ପାଇକମାଲ ରେ ବିଜେଡି ର ମିଶ୍ରଣ ପର୍ବ

0

 ବିଜେପି ଦଳ ଛାଡିଲେ ୧୫ ସକ୍ରିୟ କର୍ମୀଙ୍କ ସମେତ ପୂର୍ବତନ ସରପଞ୍ଚ

ପଦ୍ମପୁର :- ପାଇକମାଲ ସାଲେପାଲି ସ୍ଥିତ ବିଜେଡି କାର୍ଯ୍ୟାଳୟ ଠାରେ ଏକ ଅନୁଷ୍ଠିତ ମିଶ୍ରଣ ପର୍ବ ହୋଇଯାଇଛି l ବିଧାୟିକା ବର୍ଷା ସିଂ ବରିହା ଙ୍କ ଉପସ୍ଥିତିରେ ବିଜେପି ର ୧୫ ଜଣ ଙ୍କ ସମେତ ଜଣେ ପୂର୍ବତନ ସରପଞ୍ଚ, ଲୋକନାଥ ମାଝୀ, କେଶବ ସୁନା, ରବିନ୍ଦ୍ର ପ୍ରସାଦ, ରୂପଧର ବେହେରା, ଉଦୟ ବାଗ, ଫାଲଗୁନି ତାଣ୍ଡି, ଗଙ୍ଗାଧର ବନଛୋର, ଟୋପିନ୍ଦ୍ର ତାଣ୍ଡି, ମଣି ଭାଇ, ମାଧବ ସାହୁ, ମୋହନ ରଣା, ଶ୍ରୀକର ବିରାଟ, ପୁରନ କର୍ମିଆ,ବସନ୍ତ ମାଲିଆ, ଗୌର ଚିନ୍ଦ୍ରା ପ୍ରମୂଖ ନିଜ ଦଳ ଛାଡ଼ି ବିଜେଡି ରେ ଯୋଗଦେଇଛନ୍ତି l ଏହି କାର୍ଯ୍ୟକ୍ରମରେ ପାଇକମାଲ ବ୍ଲକ ବିଜେଡି ସଭାପତି ରାଜେନ୍ଦ୍ର ରାଉତ, ବରିଷ୍ଠ ବିଜେଡି ନେତା ହୃଦାନନ୍ଦ ବାରିକ, ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ,ଯୁବ ବିଜେଡି ସଭାପତି ଗୌତମ ସିଂ, ବିଜୁ ସ୍ଵାଇଁ, ସଂଜୀବ ବରିହା ଙ୍କ ସମେତ ଶତାଧିକ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ l

Leave A Reply

Your email address will not be published.