ଘୁ. ଉଦୟଗିରି ଏନଏସି ପକ୍ଷରୁ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ କାର୍ଯ୍ୟାଦେଶ ବଣ୍ଟନ

0

ଘୁ. ଉଦୟଗିରି (ଅବନୀ କୁମାର ପ୍ରଧାନ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନଅନ୍ତର୍ଗତ କାର୍ଯ୍ୟାଦେଶବଣ୍ଟନ କରାଯାଇଛି I ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟାଦେଶ ବାଣ୍ଟିବା ର କାର୍ଯ୍ୟକ୍ରମ ଥିଲା I କିନ୍ତୁ କୌଣସି କରଣ ବଶତଃ ସେ ଅନୁପସ୍ଥିତ ରହିଥିଲେ I ତେଣୁ ତାଙ୍କ ଅନୁପସ୍ଥିତରେ ମୁକ୍ତା କାର୍ଯ୍ୟା ଦେଶ ଏନଏସି ର ବିଭିନ୍ନ ୱାର୍ଡ଼ରୁ ଆସିଥିବା ମିଶନ ଶକ୍ତି ଗ୍ରୁପ ସଦସ୍ୟାଙ୍କୁ ଉପସ୍ଥିତ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା I ମଞ୍ଚାସିନ ଅତିଥି ଭାବେ ଭାରପ୍ରାପ୍ତ ଅଧ୍ୟକ୍ଷ ସନ୍ତୋଷ କୁମାର ବାଘ, କାର୍ଯ୍ୟନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ, ମୁକ୍ତା ସଂଯୋଜକ ପ୍ରଭାତ ରଞ୍ଜନ ସାହୁ, ସି.ଡି.ପି.ଓ.କଳ୍ପନା ଶତପଥୀ, ଷ୍ଟେଟ ବ୍ୟାଙ୍କ ଶାଖାପରିଚାଳକ ଅନିଲ ମଲ୍ଲିକ, କାଉନସିଲର ସଂଗୀତା ନାୟକ, ନିଶାରାଣୀ ନାୟକ, ମୋନାଲିସା ଦଳବେହରା, ସିଦ୍ଧେଶ୍ବରୀନାୟକ, ଯାକେଶ କୁମାର ପ୍ରଧାନ, ଲକ୍ଷ୍ମୀପ୍ରିୟା ପରିଛା, କୁନ୍ତିମା ମଲ୍ଲିକ, ଲିପିକା ପ୍ରଧାନ, ନନ୍ଦିତା ପ୍ରଧାନ, ଦୀପକ କୁମାର ନାୟକ, ବରିଷ୍ଠ ସହାୟକ ସତ୍ୟପ୍ରକାଶ ମହାପାତ୍ର କନିଷ୍ଠ ଯନ୍ତ୍ରୀ ସସ୍ମିତା କୁମାରୀ ବେହେରା, କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସାହୁଙ୍କ ସହ ସମସ୍ତ ପରିଷଦ କର୍ମକର୍ତ୍ତା ଉପସ୍ଥିତ ଥିଲେ I ଆଜି ମୁକ୍ତା ଯୋଜନାରେ ୪୫ଟି ଅର୍ଥାତ ୩ କୋଟି ଟଙ୍କାର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର କାର୍ଯ୍ୟାଦେଶ ବଣ୍ଟନ କରା ଯାଇ ଥିବା ଘୁ. ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସୂଚନା ମିଳିଛି I

Leave A Reply

Your email address will not be published.