ଭୁବନେଶ୍ୱର, ୮ ।୮: କ୍ୱାଲିଟି କାଉନ୍ସିଲ୍ ଅଫ୍ ଇଣ୍ଡିଆ (କ୍ୟୁସିଆଇ)ର ନ୍ୟାସ୍ନାଲ୍ ଆକ୍ରିଡିଟେସନ୍ ବୋର୍ଡ ଫର ଏଜୁକେସନ୍ ଆଣ୍ଡ ଟ୍ରେନିଂ (ନାବେଟ୍) କ୍ୟୁସିଆଇ ରାଙ୍କିଂ ୨୦୨୩ରେ ଉଭୟ ସରକାରୀ ଓ ବେସରକାରୀସ୍ତରରେ କିଟ୍ ପଲିଟେକ୍ନିକ୍ ଲଗାତର ଭାବେ ଦ୍ୱିତୀୟ ବର୍ଷ ପାଇଁ ଓଡ଼ିଶାର ପ୍ରଥମ ସ୍ଥାନ ଅଧିକାର କରିଛି। ଆଜି ରାଜ୍ୟ ବୈଷୟିକ ଶିକ୍ଷା ପରିଷଦ ମୁଖ୍ୟାଳୟଠାରେ ରାଜ୍ୟ କୌଶଳ ବିକାଶ, ବୈଷୟିକ ଶିକ୍ଷା ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଦ୍ଵାରା ରାଙ୍କିଂରେ ସ୍ଥାନ ପାଇଥିବା ଅନୁଷ୍ଠାନଗୁଡ଼ିକର ନାମ ଘୋଷଣା କରାଯାଇଥିଲା। ଏହି ରାଙ୍କିଂରେ କିଟ୍ ସର୍ବାଧିକ ୫୮୧ ରଖି ପ୍ରଥମ ସ୍ଥାନ ହାସଲ କରିଛି। ୭ଟି ମାନଦଣ୍ଡକୁ ଆଧାର କରି ଏହି ରାଙ୍କିଂ କରାଯାଇଥିଲା। ଏଥିରେ ରାଜ୍ୟର ଶହେଟି ପଲିଟେକ୍ନିକ୍ ଅଂଶ ଗ୍ରହଣ କରିଥିଲେ। ସଂପ୍ରତି ଗୁଣାତ୍ମକ ଶିକ୍ଷା ଓ ଗୁଣାତ୍ମକ ଶିକ୍ଷାନୁଷ୍ଠାନ ଉପରେ ରାଜ୍ୟ ସରକାର ସର୍ବାଧିକ ପ୍ରାଧାନ୍ୟ ଦେଇଆସୁଥିବା ବେଳେ ଗୁଣାତ୍ମକ ପଲିଟେକ୍ନିକ ଶିକ୍ଷାନୁଷ୍ଠାନଗୁଡ଼ିକୁ ବାଛିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକୁ ନେଇ ୨୦୨୨ରେ ପ୍ରଥମ ଥର ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ନାବେଟ୍ କ୍ୟୁସିଆଇ ରାଙ୍କିଂ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଗତବର୍ଷ ମଧ୍ୟ ନାବେଟ୍ କ୍ୟୁସିଆଇ ରାଙ୍କିଂରେ କିଟ୍ ପଲିଟେକ୍ନିକ୍ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ପଲିଟେକ୍ନିକଗୁଡିକ ମଧ୍ୟରେ ପ୍ରଥମ ସ୍ଥାନରେ ରହି ଶ୍ରେଷ୍ଠ ପଲିଟେକ୍ନିକ ଭାବେ ମନୋନୀତ ହୋଇଥିଲା। କ୍ୟୁସିଆଇ-ନାବେଟ୍ ଏବଂ ଷ୍ଟେଟ୍ କାଉନ୍ସିଲ୍ ଫର ଟେକ୍ନିକାଲ୍ ଏଜୁକେସନ୍ ଓ ଭୋକେସନାଲ୍ ଟ୍ରେନିଂ ପକ୍ଷରୁ ଓଡ଼ିଶାରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ପଲିଟେକ୍ନିକ ଶିକ୍ଷାନୁଷ୍ଠାନର ପୁଙ୍ଖାନୁପୁଙ୍ଖ ତର୍ଜମା ପରେ ଏହି ରାଙ୍କିଂ ପ୍ରଦାନ କରାଯାଇଛି। ଗୌରବର ବିଷୟ, କିଟ୍ ପଲିଟେକ୍ନିକ୍ ସମସ୍ତ ସରକାରୀ ଓ ବେସରକାରୀ ପଲିଟେକ୍ନିକ୍ ମଧ୍ୟରେ ଶ୍ରେଷ୍ଠ ସ୍ଥାନରେ ରହିଛି। ଏହି ଖବରରେ କିଟ୍ ପଲିଟେକ୍ନିକ୍ର ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। କିଟ୍ ପଲିଟେକ୍ନିକ୍ ଏକ ବେସରକାରୀ ଅନୁଷ୍ଠାନ ହୋଇଥିବା ସତ୍ତ୍ୱେ ଉଭୟ ସରକାରୀ ଓ ବେସରକାରୀ ପଲିଟେକ୍ନିକ୍ ଅନୁଷ୍ଠାନକୁ ଅତିକ୍ରମ କରି ପ୍ରଥମ ସ୍ଥାନରେ ରହିପାରିଛି। ଏଥିରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ କିଟ୍ ପଲିଟେକ୍ନିକର ଅଧ୍ୟକ୍ଷ ଡ. ତନ୍ମୟ ମହାନ୍ତି, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ସମସ୍ତ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା କେବଳ ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ସମ୍ଭବ ହୋଇଛି ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଛନ୍ତି। କିଟ୍ ପଲିଟେକ୍ନିକ ବାସ୍ତବିକ ଏକ ଉଚ୍ଚ ମାନର ପଲିଟେକ୍ନିକ୍। ଏଠାରେ ଗୁଣାତ୍ମକ ଶିକ୍ଷା ସହିତ ଉଚ୍ଚଶିକ୍ଷା ଓ କ୍ୟାମ୍ପସ୍ ପ୍ଲେସମେଣ୍ଟ ପାଇଁ ସର୍ବଦା ପ୍ରାଧାନ୍ୟ ଦିଆଯାଇଥାଏ।
Sign in
Sign in
Recover your password.
A password will be e-mailed to you.