ଜଗତସିଂହପୁର,ତା-୨୦.୦୮.୨୦୨୩/ସୁମନ୍ତ କୁମାର ଦାସ: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜୀବ ଗାନ୍ଧୀ ଙ୍କ ଜୟନ୍ତୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି। ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ରାଜୀବ ଗାନ୍ଧୀଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରାଯିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇ ଦେଶ ଗଠନରେ ସ୍ବର୍ଗତ ଗାନ୍ଧୀଙ୍କ ଅବଦାନ ବିଷୟରେ ଆଲୋଚନା କରାଯାଇଥିଲା।।ଏଥିସହ ଚର୍ଚ୍ଚିକା ବଜାର ସ୍ଥିତ ରାଜୀବ ଗାନ୍ଧୀ ଶିଶୁ ଉଦ୍ୟାନରେ ଥିବା ପ୍ରତିମୂର୍ତ୍ତୀରେ ଜିଲ୍ଲା କଂଗ୍ରେସ କର୍ମକର୍ତ୍ତାମାନଙ୍କ ଦ୍ବାରା ମାଲ୍ୟାର୍ପଣ କରାଯାଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୌରାଧ୍ୟକ୍ଷ ଅର୍ଚ୍ଚନା ସିଂହ, ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ,ବ୍ଲକ କଂଗ୍ରେସ ସଭାପତି ଅଦ୍ଵୈତ ଚରଣ ଜେନା, ଜିଲ୍ଲା କଂଗ୍ରେସ ଉପ ସଭାପତି ପୂର୍ଣଚନ୍ଦ୍ର ପରିଡ଼ା, ଜିଲ୍ଲା କଂଗ୍ରେସ ଉପ ସଭାପତି ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମହନି ଚରଣ ରାଉତ,ନଗର କଂଗ୍ରେସ ଉପ ସଭାପତି ପ୍ରଦୀପ୍ତ କୁମାର ସାହୁ, ବରିଷ୍ଠ କଂଗ୍ରେସ ନେତା ପ୍ରିୟନାଥ ରାୟ, ନିରଞ୍ଜନ ସେନ,ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ, ପାରିଷଦ ଜଗଦାନନ୍ଦ ପଢିହାରୀ,ଦାସରଥୀ ସ୍ବାଇଁ, ଆର୍ତ୍ତତ୍ରାଣ ଖଟେଇ,ଲିପୁ ମହାନ୍ତି, ରମେଶ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.