ଉଦୟନାଥ ପଣ୍ଡା (ଭଞ୍ଜନଗର) :ଭଞ୍ଜନଗର ସହର ରେ ଅନେକ ଶିକ୍ଷିତ, ପୁରୁଷ ମହିଳା ମାନଙ୍କୁ ନେଇ “ବେଦପ୍ରଚାର ସମିତି” ନାମକ ଏକ ସଂଗଠନ ଗଢ଼ାଯାଇଛି l ଵେଦ ଉଦ୍ଧାରକ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ “କ୍ରୁଣନ୍ତୋବିଶ୍ୱାର୍ଯ୍ୟମ “ଉଦ୍ଦେଶ୍ୟକୁ ଫଳପ୍ରଦ କରିବା ସକାଶେ ଭାରତର ଅନେକ ସଂଗଠନ ଏବଂ ବିଦ୍ୱାନ ଋଷିମୁନୀ ମାନଙ୍କ ଭଳି ଏହି ସଂଗଠନ ମଧ୍ୟ ଵେଦ ପ୍ରଚାର ତଥା ପ୍ରକୃତ ଇଶ୍ୱରୀୟ ଆରାଧନା ଶୈଳୀକୁ ସର୍ବସାଧାରଣ ଙ୍କ ହୃଦୟରେ ସ୍ଥାନ ଦେବା କୁ ପ୍ରୟାସ କରିଆସୁଛି । ବର୍ଷ ର ଅନେକ ସମୟରେ ଭଂଜନଗର ସହର ତଥା ଅଞ୍ଚଳରେ ଏହିପରି ବିଭିନ୍ନ ଆଧ୍ୟାତ୍ମିକ ଯଜ୍ଞ ଏବଂ ଵେଦ ପ୍ରବଚନ କାର୍ଯ୍ୟକର୍ମ ହୋଇଆସୁଛି l ଆଜି ମଧ୍ୟ ଏହି ଶ୍ରାବଣି ଉତ୍ସବ ଉଦ୍ଦେଶ୍ୟରେ ଭଞ୍ଜନଗର ସହର ସ୍ଥିତ “କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ” ଠାରେ ସ୍ୱାମୀ ସୁଧାନନ୍ଦ ସରସ୍ବତୀ ଙ୍କ ପୌରୋହିତ୍ୟରେ ଏବଂ ବେଦାପ୍ରଚାର ସମିତି ର ସହଯୋଗୋରେ 31 କୁଣ୍ଡିୟ ଘୃତ ଯଜ୍ଞ ଆୟୋଜନ ହୋଇଥିଲା l ଏହି ଯଜ୍ଞ ରେ 31ଦମ୍ପତି ଏକତ୍ରିତ ହୋଇ ଵେଦ ମନ୍ତ୍ର ଉଚ୍ଚାରଣ କରି ଅଗ୍ନିରେ ଘୃତ ସାକଲ୍ୟ ଆହୁତି ଦେଇ ପରିବେଶକୁ ପବିତ୍ର କରିଥିଲେ l
ଏହାପରେ ସ୍ୱାମୀ ସୁଧନନ୍ଦ ଙ୍କ ସୁନ୍ଦର ଆଧ୍ୟାତ୍ମିକ ବାଣୀକୁ ସମସ୍ତେ ସ୍ମରଣ କରିବା ସହିତ,କିଭଳିଭାବେ ମନୁଷ୍ୟ ମାନଙ୍କ ଜୀବନ ପାଇଁ ନିହାତି ଭାବେ 16 ଟି ସଂସ୍କାର କୁ ପାଳନ କରିବାର ଆବଶ୍ୟକ ରହିଛି, ତାହା ବିଷୟରେ ସ୍ୱମୀଜୀ ଏହାର ବିଜ୍ଞାନ ସହିତ ସମ୍ପର୍କ କୁ ନେଇସମ୍ପୂର୍ଣ ବ୍ୟାଖ୍ୟା କରିଥିଲେ l କେତେକ ଶିଶୁଙ୍କର ଵିଦ୍ୟାରମ୍ଭ ସଂସ୍କାର ମଧ୍ୟ ସ୍ୱାମୀଜୀ ଙ୍କ ଦ୍ୱାରା ସମାପନ ହୋଇଛି l ଏହି ଉତ୍ସବ ରେ ଶତାଧିକ ପୁରୁଷ, ମହିଳା ଶ୍ରଦ୍ଧାଳୁ ଯୋଗଦେଛନ୍ତି l ପରିଶେଷରେ ଏହି ବେଦପ୍ରଚାର ସମିତି ଦ୍ୱାରା ଆୟୋଜିତ, ସୁସ୍ୱାଦୁ ଶାକାହାରୀ ପ୍ରସାଦ ସେବନ କରି ଆନନ୍ଦର ସହିତ ସମସ୍ତ ଶ୍ରଦ୍ଧାଳୁ ଘରକୁ ଫେରିଥିଲେ l
Sign in
Sign in
Recover your password.
A password will be e-mailed to you.