ଜଗତସିଂହପୁର,ତା-୧୭.୦୮.୨୦୨୩/ସୁମନ୍ତ କୁମାର ଦାସ:ଜଗତସିଂହପୁରସ୍ଥିତ ଆଦିକବି ଶାରଳା ଦାସ ସଂସୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମ ରେ ଜଗତସିଂହପୁର ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଞ୍ଚଳରୁ ସରକାରୀ ଅଧିକାରୀ ମାନେ ସୁସଜ୍ଜିତ କଳସରେ ପରିପୂର୍ଣ୍ଣ ମାଟି ଆଣି ସ୍ଥାନୀୟ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ କରାଯାଇଥିବା ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମାଟିକୁ ପୁଜାର୍ଚ୍ଚନା କରାଯିବ ସହ ବିଭିନ୍ନ ବ୍ଲକ୍ ଓ ପୌରାଞ୍ଚଳରୁ ମାଟି ସଂଗ୍ରହ କରି ଆଣିଥିବା ପ୍ରଶାସନିକ ଅଧିକାରୀଙ୍କୁ ସ୍ଵତନ୍ତ୍ର ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ମାଟିକୁ ସଂଗ୍ରହ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲାପରିଷଦ କାର୍ଯ୍ୟାଳୟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରୁଦ୍ରନାରାୟଣ ଦାସ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା ,ଜିଲ୍ଲା ସଂସ୍କୃତି ବିଭାଗର କର୍ମଚାରୀ ନଳିନୀ କାନ୍ତ ସାହୁ , ରାଧା ମୋହନ ଜେନା, ପରିବେଶବିତ୍ ଉତ୍କଳ ରଞ୍ଜନ ମହାନ୍ତି ନେହେରୁ ଯୁବକେନ୍ଦ୍ରର ପବିତ୍ର ମୋହନ ସୁବୁଦ୍ଧି, ସ୍ଵେଚ୍ଛାସେବୀ ତପନ କୁମାର ବେହେରା, ମନୋଜ ନାୟକ, ରାଜଲକ୍ଷ୍ମୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିବା ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.