ଟ୍ରଲିରେ ପେନ୍‌ସନ୍‌ ପାଇଁ ଯିବା ଅଘଟଣ : ଲବଙ୍ଗ ଗୟାଙ୍କ ସହାୟତା ପାଇଁ ଆଗେଇ ଆସିଲା ଡାକ ବିଭାଗ

0

ଭୁବନେଶ୍ୱର : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅନ୍ତର୍ଗତ ଏକ ପରିବାରର 95 ବର୍ଷ ବୟସ୍କା ମହିଳାଙ୍କୁ ସାଇକେଲ ରିକ୍ସାରେ ନିଆଯାଇ ବୃଦ୍ଧାବୃଦ୍ଧ ପେନ୍‌ସନ୍‌ ସଂଗ୍ରହ କରିଥିଲେ। ଏହି ମହିଳା ଜଣକ ଗତ ତିନିମାସ ଧରି ତାଙ୍କ ପେନ୍ସନ୍ ପାଇନଥିଲେ। ଗାଡି ଭଡା କରିବାକୁ ଟଙ୍କା ନ ଥିବାରୁ ଶ୍ରୀମତୀ ଲାବଙ୍ଗା ଗୟାଙ୍କ ପରିବାର ସଦସ୍ୟ ତାଙ୍କୁ ଟ୍ରଲିରେ ବ୍ୟାଙ୍କକୁ ନେଇ ଯାଇଥିଲେ। ବ୍ୟାଙ୍କ ତାଙ୍କୁ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ଯିବା ପାଇଁ ପରାମର୍ଶ ଦେଇଥିଲା l ଏହିଭଳି ତିନି ଚାରିଥର ଦୌଡିବା ଦ୍ୱାରା ତାଙ୍କୁ ତାଙ୍କର ପେନସନ ବ୍ୟାଙ୍କ ରୁ ମିଳିଥିଲା | ପାରଳାଖେମୁଣ୍ଡି ଡାକ ବିଭାଗର କର୍ମଚାରୀମାନେ ଏହି ଖବର ଶୁଣିବାପରେ ଗତକାଲି ତାଙ୍କ ଘରେ ପହଞ୍ଚି ଶୂନ୍ୟ ବାଲାନ୍ସ ଯୁକ୍ତ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲେ। ବର୍ତ୍ତମାନ ଶ୍ରୀମତୀ ଲବଙ୍ଗ ଗୟା ପ୍ରତି ମାସରେ ବ୍ୟାଙ୍କ ଦୌଡିବା ପରିବର୍ତ୍ତେ ନିଜ ଘରେ ରହି ପେନ୍ସନ୍ ପାଇବାକୁ ସକ୍ଷମ ହେବେ | ପାଖରେ ରହୁଥିବା ତାଙ୍କ ଝିଅ ଡାକ ବିଭାଗର ଏହି ସେବା ସୁବିଧା ପ୍ରଦାନ ପାଇଁ ଡାକ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି |

Leave A Reply

Your email address will not be published.