ବାସୁଦେବପୁର – ପବିତ୍ର ସ୍ୱାଧୀନତା ଦିବସ ଅବସର ବାସୁଦେବପୁର ରେ ପଞ୍ଚାୟତ ସମିତି ପକ୍ଷ ରୁ ନୂତନ ହିତାଧିକାରୀ ମାନଙ୍କୁ ଭତ୍ତା ପ୍ରଦାନ ର କାର୍ଯ୍ୟ କର୍ମ ବାସୁଦେବପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଆଗରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ଶୁଭାରମ୍ଭ କରିଥିଲେ। ଏହା ପରେ ୧୬ ଓ ୧୭ ତାରିଖ ରେ ଦୁଇ ଦିନ ଧରି ବିଭିନ୍ନ ପଞ୍ଚାୟତ କୁ ମାରାଥନ ଗସ୍ତ ରେ ଯାଇ ନୂତନ ହିତାଧିକାରୀ ମାନଙ୍କୁ ଭତ୍ତା ପ୍ରଦାନ କରୁଛନ୍ତି ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ ଓ ବିଡିଓ ସତ୍ୟଜିତ ରାଉତ। ଏହି ଅବସର ରେ ବିଭିନ୍ନ ପଞ୍ଚାୟତ ର ସରପଂଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହୁ ଥିବାର ଦେଖାଯାଉଛି। ସୂଚନା ମିଳିଛି ଯେ ବାସୁଦେବପୁର ରେ ୩୬୦୦ ରୁ ଅଧିକ ନୂତନ ହିତାଧିକାରୀ ମାନଙ୍କୁ ଭତ୍ତା ପ୍ରଦାନ କରାଯିବ। ବିଧାୟକ ଙ୍କ ଦୁଇ ଦିନ ରେ ଅନେକ ପଞ୍ଚାୟତ କୁ ମାରାଥନ ଗସ୍ତ ନେଇ ସାଧାରଣ ରେ ଭୂୟସୀ ପ୍ରଶଂସା କରାଯାଉଛି।
Sign in
Sign in
Recover your password.
A password will be e-mailed to you.