ଜଗତସିଂହପୁର,ତା-୧୨.୦୮.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ବ୍ଲକ୍ ଜୋନ ନଂ – ୦୧ ର ପାଟେଣୀଗାଁ ପଞ୍ଚାୟତ ଧୁଳେଶ୍ୱର ମହାଦେବଙ୍କ ପ୍ରାଙ୍ଗଣ ରେ ବିଜୁ ଜନତା ଦଳ ତରଫରୁ ଏକ ଯୁବ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଏହି ସଭାକାର୍ଯ୍ୟ ଟି ଜଗତସିଂହପୁର ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସ୍ୱାଇଁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ଜିଲ୍ଲା ବିଜୁ ଜନତା ଦଳ ପୂର୍ବତନ ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସ ଯୋଗ ଦେଇ ଥିଲେ l ସାମ୍ନାନୀତ ଅତିଥି ଭାବେ କଣ୍ଟିଲୋ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ବାଙ୍କାନିଧି ରାଉତ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀକାନ୍ତ ସ୍ୱାଇଁ, ପଟସରା ପଂଚାୟତ ପୂର୍ବତନ ସରପଞ୍ଚ ବାବୁ ଜେନା, ଦିଲ୍ଲୀପ ରାମ, ସାରଙ୍ଗ ପାଇଟାଳ,ସୁଶୀଲ ପଟ୍ଟନାୟକ, ଯୁଧିଷ୍ଠିର ସ୍ୱାଇଁ, ରାଣୀଓଳା ପୂର୍ବତନ ସରପଞ୍ଚ ସରୋଜ କୁମାର ସ୍ୱାଇଁ,ଅଳସୁଧା ସରପଞ୍ଚ ଭ୍ରମର ବର ସ୍ୱାଇଁ,ପୂର୍ବତନ ସରପଞ୍ଚ ସୁଶାନ୍ତ ମଲ୍ଲିକ, ସୁଶୀଲ ଦାସ, ବିଦୁ ଭୂଷଣ ତ୍ରିପାଠୀ, ଯୁବ ନେତା ତାପସ ଦାସ ବିଦୁର ନାୟକ, ସୁଶାନ୍ତ ରଞ୍ଜନ ସ୍ୱାଇଁ, ଦେବୀ ପ୍ରସାଦ ସାହାଣୀ, ସାମ୍ନାନୀତ ଅତିଥି ଭାବେ ଯୋଗ ଦେଇ ଥିଲେ l
ଏହି କାର୍ଯ୍ୟକ୍ରମ ରେ ମଞ୍ଚାସିନ ଅତିଥି ମାନେ ଆଜିର ଦୁନିଆରେ ତଥା ସମାଜ ପାଇଁ କିପରି ଯୁବକ ମାନଙ୍କର ନିହାତି କି କି କର୍ତ୍ତବ୍ୟ ରହିଛି ତାର ପଙ୍ଖାନୁ ପଙ୍ଖ ଆଲୋଚନା କରିଥିଲେ ଯୁବକ ମାନେ ଦେଶର ଭବିଷ୍ୟତ ବୋଲି ମଞ୍ଚାସିନ ଅତିଥି ମାନେ ଉଦବୋଧନ ଦେଇ ଥିଲେ l ମୁଖ୍ୟ ଅତିଥି ଅମରେନ୍ଦ୍ର ଦାସ ତାଙ୍କ ବକ୍ତବ୍ୟ ରେ ଯୁବକ ମାନେ କିପରି ଉଚ୍ଚ ଶିକ୍ଷିତ ହୋଇପାରିବେ, କ୍ରୀଡ଼ା କ୍ଷେତ୍ରରେ କିପରି ଉଦୟମାନ ହୋଇପାରିବେ ଏହାର ଭିତିଭୂମି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବକ ମାନଙ୍କ ପାଇଁ ପ୍ରସ୍ତୁତି କରିଛନ୍ତି l ପ୍ରତ୍ୟେକ ପଂଚାୟତ ପାଇଁ ଯୁବପିଢ଼ି ପାଇଁ ଅନୁଦାନ ହାତଖୋଲି ଅନୁଦାନ ଦେଇଛନ୍ତି ଆଜିର ଯୁବ ସମାଜ ଏକତ୍ରିତ ହୋଇ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ, ବୃକ୍ଷ ରୋପଣ, ରକ୍ତଦାନ, କରିବା ପାଇଁ ଆୱାନ ଦେଇ ଥିଲେ l ପ୍ରାରମ୍ଭ ରେ ଏକ 1 ନମ୍ବର ବିଜୁ ଜନତା ଦଳ ବିଜୁ ଜନତା ଦଳ କର୍ମୀ ମାନଙ୍କ ପକ୍ଷରୁ ଅତିଥି ମାନଙ୍କୁ ଉରାଳୀ ଛକ ଠାରୁ ଏକ ବାଇକ ଶୋଭାଯାତ୍ରା ରେ ସଭାସ୍ଥଳ କୁ ପାଛୋଟି ଆଣୁଥିବା ଦେଖା ଯାଇଥିଲା l ଏହା ପରେ ବିଜୁ ଜନତା ଦଳ କର୍ମୀ ମାନଙ୍କୁ ନେଇ ବୃକ୍ଷ ରୋପଣ ଓ ବୃକ୍ଷ ବଣ୍ଟନ କରାଯାଇ ଥିଲା l
Sign in
Sign in
Recover your password.
A password will be e-mailed to you.
Next Post