ଲୋଇସିଂହା ଓ ଯୁଗୀ ସୁରଡ଼ାରେ ପାଣ୍ଡିଆନ

0 2

ସାଲେଭଟା/ଶାସକ ପ୍ରଶାସକରୁ ଗୁରୁଶଙ୍କର ପାଇକ-ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନ ଲୋଇସିଂହା ବ୍ଲକ ର ଲୋଇସିଂହା ଓ ଯୁଗୀ ସୁରଡ଼ା କୁ ଗତ ତାରିଖ 7/8/2023ରେ ରାଜ୍ୟ ସରକାର ଙ୍କ 5t ସଚିବ ଶ୍ରୀଯୁକ୍ତ ଭି କେ ପାଣ୍ଡିଆନ ହେଲିକେପଟର ଯୋଗେ ଗସ୍ତ କରି ଫେରି ଯାଇଛନ୍ତି ଶ୍ରୀଯୁକ୍ତ ପାଣ୍ଡିଆନ ଗତକାଲି ତା 6/8/2023 ରେ ବଲାଙ୍ଗୀରରେ ରାତ୍ରି ଯାପନ ପରେ ୭/ ୮/୨୦୧୩ ସେ ପ୍ରଥମେ ହେଲିକେପଟର ଯୋଗେ ଯୁଗୀସୁରଡା ମହାବିଦ୍ୟାଳୟ ଖେଳ ପଡିଆ ରେ ଅବତରଣ କରିଥିଲେ | ହେଲି ପେଡ ରୁ ବ୍ୟାରିକେଡ଼ ମଧ୍ୟ ଦେଇ ଚାଲି ଚାଲି ଆସି ବ୍ୟାରିକେଡ଼ ବାହାରେ ଅପେକ୍ଷା କରିଥିବା ଲୋକଙ୍କ ସହ କରମର୍ଦ୍ଦନ କରିବା ସହ ବାର୍ତାଳାପ ମଧ୍ୟ କରିଥିଲେ |ତା ପରେ ସେଠୁଁ ଯୁଗୀ ସୁରଡ଼ା ଉଚ୍ଚ ବିଦ୍ୟାଳୟ ରେ ପହଂଚିଥିଲେ ସେ ଉଚ୍ଚ ବିଦ୍ୟାଳୟ ବୁଲି ଦେଖି ସମସ୍ୟା ଗୁଡିକ ଉପରେ ପଚାରି ବୁଝିଥିଲେ | ସେଠାରୁ ବାହାରି ପାଖରେ ଥିବା ମହାଦେବ ମନ୍ଦିର କୁ ଯାଇ ଦେବ ଦେବ ମହାଦେବାଙ୍କର ଆଶୀର୍ବାଦ ନେଇଥିଲେ ଏବଂ ମନ୍ଦିର ର ସମସ୍ୟା ଗୁଡିକ ଉପରେ ଆଲୋଚନା କରିଥିଲେ ପୁଣି ହେଲି କେପଟର ଯୋଗେ ଲୋଇସିଂହା କଲେଜ ପଡିଆରେ ଅବତରଣ କରିଥିଲେ ଏବଂ ସଭା ସ୍ଥଳକୁ ଯାଇଥିଲେ | ସେଠାରେ ମଧ୍ୟ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ଶ୍ରୀଯୁକ୍ତ ପାଣ୍ଡିଆନ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନଙ୍କୁ ଉଦବୋଧନ ଦେଇଥିଲେ | ଅଂଚଳରେ ଥିବା ମନ୍ଦିର ମସଜିତ ଗୀର୍ଜା ଗୁଡିକର ଉନ୍ନତି ସକାଶେ ଆଲୋକପାତ କରିଥିଲେ | ଲୋକଙ୍କର ବିଭିନ୍ନ ଅଭିଯୋଗ ଗୁଡିକୁ ଗ୍ରହଣ କରି ସାତ ଦିନ ମଧ୍ୟରେ ଭଲ ଖବର ପାଇବେ ବୋଲି ଅଭିଭାଷଣ ରଖିଥିଲେ |ପ୍ରଥମେ ଜୟ ଜଗନ୍ନାଥଓ ମା ସମଲେଇ କହି ଅଭିଭାଷଣ ଆରମ୍ଭ କରିଥିଲେ ପାଣ୍ଡିଆନ ଙ୍କୁ ଦେଖିବା ପାଇଁ ହଜାର ହଜାର ସଂଖ୍ୟା ରେ ଲୋକ ରୁଣ୍ଡ ହୋଇଥିଲେ ପାଣ୍ଡିଏନ ଙ୍କ ଗସ୍ତ ସମୟରେ ଲୋଇସିଂହା ବିଜେପି ପକ୍ଷ ରୁ କଲା ବ୍ୟାଜ ପିନ୍ଧି ପ୍ରତିବାଦ ସଭା କରା ଯାଇଥିଲା ଏହି ପରି ପେକ୍ଷୀ ରେ 26ନଂ ଜାତୀୟ ରାଜ ପଥ ଉପରେ ଏକ ପ୍ରତିବାଦ ସଭା ର ଆୟୋଜନ କରାଯାଇଥିଲା |

Leave A Reply

Your email address will not be published.