ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆମ୍ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଏବଂ ଗୋଷାଣୀ ବ୍ଲକ ଅନ୍ତର୍ଗତ ରାମସାଗର ଠାରେ ୭୭ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।
ଏହି ଅବସରରେ ଦଳୀୟ ସାଥୀ ଯୁବ ଉଦ୍ୟୋଗୀ ଶ୍ରୀ ସୁଦୀପ୍ତ ରାଜଗୁରୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିଥିବା ବେଳେ କେ.ଜଗଦୀଶ ଗୋଷାଣୀ ବ୍ଲକ ଅନ୍ତର୍ଗତ ରାମସାଗର ଠାରେ ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତ ମୁଖ୍ୟବକ୍ତା ଭାବେ ଯୋଗଦେଇ ଦେଶରେ ଏକତା ,ଶାନ୍ତି , ମୈତ୍ରୀ ଓ ଭାଇଚାରାର ପ୍ରତିଷ୍ଠା ପାଇଁ ଏକାଠି ହେବା ସହ ସାମାଜିକ ନ୍ୟାୟ , ଶିକ୍ଷା , ସ୍ୱାସ୍ଥ୍ୟ , କୃଷି , ରୋଜଗାର ଏବଂ ସାଧାରଣ ଲୋକଙ୍କ ମୌଳିକ ସମସ୍ୟା ଦୂର କରି ଜିଲ୍ଲା ତଥା ଦେଶର ବିକାଶ କାର୍ଯ୍ୟ ରେ ନିଜକୁ ସମର୍ପିତ କରିବା ପାଇଁ ଆହ୍ୱାନ ଦେଇଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ମହିଳା ସଭାନେତ୍ରୀ ଶୈଳବାଳା ପଣ୍ଡା , ବରିଷ୍ଠ ସଦସ୍ୟ କିଶୋର ଚନ୍ଦ୍ର ଗୁରୁ , ଲିଙ୍ଗରାଜ ପାଣିଗ୍ରାହୀ , ଲୋଗସ୍ ଦାସ୍ ବର୍ଦ୍ଧନ , ତ୍ରିନାଥ ପଟ୍ଟନାୟକ , ବିରଞ୍ଜନ ମାଝୀ , ଜି.ଚନ୍ଦ୍ରା ରାଓ , ଉମାକାନ୍ତ ପଟ୍ଟନାୟକ , ଏଲିୟାଜର ମଣ୍ଡଳ , ଜିୟୁସୟ ମଣ୍ଡଳ , ସୁଆଳ ଲୁଆରା , ଆକାଶ ଦାସ୍ , ସନ୍ଦିପ ସୂର୍ଯ୍ୟବଂଶୀ , ଅନୀଲ ପଣ୍ଡା , ଶେଖ୍ ମୁଜିବ, ସନ୍ତୋଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.