ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଉପ କାରାଗାରରେ ଥିବା ସମସ୍ତ ଅନ୍ତେବାସୀଙ୍କୁ ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସରଞ୍ଜାମ ଯୋଗାଇ ଦିଆଯାଇଅଛି।
ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଆଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ ଉପ କାରାଗାର ଗସ୍ତ କରି ୩୦୦ ଶହ ଗୋଟି ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସରଞ୍ଜାମ ପୁରୁଷ ଓ ମହିଳା ଅନ୍ତେବାସୀଙ୍କୁ ବଣ୍ଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜେଲ ଅଧିକ୍ଷକ ଶ୍ରୀ ହନୁ ସେଠୀ ସମେତ ଉପ କାରାଗାର କର୍ମଚରୀମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.