଛନ୍ତି । କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀଙ୍କ ଗସ୍ତ ନେଇ ପଚରାଯିବାରୁ ରାଜ୍ୟ କୃଷିମନ୍ତ୍ରୀ ଶ୍ରୀ ରାଉତ କହିଥିଲେ ଯେ ସେ ତାଙ୍କ ଦଳୀୟ ଲୋକ ହୋଇଥିବେ ବୋଲି ସେ ଯାଉଥିବେ । ମୋର ତ ଦଳୀୟ ଲୋକ ନୁହଁନ୍ତି ମୁଁ କାହିଁକି ଯିବି । ସେ ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି । ବିଧିବଦ୍ଧ ଭାବେ ତଦନ୍ତ ହେଉଛି । ସେ କ’ଣ ପାଇଁ ଆତ୍ମହତ୍ୟା କଲେ ? କାହିଁକି ପ୍ରଥମ ଦିନ ଧାନ କିଆରିରେ ନିଅାଁ ଲଗାଇଲେ । ଦ୍ୱିତୀୟ ଦିନ ବହୁ ଲୋକଙ୍କ ସମାବେଶରେ ସେ କାହିଁକି ଆତ୍ମହତ୍ୟା କରିବାକୁ ଗଲେ, କିଭଳି ଭାବରେ ଆତ୍ମହତ୍ୟା କଲେ ? ଏସବୁର ଉଚ୍ଚସ୍ତରୀୟ ତଦନ୍ତ କରାଯାଉଛି । ମୃତ ଚାଷୀଙ୍କ ପରିବାରବର୍ଗଙ୍କୁ କ’ଣ ସହାୟତା କରାଯାଇପାରିବ ତାହା ଚିନ୍ତା କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ରାଉତ କହିଥିଲେ । ତେବେ ମନ୍ତ୍ରୀ ଶ୍ରୀ ରାଉତଙ୍କ ଦଳୀୟ ଲୋକ ମନ୍ତବ୍ୟ ଏବେ ରାଜ୍ୟ ବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି । ଦାମ ବାବୁ ଜାଣି ରଖିବା ଉଚିତ ଚାଷୀର କୌଣସି ଦଳ ନଥାଏ । ମାଟି ଓ ଫସଲ ତାର ଦଳ, ସରକାର ଆଉ ସବୁକିଛି । ହେଲେ ଦାମ ବାବୁଙ୍କ ଭଳି ଅଭିଜ୍ଞ, ଜ୍ଞାନୀ ତଥା ଚତୁର ରାଜନେତାଙ୍କ ମୁହଁରେ ଏଇ ମନ୍ତବ୍ୟ ଜଣେ ଶସ୍ତା ମନ୍ତବ୍ୟ ଦେଉଥିବା ଭଡୁଆର ମନ୍ତବ୍ୟ ଠାରୁ ବି ନିମ୍ନ ମାନର । ଚାଷୀ ପ୍ରତି ଦାମ ବାବୁଙ୍କ ୠଚୀହୀନ ମନ୍ତବ୍ୟ ପୂର୍ବର ସବୁ ଦାଇତ୍ୱହୀନ ମନ୍ତବ୍ୟଠାରୁ ନିମ୍ନମାନର ! ହେଲେ ବର୍ତମାନ ତିରୋଟ ସମୟ ଦେଇ ଗରି କରୁଥିବା ବିଜୁ ଜନତାଦଳର ସଭାପତି ଦାମଙ୍କ ଏଇ ବୟାନ ଉପରେ କି ପଦକ୍ଷେପ ନେଉଛନ୍ତି !!! ଅବସ୍ୟ ଘଇତା ଛାଡି ଅଙ୍ଗନବାଡି ମନ୍ତବ୍ୟ ଉପରେ ନବୀନ ନିବାସ ଡକାଇ ଟ୍ୟୁସନ କରିଥିଲେ ! ହେଲେ ପ୍ରକୃତି ରେ ପରିବର୍ତ୍ତନ ହେବ ସମ୍ଭବ ନୁହେଁ, ହେଲେ ଏଥିପାଇଁ ଦଳ ଯେ ଅଚଞ୍ଛା କିଳା ନେଉଛି ତାହା ସେ ବୁଝିପାରୁଛନ୍ତିକି ନାହିଁ, ନ ବୁଝି ସୁଝି ଜାଣି ଶୁଣି ଦଳକୁ ଅଡୁଆରେ ପକାଇବା ପାଇଁ ଦାମ ବାବୁ ଏଇଆ କରୁଛନ୍ତି ତାହା ତାଙ୍କୁ ଜଣା ଓ ତାଙ୍କ ଦଳପତିଙ୍କୁ ଜଣା !!!!!!!!