ଉତ୍କଳ ଆସୋସିଏସନ ଅଫ ମାଡ୍ରାସ, ଆପଲୋ ହସ୍ପିଟାଲ ଚେନ୍ନାଇ, ଶ୍ରମ ଏବଂ ESI ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଚେନ୍ନାଇରେ ପ୍ରବାସୀ ଓଡ଼ିଆଙ୍କ ମେଗା ସ୍ୱାସ୍ଥ୍ୟଶିବିର l

0

ଚେନ୍ନାଇ – ପ୍ରବାସୀ ଓଡ଼ିଆ ଙ୍କ ସ୍ୱାସ୍ଥ୍ୟଗତ ଚିକିତ୍ସା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଉତ୍କଳ ଆସୋସିଏସନ ଅଫ ମାଡ୍ରାସ, ଆପଲୋ ହସ୍ପିଟାଲ ଚେନ୍ନାଇ, ଶ୍ରମ ଏବଂ ESI ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଏକ ମେଗା ମାଗଣା ସ୍ୱାସ୍ଥ୍ୟଶିବିର ଚେନ୍ନାଇର ଗୁମ୍ମୀଦିପୁଣ୍ଡି,ପୋନେରୀ ଠାରେ ଗତ ରବିବାରଦିନ ଅନୁଷ୍ଠିତ ହୋଇଯାଇଛି l ଏଭଳି କାର୍ଯ୍ୟକ୍ରମ କୁ ସାଧାରଣରେ ଦୃଢ ପ୍ରଶଂସା କରାଯିବା ସହ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ମାନଙ୍କୁ ସାଧୁବାଦ ଜଣାଯାଇଛି l ଏଥିରେ ଆପଲୋ ହସ୍ପିଟାଲର ଅଭିଜ୍ଞ ହୃଦରୋଗ ବିଶେଷଜ୍ଞ, ଚର୍ମରୋଗ ବିଶେଷଜ୍ଞ, ଗ୍ୟାଷ୍ଟ୍ରୋ ଏଣ୍ଟେରୋରୋଜିଷ୍ଟ, ଚକ୍ଷୁ ବିଶେଷଜ୍ଞ, ଆର୍ଥପେଡିସିଆନ, ଶିଶୁରୋଗ ବିଶେଷଜ୍ଞ, ସ୍ତ୍ରୀରୋଗ ବିଶେଷଜ୍ଞ, ENT ଵିଶେଷଜ୍ଞ, ସାଧାରଣ ଚିକିତ୍ସକ, ଡେଣ୍ଟlଲ ସର୍ଜନ ଯୋଗ ଦେଇଥିଲେ l
ଏଥିରେ ୫୦୦ ରୁ ଉର୍ଦ୍ଧ୍ଵ ପ୍ରବାସୀ ଶ୍ରମିକ ମାନଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା l ଶେଷରେ ସେମାନଙ୍କପାଇଁ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିଲା l ଏଥିରେ ସୁନାମଧନ୍ୟ ଓଡ଼ିଆ ଡ଼ଃ ଦିଲ୍ଲୀପ ମିଶ୍ର, ଡ଼ଃ ସୁଦୀପ୍ତ କୁମାର ସ୍ୱାଇଁ, ଡ଼ଃ ସୁନିତା ସାମଲ, ଆଦି ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଉତ୍କଳ ଆସୋସିଏସନର ସଭାପତି ପବିତ୍ର ମୋହନ ମାଝୀ, ସମ୍ପାଦକ ପ୍ରଭାସ ପତି, ବିଭୁତି ବିଶୋଇ,ପ୍ରତାପ ସିଂ ମିଶ୍ର, ଆମ ମାହାଙ୍ଗା ର ଅଧକ୍ଷ ତଥା ପରିବେଶ ସୁରକ୍ଷା ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିଥିବା ସମାଜସେବୀ ଡ଼ଃ ଅମରେନ୍ଦ୍ର ମହାନ୍ତି, ଅଜୟ କୁମାର ମହାନ୍ତି, ଯଯାତି କିଶୋର ନାୟକ, ପଞ୍ଚାନନ ସାହୁ, ସଞ୍ଜୀବ ସାମଲ, ଶ୍ରୀମତୀ ମିଳୁ ବିଶୋଇ,ସିଦ୍ଧlର୍ଥ ପଟ୍ଟନାୟକ, ରାମଚନ୍ଦ୍ର ସାମଲ ଙ୍କ ସମେତ ଆସୋସିଏସନର ବହୁକର୍ମ କର୍ତ୍ତା ସହଯୋଗ କରିଥିଲେ l ଶ୍ରୀଯୁକ୍ତ ମାଝୀ ଆପଲୋ ହସ୍ପିଟାଲ ଚେନ୍ନାଇ,ଶ୍ରମ ଏବଂ ESI ବିଭାଗ ଓଡିଶା ଓ ଉତ୍କଳ ଆସୋସିଏସନ ମାଡ୍ରାସ ର ସମସ୍ତ ସଦସ୍ୟ ମାନଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ l

Leave A Reply

Your email address will not be published.