ପଦ୍ମପୁର/ଶିବାଶିଷ ପଟ୍ଟନାୟକ : ନୃସିଂହନାଥ ସ୍ଥିତ ଧର୍ମଶାଳା ରେ ପାଇକମାଲ ବ୍ଳକ ର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ଡୋଳାମଣି ମାହାର ଙ୍କ ଅଧ୍ୟକ୍ଷତା ରେ ସମସ୍ତ ବର୍ଗ ର ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା l ପାଇକମାଲ ବ୍ଳକ ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ନିରାକାର ପ୍ରଧାନ, ଏକ୍ସ କ୍ୟାଡର ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଲମ୍ବୋଦର ଦାସ,ନିଖିଳ ଭାରତ ପ୍ରାଥମିକ ଶିକ୍ଷକ ସଂଘ ଜିଲ୍ଲା ସମ୍ପାଦକ ମହାଦେବ ବେହେରା ମଞ୍ଚାସୀନ ରହିଥିଲେ l ପାଇକମାଲ ବ୍ଳକ ମିଳିତ ଶିକ୍ଷକ ସଂଘ ଗଠନ କରାଯାଇଥିଲା l ମିଳିତ ମଞ୍ଚ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଭାବେ ସର୍ବସମ୍ମତି କ୍ରମେ ମହାଦେବ ବେହେରା ସଭାପତି, ସନ୍ତୋଷ ମେହେର, ସୁନାଧର ଡନସନା, ଲମ୍ବୋଦର ଦାସ ଉପସଭାପତି, ନାରାୟଣ ମେହେର ସମ୍ପାଦକ, ମାଧବ ସାହୁ ଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା l ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ର ଆହ୍ୱାନ କ୍ରମେ ତିନି ଦଫା ଦାବୀ ଆଗାମୀ 15 ତାରିଖ ସୁଦ୍ଧା ପୂରଣ ନ ହେଲେ ଆଗାମୀ ଆନ୍ଦୋଳନ ରେ ସମୂହଭାବେ ସମସ୍ତ ବର୍ଗ ର ଶିକ୍ଷକ ସାମିଲ ହେବା ନେଇ ନିଷ୍ପତ୍ତି ଗ୍ରହଣ କରାଗଲା l ଏହି ବୈଠକ କୁ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ଙ୍କୁ ଆମନ୍ତ୍ରଣ କରି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ତିନି ଦଫା ଦାବୀ ପତ୍ର ପ୍ରଦାନ କରାଯିବା ସହ ପାଇକମାଲ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ପାଇଁ ଏକ ଶିକ୍ଷକ ଭବନ ନିର୍ମାଣ କରିବାକୁ ଜମି ଓ ଅନୁଦାନ ପ୍ରଦାନ କରିବାକୁ ଲିଖିତ ଅନୁରୋଧ କରାଯାଇଥିଲା l ବୈଠକ ପରିଚାଳନା ରେ ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ର ଉପସଭାପତି ବୈଷ୍ଣବ ପଣ୍ଡା, ସମ୍ପାଦକ ଚକ୍ରଧର ଅଜଗର, କୋଷଧ୍ୟ୍ୟକ୍ଷ ରଞ୍ଜନ ବାଗ ସହଯୋଗ କରିଥିଲେ I
Sign in
Sign in
Recover your password.
A password will be e-mailed to you.