ରାଉରକେଲା(ବସନ୍ତ କୁମାର ଜେନା): ରାଉରକେଲା ବିକାଶ ମଞ୍ଚ ତରଫରୁ ବରିଷ୍ଠ ଉପଦେଷ୍ଟା ଅଭୟ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡ଼କ୍ଟର ଶୁଭଙ୍କର ମହାପାତ୍ରଙ୍କୁ ଭେଟି ଦୁଇଟି ଦାବିପତ୍ର ପ୍ରଦାନ କରିଥିଲେ l ଗୋଟିଏ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟଟି କେନ୍ଦ୍ର ବେସାମାରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଉଦ୍ଦ୍ଯେଶରେ ଦିଆଯାଇ ଥିଲା l ୧୯୬୦ ମସିହାରୁ ଆରମ୍ଭ ହୋଇଥିବା ରାଉରକେଲାର ବିମାନ ବନ୍ଦରକୁ ଗତ ହକି ବିଶ୍ୱକପ ବେଳେ ଦୈନିକ ଉଡାଣ କେବଳ ରାଉରକେଲା – ଭୁବନେଶ୍ୱର ମଧ୍ୟରେ ସୀମିତ ଅଛି, ଯାହାର ଉଡାଣ, ଯାନ୍ତ୍ରିକ ତ୍ରୁଟି, ଓ ଖରାପ ପାଗର ଦ୍ୱାହି ଦେଇ ଉଡାଣରେ ନିୟମିତତା ନଥିବାରୁ ଯାତ୍ରୀମାନେ ଉଡାଣ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି l ରାଉରକେଲା ଓ ସୁନ୍ଦରଗଡ଼ ଜିଲ୍ଲାରେ ଶିଳ୍ପ, ସ୍ୱାସ୍ଥ୍ୟ, ଶିକ୍ଷା, ଖେଳ ଆଦି ପାଇଁ ବିମାନ ଉଡାଣର ଆବଶ୍ୟକତାକୁ ଲକ୍ଷ୍ୟ ରଖି ରାଜ୍ୟ ସରକାରଙ୍କ ତରଫରୁ ବେସାମାରିକ ବିମାନ ଚଳାଚଳ ବିଭାଗକୁ ଆବଶ୍ୟକତା ବିଷୟରେ ପତ୍ର ଦେଇଥିଲେ ମଧ୍ୟ କୌଣସି ତତ୍ପରତା ପ୍ରକାଶ ପାଇବାର ଲକ୍ଷଣ ଦେଖା ଯାଉ ନ ଥିବାରୁ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ମାନ ପ୍ରଦାନ କରି ଏଠାରୁ କଲିକତା, ଦିଲ୍ଲୀ ଓ ଅନ୍ୟ ସ୍ଥାନକୁ ବିମାନ ସଂଯୋଗ, ଆଇଏଲଏସ ସ୍ଥାପନ, ରାତ୍ରିକାଳୀନ ବିମାନ ଉଡାଣ, ମାଲିକାନା ହସ୍ତାନ୍ତର ଆଦିର ସୁବିଧା ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି l ଅତିରିକ୍ତ ଜିଲ୍ଲାପାଳ ଡଃ ମହାପାତ୍ର ଏ ବିଷୟରେ ଉଚ୍ଚ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ଶୀଘ୍ର ବିହିତ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିବାରୁ ମଞ୍ଚର ଆବାହକ ଡ଼କ୍ଟର ସୁମନ ଦତ୍ତ ତାଙ୍କ ସମୟରେ ରାଉରକେଲାରେ ବହୁତ ପ୍ରଗତିଶୀଳ କାର୍ଯ୍ୟ ହୋଇଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ l ବରିଷ୍ଠ ଉପଦେଷ୍ଟା ଆର୍ତ୍ତ ମହାରଣା, ମନୋରଞ୍ଜନ ଦାଶ, ଅମୂଲ୍ୟ ବରାଳ, ବିଭୂତି ପୁହାଣ, ଦିଗମ୍ବର ମହାନ୍ତି, ସୁପ୍ରତିକ ମିଶ୍ର, ଦେବେନ୍ଦ୍ର ନାଥ ଆଚାର୍ଯ୍ୟ, ମହେଶ୍ୱର ମହାପାତ୍ର, ଉମେଶ ଚନ୍ଦ୍ର ନାଏକ, କୁଞ୍ଜ ବିହାରୀ ରାଉତ ଆଦି ଦାବିପତ୍ର ପ୍ରଦାନ ବେଳେ ସାମିଲ ଥାଇ ଅଂଶ ଗ୍ରହଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.