ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗଣପତି ସାବତ ଫାଉଣ୍ଡେସନ ସଭାପତି ଶ୍ରୀଯୁକ୍ତ ବିନୋଦ ଚନ୍ଦ୍ର ସାବତ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସରସ୍ଵତୀ ଡିଗ୍ରୀ ବିଦ୍ୟାମନ୍ଦିରର , ନୀଳକଣ୍ଠ ନଗର (ବ୍ରହ୍ମପୁର) ଅଧ୍ୟକ୍ଷ ଡ.ଶ୍ରୀଯୁକ୍ତ ସୁବ୍ରତ ପାଣିଗ୍ରାହୀ , ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀ ଆମ୍ପୋଲୁ ରବି କୁମାର , ଅବସର ପ୍ରାପ୍ତ ବି.ଇ.ଓ (ଗୋଷାଣୀ) ଶ୍ରୀଯୁକ୍ତ ବାଳକୃଷ୍ଣ ମାଝୀ , ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ।
ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ।
ଏହି ବିଜ୍ଞାନ ମେଳାରେ ମୋଟ ୧୫୦ରୁ ଉର୍ଦ୍ଧ୍ବ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ପାରଳାଖେମୁଣ୍ଡି ସହରର ବିଭିନ୍ନ ସରକାରୀ ତଥା ବେସରକାରୀ ବିଦ୍ୟାଳୟର , ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ମୋଟ ୧୫୦ଜଣ ପ୍ରତିଯୋଗୀ ତଥା ୩୦ଜଣ ସହଯୋଗୀ ଛାତ୍ରଛାତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ମାନେ ବିଚାରକ ରୂପେ ଯୋଗଦେଇ ସହଯୋଗ କରିଥିଲେ।
ପୁରସ୍କାର ବିତରଣୀ ଉତ୍ସବରେ ବିଦ୍ୟାଳୟର ସଭାପତି ଡ. ଶଙ୍କର ପ୍ରସାଦ ବକ୍ସି ସଭାପତିତ୍ବ କରିଥିଲେ। କାର୍ଯ୍ୟକ୍ରମରେ ଶେଷରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଶ୍ରୀଯୁକ୍ତ ମୂରଲୀ ମୋହନ ପ୍ରଧାନ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post