ଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ପାଳିତ

0

କଳିଙ୍ଗନଗର, ଅଗଷ୍ଟ ୧୫, ୨୦୨୩: ଟାଟାଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ମଙ୍ଗଳବାର ଦିନ ଉତ୍ସାହ ଓ ଉଦ୍ଧୀପନା ସହିତ ୭୭ତମ ସ୍ୱାଧୀନତା ଦିବସ ଯାଜପୁର ଜିଲ୍ଲା କଳିଙ୍ଗନଗରସ୍ଥିତ ପ୍ଲାଂଟ୍ ପରିସରରେ ପାଳିତ ହୋଇଯାଇଛି ।

ଟାଟାଷ୍ଟିଲ୍ କଳିଙ୍ଗନଗରର ଆଗ୍ଲୋମେରେଟ୍ସ ବିଭାଗର ଚିଫ୍ ୱାଈ ଜି ଏସ୍ ପ୍ରସାଦ ଜାତୀୟ ପତାକା ଉତୋଳନ କରିଥିବାବେଳେ କଳିଙ୍ଗନଗର ସ୍ଥିତ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ(ସିଆଇଏସ୍ଏଫ୍)ର ଡେପୁଟିକମାଣ୍ଡାଂଟ୍ମହେଶ କୁମାର, ଟାଟାଷ୍ଟିଲ୍ କଳିଙ୍ଗନଗରର ବରିଷ୍ଠ ଅଧିକାରୀ, କମୁ୍ୟନିଟି ଏବଂ ଶ୍ରମିକ ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ ।

ଏହି ଅବସରରେ ୱାଈ ଜି ଏସ୍ ପ୍ରସାଦ କହିଥିଲେ ଯେ, “ଆସନ୍ତୁ ଆମେ ସମସ୍ତେ ଦେଶକୁ ଏହାର ୭୭ତମ ସ୍ୱାଧୀନତା ଦିବସରେ ସଲାମ ଜଣାଇବା । ସ୍ୱାଧୀନତା ପାଇଁ ସହୀଦ ହୋଇଥିବା ଓ ନିଜ କଠିନ ପରିଶ୍ରମ ମାଧ୍ୟମରେ ଗତ ୭୬ ବର୍ଷ ମଧ୍ୟରେ ଦେଶକୁ ରୂପ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ନେତୃବର୍ଗଙ୍କୁ ଆସନ୍ତୁ ସଲାମ ଜଣାଇବା । ଟାଟାଷ୍ଟିଲ୍ ଏକ ଅଗ୍ରଣୀ ବ୍ରାଣ୍ଡରୂପେ ଆଧୁନିକ ଭାରତର ଭିତିଭୂମି ନିର୍ମାଣରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଆସୁଛି । ଆମେ ବାସ କରୁଥିବା ଭାରତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ପ୍ରକୃତ ରାଷ୍ଟ୍ର ନିର୍ମାଣକାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଏହା ଆମ ସମସ୍ତଙ୍କ ନିମନ୍ତେ ଏକ ଉତମ ସୁଯୋଗ । ସ୍ୱାଧୀନତା ପରିବର୍ତନ ଆଣିବାର ଶକ୍ତି ପ୍ରଦାନ କରିବା ସହିତ ସକରାତ୍ମକ ଫଳାଫଳ ଦେଇଥାଏ ବୋଲି ଟାଟାଷ୍ଟିଲ୍ରେ ଆମେ ବିଶ୍ୱାସ କରୁ ଏବଂ ଆମେ ଦେଶର ବିକାଶ ଓ ସମୃଦ୍ଧି ପାଇଁ ନିଜ ଉଦ୍ୟମ ପ୍ରତି ପ୍ରତିଶ୍ରୁତିବଦ୍ଧ ରହିଛୁ ।”

ଏହି ସମାରୋହରେ ସିଆଇଏସ୍ଏଫ୍ ଦଳର ପ୍ୟାରେଡ଼ ଓ ଡ୍ରିଲ୍ ଉପସ୍ଥିତ ଅତିିଥିମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା । ନିରାପତା ଓ ଅଗ୍ନିଶମ ଅଧିକାରୀଙ୍କୁ ସେମାନଙ୍କର ଅନୁକରଣୀୟ ପ୍ରଦର୍ଶନ ପାଇଁ ସମ୍ମାନିତ କରିବା ସହିତ ଏହି ସମାରୋହର ସମାପନ ହୋଇଥିଲା ।

ଏହି ଅବସରରେ, ଟିଏସ୍କେର ଇଞ୍ଜିନିୟରିଂ ଏବଂ ପ୍ରୋଜେକ୍ଟସ୍ ଟିମ୍ ପ୍ଲଟ୍ ୨ ହାଉସିଂରେ କର୍ମଚାରୀଙ୍କ ପାଇଁ ଏକ ଭଲିବଲ୍ ଟୁର୍ନାମେଂଟ୍ ଆୟୋଜନ କରିଥିଲା ଏବଂ ବିଜେତା ଦଳକୁ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.