ଘୁ.ଉଦୟଗିରି “ପ୍ରେସ କ୍ଲବ” ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ପାଳିତ.

0 2

ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ): ଘୁ.ଉଦୟଗିରି “ପ୍ରେସ କ୍ଲବ” ସଭାପତି ଅରୁଣ କୁମାର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆଜି ଶ୍ରୀରାମପଦା ସ୍ଥିତ “ପ୍ରେସ କ୍ଲବ” କାର୍ଯ୍ୟାଳୟ ଠାରେ ୭୭ ତମ ସ୍ୱାଧୀନତା ଦିବସ ମହା ଆଡମ୍ବର ରେ ପାଳିତ ହୋଇଯାଇଛି I ଏହି ମହାନ ଉତ୍ସବ ଅବସରରେ “ପ୍ରେସ କ୍ଲବ” କାର୍ଯ୍ୟାଳୟ ଠାରେ ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ପାଳଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା I ତତପରେ ଉପସ୍ଥିତ ସମସ୍ତ ସାମ୍ବାଦିକଙ୍କ ଦ୍ୱାରା ଜାତୀୟ ସଂଗୀତ ଗାନ କରାଯାଇ ଥିଲା I ୭୭ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ପାଳ, ପ୍ରେସ କ୍ଲବ ସଭାପତି ଅରୁଣ କୁମାର ଷଡ଼ଙ୍ଗୀ ଏବଂ ସାମ୍ବାଦିକ ସମୀର କୁମାର ପାଢ଼ୀ ସ୍ୱାଧୀନତା ଦିବସ ଅବସରରେ ନିଜ ନିଜ ଅଭିଭାଷଣ ରଖିଥିଲେ I ଆଜିର ଏହି ଜାତୀୟ ଉତ୍ସବରେ ଉପ-ସଭାପତି ରାମ କୃଷ୍ଣ ଚୌଧୁରୀ, ସମ୍ପାଦକ ଅନିଲ କୁମାର ଦଳବେହେରା, କୋଷାଧ୍ୟକ୍ଷ ପ୍ରତାପ ଚନ୍ଦ୍ର ପାଢ଼ୀ, ସହ-ସମ୍ପାଦକ ସୁଜିତ କୁମାର ସାହୁ, ସଂଗଠନ ସମ୍ପାଦକ ଗଗନ କୁମାର ପ୍ରଧାନ, ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ପାଳ, ପତିତ ପାବନ ସାହୁ, ଦେବନାଥ ଦଳବେହେରା, ସମୀର କୁମାର ପାଢ଼ୀ, ବଟକୃଷ୍ଣ ଦାଶ, ପ୍ରସନ୍ନ କୁମାର ମିଶ୍ର, ସାମନ୍ତ ଶେଖର ନାୟକ, ଚିନ୍ମୟ କୁମାର ସେଠୀ, ଏନ.ରାଜା ରାଓ ପ୍ରମୁଖ ଉପସ୍ଥିତ ଥିଲେ I ଶେଷରେ “ପ୍ରେସ କ୍ଲବ” ସଭାପତି ଅରୁଣ କୁମାର ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ I

Leave A Reply

Your email address will not be published.