ଜଗତସିଂହପୁର,ତା-୨୦.୦୮.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାପାଳ ପାରୁଲ ପଟାୱାରୀଙ୍କ ଅଧ୍ୟକ୍ଷତାରେ ଟିକାକରଣ କାର୍ଯ୍ୟକ୍ରମ ‘ଇନ୍ଦ୍ରଧନୁସ’ର ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼. କ୍ଷେତ୍ରବାସୀ ଦାଶ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ସର୍ଭେଲାନ୍ସ ମେଡ଼ିକାଲ ଅଫିସର ଡ. ଦୀପକ କର ମିଶନ ଇନ୍ଦ୍ରଧନୁସ କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜନ୍ମରୁ ୫ ବର୍ଷର ପିଲା ଯେଉଁମାନେ କୌଣସି ଟିକା ନେଇ ନ ଥିବେ କିମ୍ବା ଅଧାରୁ ଛାଡି ଯାଇଥିବେ ଓ ଗର୍ଭବତୀ ମହିଳା କୌଣସି ଟିକା ଛାଡି ଯାଇଥିବେ ସେମାନେ ଅନ୍ତର୍ଭୁକ୍ତ ହେବେ। ଯେଉଁ ପିଲାମାନେ ୯ ମାସରୁ ୧୨ ମାସ ଓ ୧୬ ମାସରୁ ୨୪ ମାସ ମଧ୍ୟରେ ମିଳିମିଳା ଓ ରୁବେଲା ଟିକା ନେଇ ନ ଥିବେ ସେମାନେ ଏହି ଟିକା ନେବା ଫଳରେ ରୋଗର ନିରାକରଣ ହୋଇପାରିବ। ମିଶନ ଇନ୍ଦ୍ରଧନୁସ କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୧ ରୁ ୧୬ ତାରିଖ, ଅକ୍ଟୋବର ୯ ରୁ ୧୪ ତାରିଖ ଏବଂ ନଭେମ୍ବର ୬ ରୁ ୧୧ ତାରିଖ ମଧ୍ୟରେ ଜିଲ୍ଲାର ସମସ୍ତ ୮ଟି ବ୍ଲକ ଓ ୨ଟି ସହରାଞ୍ଚଳରେ ଅନୁଷ୍ଠିତ ହେବ। ଯେଉଁ ଗ୍ରାମରେ ଟିକା ନେଇ ନ ଥିବା ପିଲା ବାହାରିବେ ସେ ସବୁ ସ୍ଥାନରେ ଟିକାକରଣ କରାଯିବ । ଏଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଜିଲ୍ଲାର ଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିଭାଗ, ମ୍ୟୁନିସପାଲିଟି, ଜିଲ୍ଲା ମଙ୍ଗଳ ଉନ୍ନୟନ ବିଭାଗ, ଜାତି ଓ ଜନଜାତି ବିଭାଗ, ମଣ୍ଡଳ ଉନ୍ନୟନ ଅଧିକାରୀ, ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ପ୍ରମୁଖଙ୍କ ସହଯୋଗ କାମନା କରିଥିଲେ। ଏହି ଟିକାକରଣ କାର୍ଯ୍ୟକ୍ରମ ୟୁ-ୟୁନ ପୋର୍ଟାଲ ମାଧ୍ୟମରେ ସମସ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ରିପୋଟିଂ କରିବେ । ଏଥିପାଇଁ ସମସ୍ତଙ୍କୁ ୟୂ ୟୁନ ପୋର୍ଟାଲର ତାଲିମ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ ଡ.ପ୍ରମୋଦ ବାରିକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ପରିଚାଳନା ଅଧିକାରୀ ରୁଦ୍ରନାରାୟଣ ଦାଶ, ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ ନିମାଇଁ ଚରଣ ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା, ଜିଲ୍ଲା ମଙ୍ଗଳ ଉନ୍ନୟନ ଅଧିକାରୀ ରବୀନ୍ଦ୍ରନାଥ ପାଲ, ମୁନିସିପାଲିଟି ସ୍ଵାସ୍ଥ୍ୟ ଅଧିକାରୀ ସରୋଜ ଷଡ଼ଙ୍ଗୀ, ଜିଲ୍ଲା ଶ୍ରମ ଅଧିକାରୀ ଇନଚାର୍ଜ ବାବା ଆନନ୍ଦ ରଞ୍ଜନ ଦାସ, ଡିପିଏମ ଚକ୍ରଧର ଜେନା, ପ୍ରୋଗ୍ରାମ ଅଫିସର ଅଂଶୁପା ସାହୁ, ଏଡିପିଏଚସିଓ ସଚଳା ମହାନ୍ତି, ଡେପୁଟି ମ୍ୟାନେଜର ସୁକାନ୍ତ ପ୍ରଧାନ, ଆସିଷ୍ଟାଣ୍ଟ ମ୍ୟାନେଜର ଅର୍ବାନ ମମତା ଦାଶ, ଡିଭିଏଲଏମ ପ୍ରାର୍ଥ ସାରଥ୍ କରଶର୍ମା, ଆଇସିଏ ରାଜେଶ ପତି ଓ ସିସିଟି ମନୋରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post