ଶେରଗଡ଼: ଭୁବନେଶ୍ୱର ରେ ତିନିଦିନ ଧରି ଜଳବାୟୁ ଓ ପରିବେଶ ସୁରକ୍ଷା ପାଇଁ ଚାଲିଥିବା “ଓଡିଶା କନଫରେନ୍ସ ଅଫ ୟୁଥ୍-୨୦୨୩” ଆଲୋଚନା ଚକ୍ରରେ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ହାଡ଼ିଚିରା ଗ୍ରାମର ଯୁବ ସ୍ଵେଚ୍ଛାସବୀ ତଥା ଟ୍ରି ଫାଉଣ୍ଡେସନର ସମ୍ପାଦକ ନିରାକାର ବିଷୋୟୀ ପ୍ରତିନିଧି ଭାବେ ଯୋଗଦେଇଥିଲେ ଏଥିରେ ଓଡ଼ିଶା ସମେତ ଦେଶ ଓ ବିଦେଶରୁ ବହୁ ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିଲେ। ପ୍ରଥମ ଦିନରେ ଜଳବାୟୁ ପରିବର୍ତ୍ତନ, ପରିବେଶ ସୁରକ୍ଷାରେ ବାଧକ, ଯୁବବର୍ଗ ର ଭୂମିକା ତଥା ମିଳିତ ଜାତିସଂଘ ଓ ସରକାରଙ୍କ ବିଭିନ୍ନ ନିୟମାବଳୀ ଏବଂ ୧୭ ଟି ନିରନ୍ତର ବିକାଶ ଲକ୍ଷ୍ୟ ଗୁଡ଼ିକ ଆଲୋଚନା ହୋଇଥିବା ବେଳେ ଦ୍ୱିତୀୟ ଦିନରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପିର୍ ଯାହାନିଆ ବେଳାଭୂମି କୁ କ୍ଷେତ୍ର ପରିଦର୍ଶନରେ ଯାଇ ୧୫ ମିନିଟ ରେ ୫୦୦ କେ.ଜି ପ୍ଲାଷ୍ଟିକ ଓ ପଲିଥିନ୍ ଗୋଟାଇ ବେଳାଭୂମିକୁ ସଫା କରାଯିବା ସଙ୍ଗେସଙ୍ଗେ ପ୍ଲାଷ୍ଟିକ ଓ ପଲିଥିନ୍ ମୁକ୍ତ ପରିବେଶ ସୃଷ୍ଟି କରିବାପାଇଁ ସଚେତନ କରାଯାଇଥିଲା ଏବଂ ଘଟୁଥିବା ପ୍ରକୃତ ଜଳବାୟୁ ପରିବର୍ତ୍ତନର ବାସ୍ତବତା ଓ ଏହାର ପ୍ରଭାବ କୁ ସମ୍ମୁଖୀନ କରିବା ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ ଯୁବାବର୍ଗ କୁ ଜଣାଇବା ହିଁ ମୁଖ୍ୟ ଉଦ୍ଦେଶ୍ୟ ଥିଲା। ତୃତୀୟ ଦିନରେ ଡକ୍ୟୁମେଣ୍ଟରି ଫିଲ୍ମ ତିଆରି, ଜଳବାୟୁ ଅନୁକୂଳ ଖାଦ୍ୟ ଓ ସାମାଜିକ ଗଣମାଧ୍ୟମ ର ସଠିକ୍ ଉପଯୋଗୀତା ଆଦି ପ୍ରସଙ୍ଗ ସମ୍ବନ୍ଧିତ କର୍ମଶାଳା ହୋଇଥିଲା। ବର୍ତ୍ତମାନ ଏକ ସଠିକ୍ ସମୟ ଆମକୁ ଓ ଆଗାମୀ ପିଢ଼ିକୁ ପ୍ରାକୃତିକ ବିପର୍ଯ୍ୟୟ ରୁ ରକ୍ଷା ପାଇବା ନିମିତ୍ତ ଅଣ୍ଟା ଭିଡି ଆଗକୁ ଆସିବା। ଉଦଯାପନୀ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଡ ଅମର ପଟ୍ଟନାୟକ, ସମ୍ମାନିତ ଅତିଥି ଅଭିନେତା ତଥା ମୋ କଲେଜ ଅଭିଯାନର ଅଧକ୍ଷ ଓ ଉଡ୍ର ସାମାଜିକ ସଂଗଠନ ର ପ୍ରତିଷ୍ଠାତା ଆକାଶ ଦାସ ନାୟକ, ୟୁନିସେଫ୍ ଓଡିଶା ଚିଫ୍ ଅଫ ଫିଲ୍ଡ ୱିଲିୟମ୍ ହାନାଇନ, ୱାସ୍ ସ୍ପେଶିଆଲିଷ୍ଟ୍ ସିପ୍ରା ସକ୍ସେନା ଏବଂ ୟୁଥ୍ ଫର୍ ୱାଟେର ପ୍ଲସ ର ନିର୍ଦ୍ଦେଶିକା ଜ୍ୟୋତି ଶର୍ମା ସମେତ ବହୁ କଳାକାର, ପରିବେଶ କର୍ମୀ ଓ ପରିବେଶବିତ ଗଣ ଉପସ୍ଥିତ ରହି ପରିବେଶ ସୁରକ୍ଷା ଦିଗରେ ଆଲୋଚନା କରିଥିଲେ
Sign in
Sign in
Recover your password.
A password will be e-mailed to you.