କାଶୀପୁର ବ୍ଲକ କଂଗ୍ରେସର ବ୍ଲକ କାର୍ଯ୍ୟାଳୟ ଘେରାଉ ।

0

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କଂଗ୍ରେସ ତରଫରୁ କାଶୀପୁର ବ୍ଲକ କାର୍ଯ୍ୟାଳୟ ସମ୍ବୁଖରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ସମେତ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ହେଉଥିବା ଦୁର୍ନୀତି ବିରୁଦ୍ଧରେ ଗର୍ଜିଥିଲା ବ୍ଲକ କଂଗ୍ରେସ ।

ମୁଖ୍ୟ ବିଷୟ ଥିଲା , ବ୍ଲକ କାର୍ଯ୍ୟାଳୟ ମାନଙ୍କରେ ହେଉଥିବା ପିସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ଦେଶରେ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ନାରୀ ନିର୍ଯ୍ୟାତନା, ଚାଷୀ ମାରଣାନୀତି, ଏବଂ ଟାଟା କମ୍ପାନୀର ଖାଉଟି ବିରୋଧ ନୀତି ବିରୁଦ୍ଧରେ ବର୍ଷି ଥିଲେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦୁର୍ଗା ପ୍ରଶାଦ ପଣ୍ଡା । ରାଜ୍ୟ ସରକାର ଓ କେନ୍ଦ୍ରସରକାର ସରକାରୀ କାର୍ଯ୍ୟାଳୟ ମାନଙ୍କରେ ଦୁର୍ନୀତିର ପ୍ରତ୍ସାହନ ଦେଉଛନ୍ତି ବୋଲି ବ୍ଲକ କଂଗ୍ରେସ ପକ୍ଷରୁ ସିଧାସଳଖ ଆକ୍ଷେପ କରାଯାଇଥିଲା ।

ବ୍ଲକ କାର୍ଯ୍ୟାଳୟକୁ ସାଧାରଣ ଲୋକେ ବାରମ୍ବାର ଆସି ମଧ୍ୟ ତାଙ୍କର କୌଣସି କାର୍ଯ୍ୟକାରୀ ହେଉନଥିବା ପ୍ରକାଶ କରିଛନ୍ତି ପୂର୍ବତନ ବ୍ଲକ ଅଧକ୍ଷ୍ୟା ଉଜ୍ୱଳ ଦେଇ ମାଝୀ। ସରକାରୀ କର୍ମଚାରୀ ମାନେ ନିଜ କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ କାର୍ଯ୍ୟାଳୟ ରେ ପ୍ରାୟ ଅନୁପସ୍ଥିତ ରହୁଛନ୍ତି ଜାହାଦ୍ୱାରା ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି ଏବଂ ଅଞ୍ଚଳର ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେବା ସହ ଜନ ସାଧାରଣ ଏବଂ ସରକାରଙ୍କୁ ଠକି ଚାଲିଛନ୍ତି ବୋଲି ଶ୍ରୀ ପଣ୍ଡା ପ୍ରତିବାଦ କରାଯାଇଥିଲା ଏବଂ ମହା ମହୀମ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ବିଡ଼ିଓଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

ଏହି ଭଳି କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ରେ କାଶୀପୁର ବ୍ଲକ କଂଗ୍ରେସ ସଭାପତି ଅଙ୍ଗଦ ନାଏକ,
ଜିଲ୍ଲା ଯୁବ କଂଗ୍ରେସ ସଭାପତି ଜଶେଫ ଖସଲା ,ବ୍ଲକ ଯୁବ କଂଗ୍ରେସ ସଭାପତି ଝିଝରୁ ମାଝୀ, କିଶାନସେଲ ସଭାପତି ପି. ଦେବେନ୍ଦ୍ର ରାଓ,କଂଗ୍ରେସ ସମ୍ପାଦକ ଜୟନ୍ତୁ ବୈଠାରୁ,ଜିଲ୍ଲା ଏସି ସେଲ ସଭାପତି ରାଜେନ୍ଦ୍ର ଦୁରିଆ, କାର୍ତ୍ତିକ ନାଏକ,ବ୍ଲକ କଂଗ୍ରେସ ମହିଳା ସଭାନେତ୍ରୀ ଗୌରୀ ନାଏକ,ରାଧାରାଣୀ ନାଏକ, ଭୁବନେଶ୍ୱର ମହାନ୍ତି, ରାଜେନ୍ଦ୍ର ନାଏକ,ମିଥୁନ ନାଏକ ଓ କାଶୀପୁର ବ୍ଲକର ୨୬ ଗୋଟି ପଞ୍ଚାୟତର ଶତାଧିକ କଂଗ୍ରେସ ନେତୃତ୍ବବୃନ୍ଦ ଉପସ୍ଥିତ ଥିଲେ ।

Leave A Reply

Your email address will not be published.