ନବରଂଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ: ନବରଂଗପୁର ଜିଲ୍ଲାର ଟିର୍ଲିଆମ୍ବାଗୁଡ଼ା ଠାରେଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଜାତୀୟସେବା ଯୋଜନା ଓ ଜିଲ୍ଲା ସାମାଜିକ ସମୀକ୍ଷା ୟୁନିଟ, ଜିଲ୍ଲାପରିଷଦ, ନବରଂଗପୁର ତରଫରୁ ମେରାମାଟି ମେରାଦେଶ ତଥା ବୃକ୍ଷ ରୋପଣ ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ରଞ୍ଜନ କୁମାର ବେହେରା ଦ୍ଵୀପ ପ୍ରଜ୍ବଳନକରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ୱର ନାୟକ ଯୋଗଦେଇ ବୀରଯବାନଙ୍କ ବଳିଦାନ ନିକଟରେ ଆମେ ସମସ୍ତେ ଚିରରୁଣୀ ବୋଲି ପ୍ରକାଶ କରିଥଲେ।ସମ୍ମାନିତ ଅତିଥି ଭାବେ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦୁର୍ଯ୍ୟୋଧନ ଭୋଇ ଯୋଗଦେଇ ଦେଶର କୃଷକ, ବୈଜ୍ଞାନିକ ଓ ଯବାନମାନେ ହିଁ ପ୍ରକୃତହିରୋ ଏବଂ ଏମାନେ ଆମର ଚିରନମସ୍ୟ,ତେଣୁ ଏମାନଙ୍କୁ ସମାଜ ପ୍ରକୃତସମ୍ମାନ ଦେବାଉଚିତ୍ ବୋଲି ନିଜବକ୍ତବ୍ୟରେ ପ୍ରକାଶ କରିଥଲେ।ଅନ୍ୟତମ ଅତିଥି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ହଳଧର ନିଆଲ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଘଷିଆ ହରିଜନ ତଥା ଜିଲ୍ଲା ଜାତୀୟ ସେବା ଯୋଜନା ଅଧିକାରୀ ବିନୋଦ ବିହାରୀ ପ୍ରଧାନ ଯୋଗ ଦେଇ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ।ଆଜିର କାର୍ଯ୍ୟକ୍ରମରେ କାରଗିଲ ଯୁଦ୍ଧ ଲଢ଼ିଥିବା ତଥା ସେନା ରୁ ଅବସର ନେଇଥିବା ସାତଜଣ ଯବାନଙ୍କୁ ସମ୍ମାନିତ କରାଯାଇଥିଲା।ସେମାନେ ହେଲେ ନବୀନ ଚନ୍ଦ୍ର ଭତ୍ରା,ଦୁର୍ଯ୍ୟୋଧନ ଭାତ୍ରା, ରାଜେନ୍ଦ୍ର ନେଗି,ସଞ୍ଜୀବ ରାଜ ଖୁରା, ଯୋହନ ପିଲିନ ନାଗ, ବିଭୂତି ଭୂଷଣ ନାଗ, ଦଶମୁ ଭତ୍ରା।ବୀରଯବାନମାନେ ନିଜବକ୍ତବ୍ୟରେ କାରଗିଲ ଯୁଦ୍ଧରେ ନିଜସ୍ଵ ଲୋମ ଟାଙ୍କୁରା ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ଏହାପରେ ସମସ୍ତ ଅତିଥି ଙ୍କ ଦ୍ଵାରା 15 ଗୋଟି ଆମ୍ବ ଚାରା ବାଳକ ଛାତ୍ରାବାସ ପ୍ରାଙ୍ଗଣରେ ରୋପଣ କରା ଯାଇଥିଲା।
ମହାବିଦ୍ୟାଳୟର ଜାତୀୟସେବା ଯୋଜନାଅଧିକାରୀ ସହକାରୀ ପ୍ରଫେସର ରାଜୀବ ଜାଲ ଧନ୍ୟବାଦ୍ ଅର୍ପଣପରେ କାର୍ଯ୍ୟକ୍ରମର ପରିସମାପ୍ତି ହୋଇଥିଲା।ସମସ୍ତ କାର୍ଯ୍ୟକ୍ରମ କୁ ସହକାରୀ ପ୍ରଫେସର ଡ ଅରବିନ୍ଦ କୁମାର ଓଝା ପରିଚାଳନା କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ସୋନୁ ସାହୁ,ସନ୍ଧ୍ୟା ରାଣୀ ପାଢ଼ୀ,ଜିଭିଭି ରଞ୍ଜିତା,ଧନର ମାଝୀ, ଶ୍ରବଣ ପୂଜାରୀ, ସୁମନ୍ତ ବଘେଲ,ମୋନାଲିସା ନାଗ, ସୁଲୋଚନା ନାୟକ ଆଦି ଅଧ୍ୟାପକ ଅଧ୍ୟାପିକା ଯୋଗ ଦେଇଥିଲେ। ଏହାପରେ ଛାତ୍ରୀ ନିବାସ,ଛାତ୍ରାବାସ,ତଥା ମହାବିଦ୍ୟାଳୟର ଚାରି ଦିଗରେ ବିଭିନ୍ନ ପ୍ରଜାତିରଫଳ ଓ ଜଙ୍ଗଲିଗଛର ସମୁଦାୟ ଦୁଇହଜାରତେଇଶି ଚାରାରୋପଣ କରା ଯାଇଥିଲା। ଏଥିରେ ଜିଲାପରିଷଦ ନବରଂଗପୁର ର ତିରିଶି ରୁ ଅଧିକ ଗ୍ରାମ୍ଯ ସାମାଜିକ ସମୀକ୍ଷା କର୍ମୀ, ଗ୍ରାମ ରୋଜଗାର ସେବକ, ବ୍ଳକ ସାମାଜିିକ ସମୀକ୍ଷକ , ଜିଲ୍ଲା ସାମାଜିକ ସମୀକ୍ଷକ ଶ୍ରୀ ବୈବସୁତ ଚଲାନ ସମୂହ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସହଯୋଗରେ ଗଛ ଚାରାରୋପଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
Sign in
Sign in
Recover your password.
A password will be e-mailed to you.