କିମ୍‌ସରେ ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ଡା. ପି ସତୀଶ ଚନ୍ଦ୍ର

0

ଭୁବନେଶ୍ୱର ୨୦ ।୮: ଦେଶର ଅନ୍ୟତମ ଖ୍ୟାତି ସମ୍ପନ୍ନ ସ୍ନାୟୁରୋଗ ବିଶେଷଜ୍ଞ ଡା. ପି ସତୀଶ ଚନ୍ଦ୍ର କଳିଙ୍ଗ ଇନଷ୍ଟିଚଚ୍ୟଟ୍‍ ଅଫ୍‍ ମେଡିକାଲ ସାଇନ୍‌ସେସ୍ (କିମ୍‌ସ)ରେ ପ୍ରଫେସର ଏମେରିଟସ୍‍ ଭାବେ ଯୋଗ ଦେଇଛନ୍ତି । ଏହା ସହିତ ସେ କିମ୍‌ସ ବହିର୍ବିଭାଗରେ ମଧ୍ୟ ରୋଗୀଙ୍କୁ ନିର୍ଦ୍ଦିଷ୍ଟ ସମୟରେ ପରାମର୍ଶ ଦେବେ। ଦେଶର ବେଶ ଜଣାଶୁଣା ସ୍ନାୟୁରୋଗ ବିଶେଷଜ୍ଞ ଭାବେ ଡା. ସତୀଶ ଚନ୍ଦ୍ରଙ୍କ ସୁନାମ ରହିଛି । ପୂର୍ବରୁ ସେ ଦେଶର ଖ୍ୟାତି ସମ୍ପନ୍ନ ମେଡ଼ିକାଲରେ ସେବା ଦେଇଆସିଛନ୍ତି । ଅଗଷ୍ଟ ୨୧ ସୋମବାର ଡା ସତୀଶଚନ୍ଦ୍ର ପ୍ରଥମେ କିମ୍‍ସ ବହିର୍ବିଭାଗରେ ରୋଗୀଙ୍କୁ ପରାମର୍ଶ ଦେବେ। କିମ୍‌ସରେ ଡା ସତୀଶଚନ୍ଦ୍ରଙ୍କ ଯୋଗଦାନ ଦ୍ୱାରା ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟର ଏପିଲେପ୍‌ସି ସମେତ ଅନ୍ୟାନ୍ୟ ରୋଗରେ ପୀଡ଼ିତ ରୋଗୀ ଅତି ନିକଟରେ ଚିକିତ୍ସା ସୁବିଧା ପାଇପାରିବେ ।

ଡା ସତୀଶଚନ୍ଦ୍ର ତାଙ୍କ ଉଲ୍ଲେଖନୀୟ କ୍ୟାରିୟରରେ ଅନେକ ପୁରସ୍କାର ଏବଂ ସଫଳତା ହାସଲ କରିଛନ୍ତି । ତାଙ୍କୁ ୨୦୧୪ରେ କର୍ଣ୍ଣାଟକ ସରକାର ‘କର୍ଣ୍ଣାଟକ ରାଜୋତ୍ସବ ପୁରସ୍କାର’ ପ୍ରଦାନ କରିଥିବା ବେଳେ ଶ୍ରେଷ୍ଠ ଚିକିତ୍ସା ବିଜ୍ଞାନୀ ଭାବେ ସାର୍ ଏମ୍ ବିଶ୍ୱେଶ୍ୱରାୟ ପୁରସ୍କାର ଏବଂ ୨୦୦୭ରେ ଇଣ୍ଟରନ୍ୟାସନାଲ ଲିଗ୍ ଏଗେନ୍‍ଷ୍ଟ ଏପିଲେପସି ପକ୍ଷରୁ ‘ଆମ୍ବାସାଡ଼ାର ଅଫ୍‍ ଏପିଲେପସି’ ଭାବେ ସମ୍ମାନିତ କରାଯାଇଥିଲା । ସେ ଭାରତ ଏବଂ ବିଦେଶର ଅନେକ ପ୍ରମୁଖ ମେଡିକାଲ ଅନୁଷ୍ଠାନ ସହ ଜଡ଼ିତ ରହିବା ସହ ବେଙ୍ଗାଲୁରୁର ନିମହାନସର କୁଳପତି ଭାବେ ପୂର୍ବରୁ କାର୍ଯ୍ୟ କରିଛନ୍ତି । ପ୍ରଫେସର ଡା. ସତୀଶଚନ୍ଦ୍ର କିମ୍‌ସରେ ଯୋଗଦେବା ରୋଗୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ । ଅଗଷ୍ଟ ୨୧ ତାରିଖରେ କିମ୍‌ସରେ ଆନୁଷ୍ଠାନିକ ଭାବେ ଯୋଗ ଦେଉଥିବାରୁ କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରିବା ସହ ଡା. ସତୀଶଚନ୍ଦ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.