ସହଯୋଗ ର ହାତ ବଢାଇଲା ସହଯୋଗ

0 2

ଗାଇସିଲେଟ /ମନ ଡନସନା :- ଗତ କିଛି ଦିନ ପୂର୍ବରୁ ସହଯୋଗ ଟିମ ପହଞ୍ଚିଥିଲେ ଗାଇସିଲେଟ ଥାନା ଅନ୍ତର୍ଗତ ସାନ ସାହାଜବାହାଲ ସ୍ଥିତ ବୃଦ୍ଧାଶ୍ରମ କୁ ଯାଇ ସେଠାରେ ତାଙ୍କର ସୁବିଧା ଅସୁବିଧା ବୁଝିବା ସହ ତାଙ୍କର ଆବଶ୍ୟକତା ବିଷୟରେ ପଚାରି ବୁଝିଥିଲେ ଓ ଆପଣଙ୍କ ପାଖକୁ ଖୁବ ଶୀଘ୍ର ଆମ ଟିମ ପହଂଚିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପଦ୍ମପୁର ସହରରେ ନୂତନ ଭାବେ ଗଢି ଉଠିଥ‌ିବା ସହଯୋଗ ଅନୁଷ୍ଠାନର ଟିମ ତାଙ୍କର ପ୍ରତିଶ୍ରୁତି ପୂରଣ କରିବା ପାଇଁ ଆଜି ଗାଇସିଲେଟ ଥାନା ଅନ୍ତର୍ଗତ ସାନସାହାଜବାହାଲ ସ୍ଥିତ ବୃଦ୍ଧାଶ୍ରମ କୁ ଯାଇ ତାଙ୍କର ଆବଶ୍ୟକତା କରିଥିଲେ। ଏହି ପ୍ରଦାନ ସମୟରେ ସହଯୋଗ ଅନୁଷ୍ଠାନ ର ସଭାପତି ମୌସମ ପାଗଡା, ସମ୍ପାଦକ ତାପସ ନାୟକ,ପ୍ରଭୁଦତ୍ତ ପଣ୍ଡା, ଈଶ୍ବରଦତ୍ତ ମେହେର, ପ୍ରଦ୍ୟୁମ୍ନ ମେହେର, ବିକାଶ ପଣ୍ଡା, ପାର୍ଥସାରଥି ମହାପାତ୍ର, ରମାକାନ୍ନ ବହିଦାର, ଦୀପକ ତିୱାରୀ, ଅଜୟ ଅଗ୍ରୱାଲ, ମନୀଷ ଦୋରା, ଦୀପକ ଅଗ୍ରୱାଲ, ଶିବାଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.