ପଦ୍ମପୁର :- ସ୍ଥାନୀୟ ଗୋରୁ ବଜାର ପ୍ରାଙ୍ଗଣ ରେ ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇଯାଇଛି l ପ୍ରଥମେ ଟାଉନ ହଲରୁ ଉପଖଣ୍ଡ ଆାଦିବାସୀ ସଂଘ ନିଜର ପାରମ୍ପରିକ ଅସ୍ତ୍ର ଶସ୍ତ୍ର, ବାଦ୍ୟ ଓ ନୃତ୍ୟ ସହିତ ସହର ପରିକ୍ରମା କରିବା ସହିତ ଗୋରୁ ବଜାର ପ୍ରାଙ୍ଗଣ ରେ ପହଁଞ୍ଚିଛି ଥିଲେ l
ଏହି ସଭା ରେ ମୁଖ୍ୟ ଅତିଥି ଭାବେ ପଦମପୁର ବିଧାୟିକା ବର୍ଷା ସିଂ ବରିହା , ସମ୍ମାନିତ ଅତିଥି ରୂପେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଯୋଗ ଦେଇଥିଲେ l ଅନ୍ୟ ଅତିଥି ରୂପେ ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ଉପଖଣ୍ଡ ସ୍ତରୀୟ ଆଦିବାସୀ ସଂଘ ସଭାପତି ରାଜେନ୍ଦ୍ର ରାଉତ, ଉପଖଣ୍ଡ ସ୍ତରୀୟ ଆଦିବାସୀ ସଂଘ ଉପ ସଭାପତି ହୃଷୀକେଶ ବରିହା, ରାଜବୋଡ଼ାସମ୍ବର ବ୍ଲକ ଅଧ୍ୟକ୍ଷ ରଣଜିତ ସିଂ ବରିହା, ଆଶାରାମ ବରିହା, ଯୁଗଳ କିଶୋର ବରିହା, କେଦାରନାଥ ବରିହା, ଓ ନିମ ଗହୀର ଯୋଗ ଦେଇଥିଲେ l ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ନିଜ ଅଭିଭାଷଣ ରେ କହିଥିଲେ ୧୯୯୪ ମସିହାରୁ ଏହି ଦିବସ ପାଳନ କରାଯାଇଛି ଓ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଦିବାସୀ ଙ୍କ କଳା ସଂସ୍କୃତି ଓ ପରମ୍ପରା, ଭାଷା, ଜମି, ଜଙ୍ଗଲ ର ସୁରକ୍ଷା କିପରି ହୋଇପାରିବ l ଏହା ସହିତ ୟୁନିଫର୍ମ ସିଭିଲ କୋଡ ଉପରେ ଆଲୋକପାତ କରିବା ସହିତ ଏହା ଲାଗୁ ହେଲେ ଆଦିବାସୀ ଙ୍କ ଅସ୍ଥିତ୍ଵ ଶେଷ ହୋଇଯିବ ବୋଲି ସେ କହିଥିଲେ। ତେଣୁ ଆଦିବାସୀ ଙ୍କ ବିକାଶ ଓ ଉନ୍ନୟନ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟିତ୍ଵ ନେବାକୁ ଆହ୍ଵାନ ଦେଇଥିଲେ l ସେହି ପରି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ନିଜ ଅଭିଭାଷଣ ରେ କହିଥିଲେ ଆଦିବାସୀ ସମ୍ପ୍ରଦାୟ ସରଳ ଓ ନିରୀହ l ସହଜ ରେ ସେମାନେ ଅନ୍ୟ ଙ୍କ କଥା ଗ୍ରହଣ କରନ୍ତି ଫଳରେ ସେମାନେ ସବୁବେଳେ ଶିକ୍ଷା, ସାମାଜିକ କ୍ଷେତ୍ରରେ ଅବହେଳିତ ଓ ଶୋଷିତ l ତେଣୁ ସମେସ୍ତ ଏକଜୁଟ ହୋଇ ସବୁ କ୍ଷେତ୍ରରେ ସମାଜକୁ ଆଗେଇ ନେବା କୁ ସମସ୍ତ ଙ୍କୁ ଆହ୍ଵାନ ଦେଇଥିଲେ l
ଏହି ଅବସରରେ ରାଜ୍ୟ ପ୍ରାଶାସନିକ ସେବା ରେ ଯୋଗ ଦେଇଥିବା କେଦାରନାଥ ବରିହା, ଯୁକ୍ତଦୁଇ ପରୀକ୍ଷା ରେ ଟପର ହୋଇଥିବା ବର୍ଷା ବରିହା ଓ ରାଜ୍ୟ ସ୍ତରୀୟ ଆଥଲେଟିକ୍ସରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଆକାଶ ଚନ୍ଦ୍ର ବରିହା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ପରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର କରାଯାଇଥିଲା l ଏହି ଅବସରରେ ବିଞ୍ଝାଲ, ଗଣ୍ଡ, ସହରା, କନ୍ଧ, ବଞରା, ମିର୍ଦ୍ଧା ସମ୍ପ୍ରଦାୟର ପ୍ରାୟ ୧୦୦୦୦ ରୁ ଉର୍ଦ୍ଧ ଆାଦିବାସୀ ମହିଳା ଓ ପୁରୁଷ ଯୋଗଦେଇ ଥିଲେ l
Sign in
Sign in
Recover your password.
A password will be e-mailed to you.